୧୦ରେ ଲୋକାୟୁକ୍ତ ଚୟନ କମିଟି ଗଠନ ପାଇଁ ବୈଠକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 5, 2018

୧୦ରେ ଲୋକାୟୁକ୍ତ ଚୟନ କମିଟି ଗଠନ ପାଇଁ ବୈଠକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଲୋକାୟୁକ୍ତ ଅଧ୍ୟକ୍ଷ ଓ ସଦସ୍ୟଙ୍କ ନାଁ ଚୂଡ଼ାନ୍ତ କରିବା ପାଇଁ ୫ଜଣିଆ ସର୍ଚ୍ଚ କମିଟି ଗଠନ ନିମନ୍ତେ ଚଳିତମାସ ୧୦ତାରିଖରେ ଲୋକାୟୁକ୍ତ ସିଲେକ୍ସନ୍ କମିଟିର ବୈଠକ ଅନୁଷ୍ଠିତ ହେବ। ସୁପ୍ରିମକୋର୍ଟଙ୍କ କଡ଼ା ତାଗିଦ୍ ପରେ ରାଜ୍ୟରେ ଲୋକାୟୁକ୍ତ ଗଠନ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି।

ସୂଚନା ଅନୁସାରେ ୧୦ତାରିଖ ସନ୍ଧ୍ୟା ୭ଟାରେ ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକାୟୁକ୍ତ ସିଲେକ୍ସନ୍ କମିଟିର ପୂର୍ଣ୍ଣାଙ୍ଗ ବୈଠକ ବସିବ। ଏହି କମିଟି ୫ଜଣିଆ ସର୍ଚ୍ଚ କମିଟିର ସଦସ୍ୟଙ୍କ ନାମ ଚୂଡ଼ାନ୍ତ କରିବେ। ସର୍ଚ୍ଚ କମିଟିର କାର୍ଯ୍ୟକାଳ ୨ବର୍ଷ ରହିବ ଓ ଏହାର ସଦସ୍ୟମାନଙ୍କୁ ରାଜ୍ୟ ସରକାରଙ୍କ ସଚିବ ପାହ୍ୟାର ଅଫିସର ଭଳି ସୁବିଧାସୁଯୋଗ ମିଳିବ। ଲୋକାୟୁକ୍ତ ଅଧ୍ୟକ୍ଷ ପଦବୀ ପାଇଁ ୫ଜଣ ବ୍ୟକ୍ତି ଏବଂ ୫ଜଣ ଲୋକାୟୁକ୍ତ ସଦସ୍ୟ ପଦ ପାଇଁ ୧୫ଜଣଙ୍କୁ ଏହି ସର୍ଚ୍ଚ କମିଟି ଚୂଡ଼ାନ୍ତ କରିବ। ତା’ପରେ ସର୍ଚ୍ଚ କମିଟି ସମ୍ପୃକ୍ତ ବ୍ୟକ୍ତିମାନଙ୍କ ନାଁକୁ ସିଲେକ୍ସନ୍ କମିଟି ନିକଟକୁ ପଠାଇବ। ସିଲେକ୍ସନ କମିଟି ହିଁ ସେହି ତାଲିକା ମଧ୍ୟରୁ ଜଣଙ୍କୁ ଲୋକାୟୁକ୍ତ ଓ ୫ଜଣଙ୍କୁ ସଦସ୍ୟ ଭାବେ ଚୟନ କରିବେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅକ୍ଟୋବର ୬ତାରିଖରେ ସିଲେକ୍ସନ୍ କମିଟିର ବୈଠକ ବସି ପଞ୍ଚମ ସଦସ୍ୟ ତଥା ଆଇନ ବିଶେଷଜ୍ଞଙ୍କୁ ଚୟନ କରାଯାଇଥିଲା। ସିଲେକ୍ସନ୍ କମିଟିରେ ଅନ୍ୟମାନଙ୍କ ମଧ୍ୟରେ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ କେଏସ୍ ଜାଭେରୀ, ବାଚସ୍ପତି ପ୍ରଦୀପ କୁମାର ଅମାତ୍ ଓ ବିରୋଧୀ ଦଳ ନେତା ନରସିଂହ ମିଶ୍ର ସଦସ୍ୟ ଅଛନ୍ତି। ସିଲେକ୍ସନ କମିଟି ଦ୍ୱାରା ମନୋନୀତ ହୋଇଥିବା ୫ମ ସଦସ୍ୟଙ୍କୁ ଇତିମଧ୍ୟରେ ରାଜ୍ୟପାଳଙ୍କ ଅନୁମୋଦନ ମିଳିଛି। ସିଲେକ୍ସନ୍ କମିଟିର ପଞ୍ଚମ ସଦସ୍ୟ ଭାବେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅନଙ୍ଗ ପଟ୍ଟନାୟକଙ୍କୁ ସାମିଲ କରାଯାଇଥିବା ସୂଚନା ମିଳିଛି ।

ଉଲ୍ଲେଖଯୋଗ୍ୟ, ସୁପ୍ରିମକୋର୍ଟଙ୍କ କଡ଼ା ତାଗିଦ୍ ପରେ ରାଜ୍ୟ ସରକାର ଜୁଲାଇ ୯ ତାରିଖରେ ଲୋକାୟୁକ୍ତ ନିଯୁକ୍ତି ପାଇଁ ସର୍ଚ୍ଚ କମିଟି ଗଠନ ନିମନ୍ତେ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ କରିଥିଲେ ।



from Odisha Reporter https://ift.tt/2zLZtdJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages