ବାଡ୍‌ ଫ୍ଲୁ! ବଲାଙ୍ଗିରରେ ବି କାଉ ମଡ଼କ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 14, 2018

ବାଡ୍‌ ଫ୍ଲୁ! ବଲାଙ୍ଗିରରେ ବି କାଉ ମଡ଼କ

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ଆଗକୁ ଆସୁଛି ନୂଆବର୍ଷ। ଏହା ପୂର୍ବରୁ ପୁରୀ ଜିଲ୍ଲା କୃଷ୍ଣପ୍ରସାଦରେ ବାର୍ଡ ଫ୍ଲୁ ଆତଙ୍କ ଦେଖାଦେଇଛି। ସେଥିପାଇଁ ଆଜିଠାରୁ କୁକୁଡ଼ା ମରା ଅଭିଯାନ୍‌ ଆରମ୍ଭ ହୋଇଛି। ଏପରି ସ୍ଥିତିରେ ଆଜି ବଲାଙ୍ଗିର ସହରରେ କାଉ ମଡ଼କ ଦେଖିବାକୁ ମିଳିଛି। ବାର୍ଡ ଫ୍ଳୁ ଯୋଗୁ ସେଠାରେ କାଉଙ୍କ ମୃତ୍ୟୁ ହେଉଥିବା ଅଭିଯୋଗ ହେଉଛି।

ବଲାଙ୍ଗିର ସହରର ତୁଳସୀନଗର ପଡ଼ାରେ କିଛି କାଉ ମରିପଡ଼ିଛନ୍ତି। ମୃତ କାଉଙ୍କୁ ଦେଖିବା ପରେ ସ୍ଥାନୀୟ ଲୋକେ ପ୍ରାଣୀ ଚିକିତ୍ସା ବିଭାଗକୁ ଖବର ଦେଇଥିଲେ। ଖବର ପାଇ ପ୍ରାଣୀ ଚିକିତ୍ସା ବିଭାଗର ଚିକିତ୍ସିକ ଶୁଭାଶିଷ ସାମନ୍ତ ଟିମ୍‌ ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ। ମୃତ କାଉମାନଙ୍କୁ ଜବତ କରି ପରୀକ୍ଷା ପାଇଁ ଜିଲ୍ଲା ପରୀକ୍ଷାଗାରକୁ ପଠାଯାଇଛି। ତେବେ ଅଧିକ ପରୀକ୍ଷା ପାଇଁ ମୃତ କାଉ ଗୁଡ଼ିକର ନମୂନା କଟକଠାରେ ଥିବା ଏଡିଆର୍‌ଆଇ ପରୀକ୍ଷା କେନ୍ଦ୍ରକୁ ପଠାଯାଇଛି। ସେଠାରୁ ରିପୋର୍ଟ ଆସିଲା ପରେ ସତ୍ୟାସତ୍ୟ ଜଣାପଡ଼ିବ। ତଥାପି ଲୋକଙ୍କ ମନରେ ଛନକା ପଶିଯାଇଛି। ବାର୍ଡ଼ ଫ୍ଲୁ ଆଶଙ୍କା କରି ଲୋକେ କୁକୁଡ଼ା ଖାଇବା ବନ୍ଦ କରିଦେଲେଣି। କହିବାକୁ ଗଲେ ନୂଆବର୍ଷ ପାଳନ ଏଥର ଫିକା ପଡ଼ିବା ଆଶଙ୍କା କରାଯାଉଛି।



from Odisha Reporter https://ift.tt/2GdWq3G

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages