
ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦ୍ମୀ ପାର୍ଟି(ଆପ୍) ଓ ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି(ସପା)କୁ ଲୋକେ ଏକ ପ୍ରକାରର ପ୍ରତ୍ୟାଖ୍ୟାନ କରିଛନ୍ତି। ଉଭୟ ଦଳର ପ୍ରାର୍ଥୀମାନେ ଶୋଚନୀୟ ଅବସ୍ଥାର ସମ୍ମୁଖୀନ ହୋଇଛନ୍ତି। ଏଠାରେ ଏହି ଦଳର ପ୍ରାର୍ଥୀମାନେ ଯେତିକି ଭୋଟ୍ ପାଇନାହାନ୍ତି, ତା’ଠାରୁ ନୋଟା ବା କୌଣସି ପ୍ରାର୍ଥୀ ପସନ୍ଦ ନୁହେଁ ବଟନ୍କୁ ଅଧିକ ଲୋକ ଦବାଇଛନ୍ତି।
ବର୍ତ୍ତମାନ ସୁଦ୍ଧା ଗଣତି ଭୋଟ୍ରେ ପ୍ରାୟ ୧.୫ ଲକ୍ଷ ଲୋକ ନୋଟା ବଟନ୍ ଦବାଇଥିବା ଜଣାପଡ଼ିଛି। ସମୁଦାୟ ଭୋଟ୍ର ଏହା ୧.୫%।
ଅନ୍ୟପକ୍ଷରେ ମଧ୍ୟପ୍ରଦେଶରେ କଂଗ୍ରେସ ଏବଂ ବିଜେପି ମଧ୍ୟରେ କଡ଼ା ଟକ୍କର ଚାଲିଛି। ବର୍ତ୍ତମାନର ଟ୍ରେଣ୍ଡିଂ ଅନୁଯାୟୀ, କଂଗ୍ରେସ ୧୦୯, ବିଜେପି ୧୧୨, ବିଏସ୍ପି ୫ ଓ ଅନ୍ୟାନ୍ୟ ଦଳ ୪ଟି ଆସନରେ ଆଗୁଆ ଅଛନ୍ତି।
from Odisha Reporter https://ift.tt/2G9MHvb
No comments:
Post a Comment