୧ ଟଙ୍କା କଏନ୍‌ ପାଇଁ କେତେ ଟଙ୍କା ଖର୍ଚ୍ଚ ହୁଏ ? ଆର୍‌ଟିଆଇରେ ଆସିଲା ତଥ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 6, 2018

୧ ଟଙ୍କା କଏନ୍‌ ପାଇଁ କେତେ ଟଙ୍କା ଖର୍ଚ୍ଚ ହୁଏ ? ଆର୍‌ଟିଆଇରେ ଆସିଲା ତଥ୍ୟ

ନୂଆଦିଲ୍ଲୀ:ବିଗତ କିଛି ଦଶନ୍ଧି ଧରି ଭାରତରେ ଟଙ୍କାର ଅବମୂଲ୍ୟାୟନ୍‌ ଘଟି ଚାଲିଛି। ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବାରେ ଲାଗିଛି। ଫଳରେ ଦରଦାମ ବଢ଼ିବାରେ ଲାଗିଛି। ହେଲେ ଯଦି ଆମେ କଏନ୍‌ କଥା କହିବା କିଛି ବର୍ଷ ହେବ କିଛି କଏନ୍ ପ୍ରଚଳନ ବନ୍ଦ ହୋଇଗଲାଣି। ସେଥିରେ ୨୦,୨୫ ଏବଂ ୫୦ ପଇସା ରହିଛି।

ଏବେ ଯାହା ୧ ଟଙ୍କାରୁ ୧୦ ଟଙ୍କା ମଧ୍ୟରେ କଏନ୍‌ ଦେଖିବାକୁ ମିଳୁଛି। ଯଧିଓ ଧନି ଲୋକଙ୍କ ପାଇଁ କଏନ୍‌ ବିଶେଷ କିଛି ଗୁରୁତ୍ୱ ରଖେ ନାହିଁ ତଥାପି ଗରିବମାନଙ୍କ ଏବଂ ଖୁଚୁରା ପାଇଁ କଏନ୍‌ର ବେଶ୍‌ ଆବଶ୍ୟକତା ରହିଛି। ହେଲେ ଆପଣ କେବେ ଭାବିଛନ୍ତି କି ୧ ଟଙ୍କା କଏନ୍‌ ପାଇଁ କେତେ  ଖର୍ଚ୍ଚ ହୁଏ। ଆର୍‌ଟିଆଇ ବଳରେ ଆସିଥିବା ଏ ସମ୍ପର୍କରେ ତଥ୍ୟ ଜାଣିଲେ ଆପଣ ଟିକେ ଆଶ୍ଚର୍ଯ୍ୟ ହୋ‌ଇବେ।

କାରଣ ଇଣ୍ଡିଆ ଟୁଡେ ପକ୍ଷରୁ ଆର୍‌ଟାଇ ବଳରେ ଆରବିଆଇରୁ ମିଳିଥିବା ତଥ୍ୟ ଅନୁଯାୟୀ ୧ ଟଙ୍କା କଏନ୍‌ ତିଆରି ପାଇଁ  ୧.୧୧ଟଙ୍କା ଖର୍ଚ୍ଚ ହୁଏ। ଆର୍‌ବିଆଇ ପକ୍ଷରୁ କୁହାଯାଇଛି ଯେ, ବର୍ତ୍ତମାନ ପରିପ୍ରେକ୍ଷୀରେ ୧୦,୫,୨ ଏବଂ ୧ ଟଙ୍କା କଏନ୍‌ ପ୍ରସ୍ତୁତ୍‌ କରାଯାଉଛି। ତେବେ ୨ ଟଙ୍କା ପାଇଁ ୧.୨୮ ଟଙ୍କା, ୫ ଟଙ୍କା କଏନ୍‌ ପାଇଁ ୩.୬୯ ଟଙ୍କା ଏବଂ ୧୦ ଟଙ୍କା କଏନ୍‌ ପାଇଁ ୫.୫୪ ଟଙ୍କା ଖର୍ଚ୍ଚ ହେଉଛି ବୋଲି ରିପୋର୍ଟରେ ଦର୍ଶାଯାଇଛି।



from Odisha Reporter https://ift.tt/2SvOTOO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages