ସୁଝିପାରିଲେନି ଋଣ ଟଙ୍କା, ଝୁଲିପଡ଼ିଲେ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 10, 2018

ସୁଝିପାରିଲେନି ଋଣ ଟଙ୍କା, ଝୁଲିପଡ଼ିଲେ!

farmer-suicide

ସାଲେପୁର (ମନୋଜ ଆଚାର୍ଯ୍ୟ): ଋଣ ବୋଝ ଅସହ୍ୟ ହେଲା! ଶେଷରେ ଉପାୟଶୂନ୍ୟ ହୋଇ ଜଣେ ଯୁବ ଚାଷୀ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଥର ଏପରି ଅଭିଯୋଗ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଅଞ୍ଚଳରୁ ଆସିଛି। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

ନିଶ୍ଚିନ୍ତକୋଇଲି ବ୍ଲକ କୋଲଣପୁର ଗାଁର ଯୁବ ଚାଷୀ ସୁମନ୍ତ ମଳିକ(୩୪)। ଭାଗଚାଷ କରି ଚଳନ୍ତି। ଏଥିପାଇଁ ପ୍ରାଇଭେଟ୍‌ ଫାଇନାନ୍ସ ଓ ହାତ ଉଧାରି ଋଣ କରିଥିଲେ। ନିର୍ଦ୍ଧାରିତ ସମୟରେ ଋଣ ଟଙ୍କା ସୁଝୁ ନଥିବାରୁ ମହାଜନ ବାରମ୍ୱାର ଘରକୁ ଆସୁଥିଲେ। ଏହାକୁ ନେଇ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଅନେକ ସମୟରେ ପାଟିତୁଣ୍ଡ ହେଉଥିଲା। ସେଥିପାଇଁ ମାନସିକ ଦୁଶ୍ଚିନ୍ତାରେ ଥିଲେ ସୁମନ୍ତ। ୪ ଦିନ ତଳେ ସୁମନ୍ତ ନିଜ ପତ୍ନୀ ଝୁନୁଙ୍କୁ ବାପ ଘରେ ଛାଡ଼ି ଆସିଥିଲେ।

ଆଜି ସକାଳେ ସୁମନ୍ତଙ୍କ ଘରର କବାଟ ଖୋଲିନଥିଲା। କବାଟ ନଖୋଲିବାରୁ ସାହି ପଡ଼ିଶ ଯାଇ ଦେଖନ୍ତି ସୁମନ୍ତଙ୍କ ଝୁଲନ୍ତା ମୃତଦେହ। ଏନେଇ ପୁଲିସକୁ ଖବର ଦେଇଥିଲେ ଗାଁ ଲୋକେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।



from Odisha Reporter https://ift.tt/2QmDC6V

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages