ନିରଞ୍ଜନଙ୍କ ଚେତାବନୀ ପରେ ଚେତିଲେ ନବ, କହିଲେ କଂଗ୍ରେସ ଛାଡ଼ିବିନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 15, 2018

ନିରଞ୍ଜନଙ୍କ ଚେତାବନୀ ପରେ ଚେତିଲେ ନବ, କହିଲେ କଂଗ୍ରେସ ଛାଡ଼ିବିନି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଚେତାବନୀର ୨୪ ଘଣ୍ଟା ନପୂରୁଣୁ ଝାରସୁଗୁଡ଼ା ବିଧାୟକ ତଥା ପିସିସି କାର୍ଯ୍ୟକାରୀ ସଭାପତି ନବ କିଶୋର ଦାସ ଦଳ ଛାଡ଼ିବା ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି।

ଦୀର୍ଘ କିଛିମାସ ହେଲା କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହେବା ଖବରକୁ ଚର୍ଚ୍ଚାରେ ରଖିଥିବା ନବ ଶେଷରେ ଆଜି ଏକ ପ୍ରେସ୍ ରିଲିଜ୍ ମାଧ୍ୟମରେ ସ୍ପଷ୍ଟ ମତ ରଖିଛନ୍ତି।ଏପର୍ଯ୍ୟନ୍ତ ବିଜେଡିରେ ମିଶିବା ଓ କଂଗ୍ରେସ ଛାଡ଼ିବାକୁ ନେଇ ଗଣମାଧ୍ୟମ ଓ ଦଳୀୟ କର୍ମୀଙ୍କୁ ଦ୍ୱନ୍ଦ୍ୱରେ ରଖି ଆସିଥିବା ଶ୍ରୀ ଦାସ ଆଜି ଏକ ପ୍ରେସ୍ ରିଲିଜରେ କହିଛନ୍ତି ଯେ, ସେ କଂଗ୍ରେସର ନୀତି ଆଦର୍ଶରେ ଅନୁପ୍ରାଣିତ।କଂଗ୍ରେସ ଦଳରେ ସେ ନିଷ୍ଠାର ସହ କାର୍ଯ୍ୟ କରୁଛନ୍ତି ଓ କରିବେ ମଧ୍ୟ। ଗତ କିଛିଦିନ ଧରି ବିଭିନ୍ନ ସମ୍ବାଦପତ୍ର ଓ ବୈଦ୍ୟୁତିକ ଗଣମାଧ୍ୟମରେ ସେ ବିଜେଡିରେ ମିଶିବା କଥା ପ୍ରଚାରିତ ହେଉଛି।ତେବେ ସେ ସ୍ପଷ୍ଟ କରିବାକୁ ଚାହୁଁଛନ୍ତି ଯେ ଛାତ୍ର ଜୀବନରୁ ସେ କଂଗ୍ରେସ ସହ ଜଡ଼ିତ ଅଛନ୍ତି। କଂଗ୍ରେସର ଉତଥାନ ଓ ପତନ ସେ ଦେଖିଛନ୍ତି। ଅତୀତରେ ନିଜର କାର୍ଯ୍ୟ ପାଇଁ କଂଗ୍ରେସ ତାଙ୍କୁ ପିସିସି କାର୍ଯ୍ୟକାରୀ ସଭାପତି ଭାବେ ମନୋନୀତ କରିଛି। ଦଳ ତାଙ୍କୁ ଯେଉଁ ଦାୟିତ୍ୱ ଦେଇଛି ତାକୁ ସେ ନିଷ୍ଠାର ସହ କରୁଛନ୍ତି। ତାଙ୍କର କଂଗ୍ରେସ ଛାଡ଼ି ଅନ୍ୟ ଦଳକୁ ଯିବାର ପ୍ରଶ୍ନ ଉଠୁନି।ଯେଉଁମାନେ ତାଙ୍କ ନାଁରେ ଏଭଳି ଅପପ୍ରଚାର କରୁଛନ୍ତି ସେମାନେ ସେଥିରୁ କ୍ଷାନ୍ତ ରହିବା ପାଇଁ ଶ୍ରୀ ଦାସ ଏହି ରିଳିଜରେ ଅନୁରୋଧ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଗତକାଲି ଝାରସୁଗୁଡ଼ାରେ ଜନଜାଗରଣ ଯାତ୍ରାରେ ସାମିଲ ହୋଇ ଦଳ ଛାଡ଼ିବା ପାଇଁ ଉଦ୍ୟମ କରୁଥିବା କଂଗ୍ରେସ ନେତାମାନଙ୍କୁ ଚେତାବନୀ ଦେଇଥିଲେ। ସେ କହିଥିଲେ ଯେ ଆସନ୍ତା ୨ବର୍ଷ ପରେ ବିଜେଡିର କିଛି ଚିହ୍ନବର୍ଣ୍ଣ ନଥିବ। ଏବେ ଉଭୟ ବିଜେଡି ଓ ବିଜେପି ଦୁର୍ବଳ ହେବାରେ ଲାଗିଛନ୍ତି। ସେମାନେ ଏବେ କଂଗ୍ରେସ ନେତା ଓ କର୍ମୀମାନଙ୍କୁ ନିଜ ଦଳରେ ସାମିଲ କରିବା ଯୋଜନାରେ ରହିଛନ୍ତି। ଏହି ଦୁଇ ଦଳ ସହ କଂଗ୍ରେସର କିଛି ନେତା ମଧ୍ୟ ଯୋଗାଯୋଗରେ ରହିଛନ୍ତି। କିନ୍ତୁ ସେମାନେ ଏବେଠୁ ଜାଣି ରଖିବା ଉଚିତ୍ ଯେ ଆସନ୍ତା ଦୁଇବର୍ଷ ପରେ ସେମାନଙ୍କର ସ୍ଥିତି କ’ଣ ହେବ। ସେତେବେଳେ ସେମାନଙ୍କ ପାଇଁ କଂଗ୍ରେସର ଦ୍ୱାର ସବୁଦିନ ପାଇଁ ବନ୍ଦ ହୋଇଯିବ।

ସୂଚନାଯୋଗ୍ୟ, ଡିସେମ୍ବର ୨୬ ତାରିଖ ବିଜେଡି ପ୍ରତିଷ୍ଠା ଦିବସରେ କଂଗ୍ରେସର କିଛି ବିଧାୟକ ବିଜେଡିରେ ସାମିଲ ହେବାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା। କିନ୍ତୁ କଂଗ୍ରେସର ଦୁଇ ବିଧାୟକ ନବ ଦାସ ଓ ପ୍ରକାଶ ବେହେରା ବିଜେଡିରେ ସାମିଲ ହେଉନଥିବା ଗଣମାଧ୍ୟମରେ ସ୍ପଷ୍ଟ କରିଛନ୍ତି।



from Odisha Reporter https://ift.tt/2Elrk7G

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages