ମନ୍ତ୍ରୀ ସୂର୍ଯ୍ୟ ପାତ୍ରଙ୍କୁ ସିବିଆଇ ଡାକିଥିଲା: ଧର୍ମେନ୍ଦ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 15, 2018

ମନ୍ତ୍ରୀ ସୂର୍ଯ୍ୟ ପାତ୍ରଙ୍କୁ ସିବିଆଇ ଡାକିଥିଲା: ଧର୍ମେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚିଟଫଣ୍ଡ ଦୁର୍ନୀତି ମାମଲାରେ ରାଜ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଓ ତାଙ୍କ ପୁଅଙ୍କୁ ସିବିଆଇ ଡାକିଥିଲା।ଏକଥା ସତ କି ନୁହେଁ, ସୂର୍ଯ୍ୟ ନିଜେ ଠାକୁରଙ୍କ ପାଖରେ ଶପଥ କରି କୁହନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହ୍ୱାନ କରିଛନ୍ତି।

ଗଞ୍ଜାମ ଜିଲ୍ଲାରେ ସୂର୍ଯ୍ୟଙ୍କ ନିର୍ବାଚନମଣ୍ଡଳୀ ଦିଗପହଣ୍ଡିର ଭୀଷ୍ମଗିରିରେ ଦଳର ଜନପରାମର୍ଶ ଯାତ୍ରାରେ ଯୋଗ ଦେଇ ଚିଟଫଣ୍ଡ ଓ ଏଲପିଜି ସବସିଡି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଖୋଲାଖୋଲି ଭାବେ ମନ୍ତ୍ରୀ ଶ୍ରୀ ପାତ୍ରଙ୍କୁ କଡ଼ା ସମାଲୋଚନା କରିଥିଲେ। ଶ୍ରୀ ପ୍ରଧାନ କହିଥିଲେ ଯେ ସୂର୍ଯ୍ୟ ପାତ୍ର ଓ ତାଙ୍କ ପୁଅଙ୍କୁ ସିବିଆଇ ଜେରା ପାଇଁ ଡାକିଥିଲା କି ନାହିଁ, ଗାଁ ଠାକୁରଙ୍କ ମଣ୍ଡପ ଆଗରେ ସୂର୍ଯ୍ୟ ଶପଥ କରି କହିବେ କି? ସୂର୍ଯ୍ୟଙ୍କ ପୁଅକୁ ସିବିଆଇ ଡାକିଥିବା ନେଇ ସେତେବେଳେ ଗଣମାଧ୍ୟମରେ ଖବର ଆସିବା ପରେ ସେ ତାକୁ ଗୋଳାଇ ଦେଇଥିଲେ। ସିିବିଆଇକୁ ପଚାରିଥିଲେ କିନ୍ତୁ ସିବିଆଇ କିଛି କହିଲା ନାହିଁ ବୋଲି ସେତେବେଳେ ସେ ସଫେଇ ଦେଇଥିଲେ। ସେହିପରି ଏଲପିଜି ସବସିଡି ପ୍ରସଙ୍ଗରେ ସେ ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ଉଦାହରଣ ଦେଇ କହିଥିଲେ ଯେ ଏପ୍ରିଲରୁ ଏପର୍ଯ୍ୟନ୍ତ ତାଙ୍କ ଘରକୁ ୫ଟି ସିଲିଣ୍ଡର ନେଇଛନ୍ତି।ଏବାବଦରେ ଶ୍ରୀ ପାତ୍ରଙ୍କୁ ୧୮୫୦ଟଙ୍କା ସବସିଡି ମିଳିଛି।

ତେବେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଏଭଳି ସମାଲୋଚନା ଉପରେ ପ୍ରତିକ୍ରିୟା ରଖି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଯେ, ସିବିଆଇ ତାଙ୍କୁ କିମ୍ବା ତାଙ୍କ ପୁଅକୁ ଡାକିବାର ପ୍ରଶ୍ନ ଉଠୁନି। ସିବିଆଇ ଡାକିବା ଦୂରରେ ଥାଉ, ସେ କଥାବି ହୋଇନାହାନ୍ତି। ଏଲପିଜି ସିଲିଣ୍ଡର ଯେଭଳି ଅନ୍ୟମାନେ ନେଇଛନ୍ତି ସେମିତି ସେ ନେଇଛନ୍ତି। ସେ ଆୟକର ଦେଉଛନ୍ତି, ସବସିଡି କେମିତି ପାଇବେ ବୋଲି ଓଲଟା ପ୍ରଶ୍ନ କରିବା ସହ କେନ୍ଦ୍ରମନ୍ତ୍ରୀଙ୍କ ତଥ୍ୟ ଭୁଲ୍ ବୋଲି କହିଛନ୍ତି।



from Odisha Reporter https://ift.tt/2UMDSuH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages