ତୃଣମୂଳ ସ୍ତରର କର୍ମୀ ବାଛିବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 12, 2018

ତୃଣମୂଳ ସ୍ତରର କର୍ମୀ ବାଛିବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ!

ରାୟପୁର: ଗତ କାଲି ବିଧାନସଭା ନିର୍ବାଚନ ଫଳାଫଳରେ ବିଜେପିକୁ ମାତ୍‌ ଦେଇ କଂଗ୍ରେସ୍‌ ବାଜିମାତ୍‌ କରିଛି। ମଧ୍ୟପ୍ରଦେଶରେ ବିଏସ୍‌ପିର ସମର୍ଥନର ଏବଂ ଛତିଶଗଡ଼ ଓ ରାଜସ୍ଥାନରେ କଂଗ୍ରେସ ବହୁମତ ହାସଲ କରି ସରକାର ଗଠନ କରିବା ନିଶ୍ଚିତ ହୋଇସାରିଛି।

ଛତିଶଗଡରେ ମିଳିଥିବା ପ୍ରଚଣ୍ଡ ବହୁମତ ପରେ ଏବେ କଂଗ୍ରେସ ଆଗରେ ଏକ ବଡ ଚ୍ୟାଲେଞ୍ଜ ରହିଛି। ଆଉ ତାହା ହେଉଛି କିଏ ହେବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ।

ଏହି ଦ୍ୱନ୍ଦରୁ ମୁକ୍ତି ପାଇବା ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧି ଏକ ଅଭିନବ ତରିକା ଆପଣେଇଛନ୍ତି। ରାହୁଲ୍‌ ନିଜେ ରାଜ୍ୟର କଂଗ୍ରେସ କର୍ମକର୍ତ୍ତାମାନଙ୍କୁ ଫୋନ୍‌ କରି ତାଙ୍କ ରାୟ ମାଗୁଛନ୍ତି। ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରଥମ ପସନ୍ଦ କିଏ ତାହା ସେ କାର୍ମକର୍ତ୍ତାମାନଙ୍କୁ ପଚାରି ବୁଝୁଛନ୍ତି।

ପ୍ରଥମ ଥର ପାଇଁ ଏମିତି ଘଟିଛି ଯେତେବେଳେ କଂଗ୍ରେସ ବିଧାୟକ ଦଳଠୁ ରାୟ ନେବା ବ୍ୟତୀତ ସାଧାରଣ କାର୍ମକର୍ତ୍ତାଙ୍କଠାରୁ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ପଚରାଉଚରା କରୁଛନ୍ତି ରାହୁଲ ଗାନ୍ଧି।

ସୂଚନାଯୋଗ୍ୟ ଯେ, ୨୦୧୩ ମସିହାରେ ଛତିଶଗଡ଼ରେ ସଂଘଟିତ ଏକ ନକ୍ସଲ ହମ୍‌ଲାରେ ରାଜ୍ୟ ସ୍ତରର ଛାମୁଆ ନେତା ତଥା ଛତିଶଗଡ଼ କଂଗ୍ରେସ ମୁଖ୍ୟ ନନ୍ଦ କୁମାର ଲାଲ୍‌ଙ୍କ ସମେତ ୨୭ ଜଣଙ୍କର ମୃତ୍ୟୁ ହୋଇଥିଲା। ଏଥିରେ ଏକାଧିକ କଂଗ୍ରେସ କର୍ମୀଙ୍କୁ ହରାଇବାପରେ କଂଗ୍ରେସ ପୁଣିଥରେ ସଂଗଠିତ ହୋଇଥିଲା।

 



from Odisha Reporter https://ift.tt/2SHbHLW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages