ଆସନ୍ତାକାଲି ଆଇପିଏଲ୍‌ ପାଇଁ ଖେଳାଳି ନିଲାମ, ଜାଣନ୍ତୁ କେବେଠାରୁ ଆରମ୍ଭ ହେବ ମ୍ୟାଚ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 17, 2018

ଆସନ୍ତାକାଲି ଆଇପିଏଲ୍‌ ପାଇଁ ଖେଳାଳି ନିଲାମ, ଜାଣନ୍ତୁ କେବେଠାରୁ ଆରମ୍ଭ ହେବ ମ୍ୟାଚ୍‌

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୧୨ ତମ ସଂସ୍କରଣ ପାଇଁ ଆସନ୍ତାକାଲି ଖେଳାଳି ନିଲାମ ହେବ। ଫ୍ରାଞ୍ଚାଇଜିମାନେ ବିଶ୍ୱର ବେଷ୍ଟ ଖେଳାଳିଙ୍କୁ କିଣିବା ପାଇଁ ସବୁ ପ୍ରକାରର ପ୍ରସ୍ତୁତି ଶେଷ କରିଛନ୍ତି। ସେଥିପାଇଁ ନିଲାମର ବହୁ ପୂର୍ବରୁ ଫ୍ରାଞ୍ଚାଇଜ୍‌ ମାଲିକମାନେ କିଛି ଖେଳାଳିଙ୍କୁ ଛାଡ଼ିଥିବା ବେଳେ ଆଉ କିଛି ଖେଳାଳିଙ୍କୁ ନିଜ ପାଖରେ ରଖିଛନ୍ତି।

ଏଥର ମାର୍ଚ୍ଚ ୨୯ରୁ ଆରମ୍ଭ ହେବ ଆଇପିଏଲ୍‌। ୧୨ତମ ସଂସ୍କରଣର ପ୍ରଥମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ୍‌ ଏବଂ ସନ୍‌ରାଇର୍ଜସ ହାଇଦ୍ରାବାଦ ମୁହାଁମୁହିଁ ହେବେ। କିନ୍ତୁ ତା’ ପୂର୍ବରୁ ଆସନ୍ତାକାଲି ଖେଳାଳି ନିଲାମ ହେବ। ଏଥର ନିଲାମ ପ୍ରକ୍ରିୟାରେ ସମୁଦାୟ ୩୪୬ ଜଣ କ୍ରିକେଟର ରହିଛନ୍ତି। ଏମାନଙ୍କ ମଧ୍ୟରେ ୨୨୪ ଜଣ ହେଉଛନ୍ତି ଭାରତୀୟ। ଏହି ଭାରତୀୟଙ୍କ ମଧ୍ୟରେ ଯୁବରାଜ ସିଂହ ଏବଂ ମହମ୍ମଦ ଶାମିଙ୍କ ଭଳି ଷ୍ଟାର ସାମିଲ ହୋଇଛନ୍ତି।

ଅଧିକ ପଢ଼ନ୍ତୁ: କାହା ପାଖରେ କିଏ, ଆଉ କେତେ ଖେଳାଳି କିଏ କିଣିପାରିବେ

ଆଇପିଏଲ୍‌ ପାଇଁ ଖେଳାଳି ନିଲାମ ରାଜସ୍ଥାନର ଜୟପୁରଠାରେ କରାଯିବ। ଭାରତୀୟ ସମୟ ଅପରାହ୍ଣ ୨.୩୦ରୁ ଏହି ପ୍ରକ୍ରିୟାର ଆରମ୍ଭ ହେବ। ଦର୍ଶକମାନେ ଏହାର ସିଧାପ୍ରସାରଣ ଷ୍ଟାର ସ୍ପୋର୍ଟସ ନେଟୱର୍କରେ ଦେଖି ପାରିବେ।



from Odisha Reporter https://ift.tt/2UNxLGq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages