ଅବିବେକୀ ପୁଅ: ଅନାହାରରେ ଚାଲିଗଲେ ରୋଗିଣା ମା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 10, 2018

ଅବିବେକୀ ପୁଅ: ଅନାହାରରେ ଚାଲିଗଲେ ରୋଗିଣା ମା’

ଶାହାଜାହାନପୁର(ଉତ୍ତର ପ୍ରଦେଶ): ସବୁଦିନ ପରି ରୋଗିଣା ମା’ଙ୍କ ପାଇଁ କିଛି ଖାଦ୍ୟ ଫୋପାଡ଼ି ଦେଇ ଚାଲିଯାଏ ପୁଅ। ରେଲୱେ କଲୋନୀ ସ୍ଥିତ ଘର ଛାଡ଼ିବା ପୂର୍ବରୁ ମା’କୁ ବାହାର ପଟୁ ତାଲା ଠୁଙ୍କିବାକୁ ମଧ୍ୟ ସେ ପଛଘୁଞ୍ଚା ଦିଏନାହିଁ। ଏହି ରୋଗିଣା ମା’ ସର୍ବଦା ତା’ ପୁଅକୁ ବିଶ୍ୱାସ କରୁଥାଏ। ତା’ର ଆଶା ଥିଲା ପୁଅ ଆସିବ ଏବଂ କବାଟ ଖୋଲିବ ଆଉ ଖାଇବାକୁ ଦେବ।

ତେବେ ଏହି ରୋଗିଣା ମା’ ଲୀଲାବତୀ ଭାବି ନଥିଲେ ଯେ ତାଙ୍କ ପୁଅ ତାଙ୍କୁ ଧୋକା ଦେବ। ପୁଅ ସଲୀଲ ଚୌଧୁରୀ ଦୀର୍ଘ ଗୋଟିଏ ମାସ ହେଲା ରେଲୱେ କଲୋନୀ ସ୍ଥିତ ଘରେ ଚାବି ପକାଇ ଚାଲିଯାଇଥିଲେ ଯେ ଆଉ ଫେରି ନଥିଲେ। ବନ୍ଦ ଘରେ ଗୋଟିଏ ମାସ ରହିବା ପରେ ଲୀଲାବତୀଙ୍କ ମୃତ୍ୟୁ ହୋଇଥିଲା। କିନ୍ତୁ ଘର ମଧ୍ୟରୁ ଦୁର୍ଗନ୍ଧ ବାହାରିବାରୁ ହିଁ ପଡ଼ୋଶୀ ପୁଲିସ୍‌କୁ ଖବର ଦେଇଥିଲେ ଏବଂ ପୂରା ଘଟଣା ସାମ୍ନାକୁ ଆସିଥିଲା।

୭୫ ବର୍ଷୀୟ ଲୀଲାବତୀ ଜଣେ ପୂର୍ବତନ ବିଧାନ ପରିଷଦ ସଭ୍ୟଙ୍କ ପତ୍ନୀ। ଖାସ୍‌ ସେଥିପାଇଁ ତାଙ୍କୁ ଉତ୍ତର ପ୍ରଦେଶର ରେଲୱେ କଲୋନୀରେ ଘର ମିଳିଥିଲା। ହେଲେ ଅବିବେକୀ ପୁଅର ଅଭାବନୀୟ ଆଚରଣ ଯୋଗୁ ମା’ର ଜୀବନ ଅନାହାରରେ ଯାଇଛି।

ସଦର ବଜାର ପୁଲିସ୍‌ ଷ୍ଟେସନ୍‌ର ଯଶବୀର ସିଂହ କହିଛନ୍ତି, “ ବର୍ତ୍ତମାନ ବୃଦ୍ଧାଙ୍କ ମୃତଦେହ ପଚିବା ଆରମ୍ଭ ହୋଇଛି। ଗୋଟିଏ ସପ୍ତାହ ତଳେ ତାଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ତେବେ ଶବ ବ୍ୟବଚ୍ଛେଦ ପରେ ହିଁ ପ୍ରକୃତ ତଥ୍ୟ ସାମ୍ନାକୁ ଆସିପାରିବ।

ଆମେ ଖବର ପାଇଛୁ ଯେ ମହିଳାଙ୍କ ପୁଅ ସଲିଲଙ୍କ ପତ୍ନୀ ତାଙ୍କୁ ଛାଡ଼ପତ୍ର ଦେଇଥିଲେ। ଏଥିପାଇଁ ସଲିଲ ମଦ ପିଇବା ଆରମ୍ଭ କରିଥିଲେ। ଖାସ୍‌ ସେଥିପାଇଁ ସେ ତାଙ୍କ ମା’ଙ୍କୁ ଏକାକୀ ଛାଡ଼ି ଚାଲିଯାଉଥିଲେ। ବୋଧେ ଏଥିପାଇଁ ବୃଦ୍ଧାଙ୍କ ମୃତ୍ୟୁ ଘଟିଥାଇ ପାରେ ବୋଲି ଅନୁମାନ କରାଯାଉଛି।”



from Odisha Reporter https://ift.tt/2RPzgSK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages