ବାହାହେଲେ ଦୁଇ ବ୍ୟାଡମିଣ୍ଟନ ତାରକା ସାଇନା-କାଶ୍ୟପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 14, 2018

ବାହାହେଲେ ଦୁଇ ବ୍ୟାଡମିଣ୍ଟନ ତାରକା ସାଇନା-କାଶ୍ୟପ

ନୂଆଦିଲ୍ଲୀ: ବ୍ୟାଡ୍‌ମିଣ୍ଟନ୍‌ ତାରକା ସାଇନା ନେହୱାଲଙ୍କ ବାହାଘର ଆଜି ସମ୍ପନ୍ନ ହୋଇଯାଇଛି। ଆଜି ଟ୍ୱିଟରରେ ନିଜେ ସାଇନା ଏହି ବିଷୟରେ ସୂଚନା ଦେଇଛନ୍ତି। ଆଉ ସେ ବାହା ହୋଇଛନ୍ତି ଦେଶର ଅନ୍ୟତମ ବ୍ୟାଡମିଣ୍ଟନ ତାରକା ଓ ଘନିଷ୍ଠ ବନ୍ଧୁ ପୁରୁପାଲି କାଶ୍ୟପଙ୍କୁ। ଏହି ଶୁଭ ଅବସରରେ ସାଇନା ତାଙ୍କ ସ୍ଵାମୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି, “ଏହା ମୋ ଜୀବନର ଶ୍ରେଷ୍ଠ ମ୍ୟାଚ”।


୨୦୧୫ ମସିହାରୁ ଦୁହେଁ ପୁଲେଲା ଗୋପୀଚାନ୍ଦଙ୍କଠାରୁ ତାଲିମ ନେଉଛନ୍ତି। ସମ୍ଭବତଃ ୩ ବର୍ଷ ଧରି ଉଭୟଙ୍କ ମଧ୍ୟରେ ଡେଟିଂ ଚାଲିଛି। ଏ ସମ୍ପର୍କରେ କିଛି ମାସର ଚର୍ଚ୍ଚା ପରେ ଗତ ଅକ୍ଟୋବରରେ ସାଇନା ନିଜ ବାହାଘର ବାବଦରେ ସ୍ପଷ୍ଟ କରିଥିଲେ।

ଏହି ଯୋଡ଼ି ତେଲେଙ୍ଗାନା ବିଧାୟକ କେଟି ରାମା ରାଓ, ଫିଲ୍ମ ଅଭିନେତା ଚିରଞ୍ଜୀବୀ, ରାଜ୍ୟପାଳ ଇଏସ୍‌ଏଲ୍‌ ନରସିଂହ ଏବଂ କୋଚ୍‌ ଗୋପୀଚାନ୍ଦ ଆଦି ବ୍ୟକ୍ତିଙ୍କୁ ତାଙ୍କ ରିସେପ୍ସନ ପାର୍ଟିକୁ ନିମନ୍ତ୍ରଣ କରିଛନ୍ତ।

ହାଇପ୍ରୋଫାଇଲ୍‌ କ୍ରୀଡ଼ାବିତଙ୍କ ବାହାଘର ତାଲିକାରେ ଏହି ଯୋଡ଼ିଙ୍କ ବାହାଘର ଯୋଡ଼ି ହୋଇଯାଇଛି। ଗତ ବର୍ଷ ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଏବଂ ଅଭିନେତ୍ରୀ ଅନୁଷ୍କାଙ୍କ ବାହାଘର ବେଶ୍‌ ଚର୍ଚ୍ଚାରେ ଥିଲା। ସେହିଭଳି ଭାରତୀୟ ଟେନିସ୍‌ ତାରକା ସାନିଆ ମିର୍ଜା ଏବଂ ପାକିସ୍ତାନ କ୍ରିକେଟର୍‌ ଶୋଏବ୍‌ ମାଲିକ୍‌ଙ୍କ ବାହାଘର ମଧ୍ୟ ସେହି ତାଲିକାରେ ସ୍ଥାନ ପାଇଥିଲା।



from Odisha Reporter https://ift.tt/2CbHxee

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages