
ମୁମ୍ୱାଇ: କଥାରେ ଅଛି ମୃତ୍ୟୁ ଯେବେ ଆସେ କାହାକୁ କହି ଆସେନି। କିନ୍ତୁ ମୃତ୍ୟୁ କବଳରୁ ରକ୍ଷା କରୁଥିବା ଲୋକଟି ନିଶ୍ଚିତ ଦେବଦୂତ ଏ କଥା ଆପଣ ନିଶ୍ଚୟ କହିବେ। ଆଉ ଅବା ଅନ୍ୟ କେଉଁ ନାଁ ତାଙ୍କୁ ଦିଆଯାଇ ପାରେ ଯେ ।
ଏମିତି ଜଣେ ଦେବଦୂତଙ୍କ କଥା ଆମେ ଆପଣଙ୍କୁ କହିବୁ।
ଶନିବାର ସକାଳ ୯ଟା ବାଜି ୩୦ ମିନିଟ୍। ଦୁରନ୍ତ ଏକ୍ସପ୍ରେସ୍ ମୁମ୍ୱାଇର ଅନ୍ଧେରୀରୁ ଯୋଗେଶ୍ୱର ଅଭିମୁଖେ ଯାତ୍ରା କରୁଥିଲା। ଏହି ସମୟରେ ରେଳ ଟ୍ରାକ୍ରେ କାର୍ଯ୍ୟ କରୁଥିବା ଗ୍ୟାଙ୍ଗ୍ ମ୍ୟାନ୍ ଚନ୍ଦ୍ରକାନ୍ତ ମାଡ୍ରେ ଜଣେ ବ୍ୟକ୍ତି ଅନାୟାସରେ ରେଳ ଧାରଣା ଅତିକ୍ରମ କରୁଥିବା ଦେଖିବାକୁ ପାଇଥିଲେ।
ଚନ୍ଦ୍ରକାନ୍ତଙ୍କ ସହିତ ଅନ୍ୟ ୮ ଜଣ ଗ୍ୟାଙ୍ଗ୍ମ୍ୟାନ୍ ମଧ୍ୟ ରେଳ ଟ୍ରାକ୍ରେ ସେହି ସମୟରେ କାର୍ଯ୍ୟରତ ଥିଲେ। ଠିକ୍ ସେହି ସମୟରେ ମାଡ୍ରେ ବ୍ୟକ୍ତି ଜଣଙ୍କୁ ରକ୍ଷା କରିବା ପାଇଁ ତାଙ୍କ ପଛରେ ଦୌଡ଼ିବାକୁ ଲାଗିଥିଲେ। ମାଡ୍ରେ ଦୌଡ଼ି ଯାଇ ବ୍ୟକ୍ତି ଜଣଙ୍କୁ ରକ୍ଷା କରିଥିଲେ ସତ କିନ୍ତୁ ଏହା ବଦଳରେ ସେ ନିଜ ସୁରକ୍ଷା କଥା ଭୁଲି ଯାଇଥିଲେ ଏବଂ ଆଘାତପ୍ରାପ୍ତ ହୋଇଥିଲେ।
ମାଡ୍ରେଙ୍କ ହାତ ଓ ଗୋଡ଼ରେ ଆଘାତ ଲାଗିଛି। ଡାକ୍ତରଙ୍କ କହିବା ଅନୁଯାୟୀ ତାଙ୍କର ମଲ୍ଟିପଲ୍ ଫ୍ୟାକ୍ଚର୍ ହୋଇଛି। ବର୍ତ୍ତମାନ ତାଙ୍କୁ ମୁମ୍ୱାଇର ପାର୍ଲେ କୁପର୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ରେଳ ମୁଖ୍ୟ କର୍ମଚାରୀ ରବୀନ୍ଦ୍ର ଭାକର୍ଙ୍କ କହିବା ଅନୁଯାୟୀ ମାଡ୍ରେ ଜଣେ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇଛନ୍ତି ଏବଂ ଏପରି ଜଣେ ରେଳ ଶ୍ରମିକଙ୍କ ପାଇଁ ଆମେ ଗର୍ବ ଅନୁଭବ କରୁଛୁ।
from Odisha Reporter https://ift.tt/2PgUHdn
No comments:
Post a Comment