“ବିଜେପି କ୍ଷମତାକୁ ଆସିଲେ ଓୱେସି ତେଲେଙ୍ଗାନା ଛାଡ଼ିବେ” - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 2, 2018

“ବିଜେପି କ୍ଷମତାକୁ ଆସିଲେ ଓୱେସି ତେଲେଙ୍ଗାନା ଛାଡ଼ିବେ”

ହାଇଦ୍ରାବାଦ୍‌: ତେଲେଙ୍ଗାନା ବିଧାନସଭା ନିର୍ବାଚନ ପ୍ରଚାରସମୟରେ ବିବାଦୀୟ ବୟାନ ଦେଇ ଏବେ ଚର୍ଚ୍ଚାରେ ଅଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ବିଜେପିର ଷ୍ଟାର ପ୍ରଚାରକ ଯୋଗୀ ଆଦିତ୍ୟନାଥ। ସେ କହିଛନ୍ତି ଯଦି ତେଲେଙ୍ଗାନାରେ ବିଜେପି କ୍ଷମତାକୁ ଆସେ ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଅସାଦୁଦ୍ଦିନ୍‌ ଓୱେସିଙ୍କୁ ତେଲେଙ୍ଗାନା ଛାଡ଼ିବାକୁ ହେବ।

ପ୍ରଚାରର ଶେଷ ପର୍ଯ୍ୟାୟରେ ଆସିଥିବା ଯୋଗୀ ଆଜି ହାଇଦ୍ରାବାଦ ପହଞ୍ଚିବାପରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ସେ କହିଛନ୍ତି, “ବିଜେପି କ୍ଷମତାକୁ ଆସିଲେ, ଓୱେସିଙ୍କୁ ତେଲେଙ୍ଗାନା ଛାଡ଼ିବାକୁ ହେବ ଯେମିତି ନିଜାମ୍‌ଙ୍କୁ ଜୋର କରି ହାଇଦ୍ରାବାଦରୁ ବାହାର କରି ଦିଆଯାଇଥିଲା।”

ପୂର୍ବରୁ ହିନ୍ଦୁତ୍ୱଵାଦୀଙ୍କ ପୋଷ୍ଟର ବୟ ଯୋଗୀଙ୍କୁ ବିଭିନ୍ନ ମଞ୍ଚରେ ଓୱେସି ସମାଲୋଚନା କରିଛନ୍ତି ଏବଂ ଆଜି ଯୋଗୀ ତାଙ୍କ ରାଜ୍ୟକୁ ଆସି ଏହାର ବଦ୍‌ଲା ନେଉଥିବା ପରି ମନେ ହେଉଥିଲା। ଯୋଗୀ ପୂର୍ବରୁ ସୂର୍ଯ୍ୟ ନମସ୍କାରକୁ ନମାଜର ମୁଦ୍ରା ସହ ତୁଳନା କରି ଯୋଗୀ ଚର୍ଚ୍ଚାକୁ ଆସିଥିଲେ।

ମୁସଲିମ୍‌-ହିନ୍ଦୁ ପ୍ରସଙ୍ଗରେ ଚର୍ଚ୍ଚିତ ମନ୍ତବ୍ୟ ଦେଇ ଆସୁଥିବା ଯୋଗୀ ଥରେ କଂଗ୍ରେସକୁ ଟାର୍ଗେଟ୍‌ କରି କହିଥିଲେ, “ତୁମେ ତୁମ ଅଲ୍ଲୀଙ୍କୁ ରଖିଥାଅ, ଆମର ବଜରଙ୍ଗବଲି ଯଥେଷ୍ଟ।” ଏହାର ଉତ୍ତରରେ ଓୱେସି କହିଥିଲେ, ଅଲ୍ଲୀ ପ୍ରଫେଟ୍‌ ମହମ୍ମଦଙ୍କ ଅନୁଗାମୀ ଥିଲେ, ଯୋଗୀଙ୍କ ମନ୍ତବ୍ୟ ସମସ୍ତ ସୀମା ଲଂଘନ କରିଯାଇଛି।



from Odisha Reporter https://ift.tt/2E9uETZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages