
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ନବଜାତ ଶିଶୁମାନଙ୍କ ପାଇଁ କିଛି ଟୀକା ନେବା ଜରୁରୀ। ଏହି ସବୁ ପ୍ରତିଷେଧକ ଟୀକା ନେବା ଦ୍ୱାରା ଶିଶୁମାନେ ଭବିଷ୍ୟତରେ ବହୁ ବିପଦ୍ଜନକ ରୋଗରୁ ସୁରକ୍ଷା ପାଇଥା’ନ୍ତି। ଯେଉଁ ଶିଶୁମାନେ ନିର୍ଦ୍ଦିଷ୍ଟ ସମୟରେ ଏହି ସବୁ ଟୀକା ନେଇ ନ ଥା’ନ୍ତି, ସେମାନେ ପୁଷ୍ଟିହୀନତା ଓ ଶାରୀରିକ ଅକ୍ଷମତା ଊଳି ବିଭିନ୍ନ ରୋଗର ଶିକାର ହେବା ସହ ଅନେକ କ୍ଷେତ୍ରରେ ମୃତ୍ୟୁ ମୁଖରେ ମଧ୍ୟ ପଡ଼ିଥା’ନ୍ତି।

ନିର୍ଦ୍ଦିଷ୍ଟ ଟୀକା ନିର୍ଦ୍ଦିଷ୍ଟ ରୋଗ ପାଇଁ ଶରୀରରେ ପ୍ରତିରୋଧ ଶକ୍ତି ବଢ଼ାଇଥାଏ। ତେଣୁ ପ୍ରତି ଶିଶୁ ଜନ୍ମର ୧ ବର୍ଷ ମଧ୍ୟରେ କିଛି ଟୀକା ନେବା ନିହାତି ଆବଶ୍ୟକ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସଚେତନତା ଅଭାବରୁ ଆବଶ୍ୟକ ଟୀକା ନେଇ ନ ପାରି ହଜାର ହଜାର ଶିଶୁ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବା ସହ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ତେବେ ନିର୍ଦ୍ଦିଷ୍ଟ ସମୟ ଅବଧି ଭିତରେ ଆବଶ୍ୟକ ଟୀକା ଦେବା ଦ୍ୱାରା ଏହାକୁ ରୋକା ଯାଇପାରିବ।
ମନେ ରଖନ୍ତୁ, ଶିଶୁଙ୍କୁ ଟୀକା ଦେବାବେଳେ ସବୁବେଳେ ନୂଆ ସିରିଞ୍ଜ୍ ଏବଂ ନୂଆ ଛୁଞ୍ଚି ବ୍ୟବହାର କରିବା ଉଚିତ୍। ଜନ୍ମରୁ ୧ ବର୍ଷ ବୟସ ଭିତରେ ଶିଶୁଙ୍କ ପାଇଁ ଜରୁରୀ ଥିବା ଟୀକାଗୁଡ଼ିକ ସମ୍ପର୍କରେ ଆସନ୍ତୁ ଜାଣିବା।
୧. ନବଜାତ ଶିଶୁଙ୍କୁ ଜନ୍ମ ପରେ ବସିଜି(Bacillus Calmette–Guérin) ଓ ପୋଲିଓ ନିରୋଧ ଟୀକା ଦେବା ଉଚିତ୍। ବସିଜି ସାଧାରଣତଃ ଯକ୍ଷ୍ମା ଓ କୁଷ୍ଠ ରୋଗରୁ ସୁରକ୍ଷା ପାଇଁ ଦିଆଯାଏ।
୨, ଶିଶୁଙ୍କୁ ୬ ସପ୍ତାହ ହେଲେ, ଡିପିଟି-୧(diphtheria, pertussis, and tetanus), ପୋଲିଓ-୧ ଏବଂ ହେପାଟାଇଟିସ୍ ବି-୧ ଟୀକା ଦିଆଯାଏ। ଡିପିଟି ଟୀକା ଗଳଗଣ୍ଡ ଏବଂ ଟିଟାନସ୍ ଆଦିରୁ ସୁରକ୍ଷା ପାଇଁ ଦିଆଯାଏ।
୩. ଶିଶୁଙ୍କୁ ୧୦ ସପ୍ତାହ ହେବା ପରେ ଡିପିଟି-୨, ପୋଲିଓ-୨ ଏବଂ ହେପାଟାଇଟିସ୍ ବି -୨ ଟୀକା ଦିଆଯାଏ।
୪. ସେହିଭଳି ୧୪ ସପ୍ତାହର ଶିଶୁଙ୍କୁ ଡିପିଟି-୩, ପୋଲିଓ-୩ ଏବଂ ହେପାଟାଇଟିସ୍ ବି -୩ ଟୀକା ଦିଆଯାଇଥାଏ।
୫. ଶିଶୁଙ୍କୁ ୯ ମାସ ବୟସ ହୋଇଗଲେ ତାଙ୍କୁ ମିଳିମିଳା ପ୍ରତିରୋଧ ଓ ଭିଟାମିନ୍ –ଏ ଟୀକା ଦେବା ଉଚିତ୍।
୬. ୧୬ ମାସରୁ ୨୪ ମାସ ଭିତରେ ଶିଶୁଙ୍କୁ ଡିପିଟି, ପୋଲିଓର ବୁଷ୍ଟର ମାତ୍ରା ଓ ଭିଟାମିନ୍ –ଏ ଟୀକା ଦିଆଯିବା ଆବଶ୍ୟକ।
from Odisha Reporter https://ift.tt/2PADpIa
No comments:
Post a Comment