ବିଜେପି ଛାଡ଼ିଲେ ସାଂସଦ ସାବିତ୍ରୀ, କହିଲେ ଏମିତି ସାଂଘାତିକ କଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 6, 2018

ବିଜେପି ଛାଡ଼ିଲେ ସାଂସଦ ସାବିତ୍ରୀ, କହିଲେ ଏମିତି ସାଂଘାତିକ କଥା

ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନ ପାଇଁ ବିଜେପି ଏବେଠାରୁ ପ୍ରସ୍ତୁତ ହେଉଥିବା ବେଳେ ଆଜି ଦଳକୁ ଉତ୍ତର ପ୍ରଦେଶରୁ ଝଟ୍‌କା ଲାଗିଛି। ଉତ୍ତର ପ୍ରଦେଶରୁ ଲୋକସଭାକୁ ବିଜେପି ଟିକେଟ୍‌ରେ ନିର୍ବାଚିତ ହୋଇଥିବା ସାବିତ୍ରୀ ବାଈ ଫୁଲେ ଆଜି ପଦ୍ମକୁ ବାଏବାଏ କହିଛନ୍ତି।

ସର୍ବଦା ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହୁଥିବା ସାବିତ୍ରୀ ଦଳ ଛାଡ଼ିବା ସମ୍ପର୍କରେ ମୁହଁ ଖୋଲି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି। ସେ କହିଛନ୍ତି, “ଭାରତର ଟଙ୍କା କେବଳ ପ୍ରତିମୂର୍ତ୍ତି ନିର୍ମାଣରେ ଖର୍ଚ୍ଚ ହେବାରେ ଲାଗିଛି।

ଏହି ଟଙ୍କା ଦେଶର ବିକାଶରେ ଲାଗି ପାରିଲେ ବହୁତ ଭଲ ହୋଇଥାଆନ୍ତା। ବିଜେପି ବର୍ତ୍ତମାନ ସମାଜରେ ଘୃଣାର ମଞ୍ଜି ବୁଣିବାକୁ ଚେଷ୍ଟା କରୁଛି। ଏପରି କରି ଦଳ ସମାଜକୁ ଭାଗଭାଗ କରିବାକୁ ଚେଷ୍ଟା କରୁଛି। ମୁଁ ଜଣେ ସାମାଜିକ କର୍ମୀ। ମୁଁ ଦଳିତଙ୍କ ପାଇଁ କାର୍ଯ୍ୟ କରୁଛି। କିନ୍ତୁ ବିଜେପି ଦଳିତଙ୍କ ସଂରକ୍ଷଣ ପାଇଁ କୌଣସି କାମ କରୁନାହିଁ। ଏଭଳି ଦଳରେ ରହିବା ଠିକ୍‌ ନୁହେଁ।”

ସାବିତ୍ରୀ ବାଈ ବାହରାଇଚ୍‌ ନିର୍ବାଚନମଣ୍ଡଳୀରୁ ସାଂସଦ ରହିଥିଲେ। ଗତକାଲି ସେ ଭଗବାନ ହନୁମାନ ଜଣେ ଦଳିତ ଥିଲେ ବୋଲି କହି ବିବାଦ ସୃଷ୍ଟି କରିଥିଲେ।



from Odisha Reporter https://ift.tt/2RIULEN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages