
ସୋର(ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ସୋର-ମଙ୍ଗଳପୁର ରାସ୍ତାର ଆଙ୍ଗୁଳା ଛକରେ ବାଇକ୍କୁ ଡମ୍ଫର ପଛପଟୁ ଧକ୍କା ଦେବାରୁ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି।
ମୃତକ ହେଲେ ପ୍ରଶାନ୍ତ ପରିଡ଼ା। ତାଙ୍କ ଘର ବାହାନଗା ବ୍ଲକ୍ ସାଉଡ ଗାଁରେ। ଆହତ ଅରୁଣ ସାହୁଙ୍କୁ ବାଲେଶ୍ୱର ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଆଜି ସକାଳ ପ୍ରାୟ ସାଢ଼େ ନଅଟା ବେଳେ ପ୍ରଶାନ୍ତ ଓ ଅରୁଣ ମଟର ସାଇକେଲରେ କାମକୁ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା।
ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକ ଓ ଦୋକାନୀମାନେ ଆଙ୍ଗୁଳା ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ପୁଲିସ୍ ଓ ତହସିଲଦାର ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରୁଛନ୍ତି।
from Odisha Reporter https://ift.tt/2zR7XQO
No comments:
Post a Comment