
ନୂଆଦିଲ୍ଲୀ: ସିବିଆଇର ଦୁଇ ଶୀର୍ଷ ଅଧିକାରୀଙ୍କୁ ରାତି ଅଧିଆ ଏବଂ ତରବରିଆ ଭାବରେ ଛୁଟିରେ ପଠାଯିବାକୁ ନେଇ ପ୍ରଶ୍ନ ଉଠାଛନ୍ତି ସୁପ୍ରିମ୍କୋର୍ଟ। ଜୁଲାଇ ମାସରୁ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ଏବଂ ତାଙ୍କ ଡେପୁଟୀ ରାକେଶ ଅସ୍ଥାନାଙ୍କ ମଧ୍ୟରେ ଚାଲିଥିବା ତୁ ତୁ ମେଁ ମେଁ ସରକାର ସହି ଆସିଥିଲେ ଏବଂ ହଠାତ୍ କେଉଁ ପରିସ୍ଥିତିରେ ସରକାର ସେମାନଙ୍କୁ ଛୁଟିରେ ପଠାଇଦେଲେ ତାହା ସରକାର ଏବଂ ସେଣ୍ଟ୍ରାଲ୍ ଭିଜିଲାନ୍ସ କମିଶନ୍ଙ୍କଠାରୁ ଜାଣିବାକୁ ଚାହିଁଛନ୍ତି ସୁପ୍ରିମ୍କୋର୍ଟ।
ଗତକାଲି ସରକାରୀ ଓକିଲ କେକେ ଭେନୁଗୋପାଲ କହିଥିଲେ ଯେ, ଅସାଧାରଣ ପରିସ୍ଥିତି ଉପୁଜିବାରୁ ଏହି ନିଷ୍ପତ୍ତି ନେବାକୁ ହେଲା।
ସିବିଆଇ ମୁଖ୍ୟଙ୍କ ଉପରେ କିଛି ପଦକ୍ଷେପ ନିଆଯିବା ପୂର୍ବରୁ ଏକ କମିଟିର ପରାମର୍ଶ ନେବାର ନିୟମ ଥିଲେ ହେଁ, ଏମିତି କିଭଳି ସ୍ଥିତି ଉପୁଜିଲା ଯେ ତାହା ମଧ୍ୟ କରାଗଲାନି ବୋଲି ମଧ୍ୟ କୋର୍ଟ ପ୍ରଶ୍ନ କରିଥିଲେ।
ଏହାର ଉତ୍ତରରେ ସିଭିସି ପକ୍ଷରୁ କୁହାଯାଇଥିଲା, ଅସାଧାରଣ ସମସ୍ୟାର ସମାଧାନ ଅସାଧାରଣ ହିଁ ହେବ। ସିବିଆଇ ସେଣ୍ଟ୍ରାଲ ଭିଜିଲାନ୍ସ କମିଶନ୍ର ଅଧୀନ ହୋଇଥିବାରୁ ହଠାତ୍ କିଛି ସମସ୍ୟା ଉପୁଜିଲେ ଏଭଳି ନିଷ୍ପତ୍ତି ନେବାକୁ ପଡ଼େ। ଏଭଳି ସ୍ଥିତି ମଧ୍ୟ ଆସେ ଯାହା ଆଇନରେ ନଥିବ ଏବଂ କର୍ତ୍ତୃପକ୍ଷ ଏଭଳି ସ୍ଥିତିକୁ ପରିଚାଳନା କରିବାକୁ ବାଧ୍ୟ ହୋଇଥାଆନ୍ତି।
ଭେନୁଗୋପାଲ ଆହୁରି ମଧ୍ୟ କହିଥିଲେ, “ଭାରତ ସରକାର ଏହି ଦୁଇ ଅଧିକାରୀଙ୍କ ମଧ୍ୟରେ ଚାଲିଥିବା ସମସ୍ୟାକୁ ତୀକ୍ଷ୍ଣ ଦୃଷ୍ଟିରେ ଦେଖୁଥିଲେ। ସେମାନେ କିକ୍କେନୀ କ୍ୟାଟ୍ (ଦୁଇ ଜଣଙ୍କର ଆତ୍ମଘାତୀ ଲଢ଼େଇ) ପରି ଲଢ଼େଇ କରୁଥିଲେ ଯାହାକି ଅସାଧାରଣ ସ୍ଥିତି ପାଇଁ କାରଣ ପାଲଟିଥିଲା। ଏଭଳି ସ୍ଥିତିରେ ସରକାର ତୁରନ୍ତ ପଦକ୍ଷେପ ନେଇ ସେଣ୍ଟ୍ରାଲ ଭିଜିଲାନ୍ସ କମିଶନ୍ କୌଣସି ପଦକ୍ଷେପ ନେବାଯାଏ ଉଭୟଙ୍କଠାରୁ କ୍ଷମତା ଅପସାରଣ କରିଥିଲେ।”
ଉଭୟ ଆଲୋକ ବର୍ମା ଏବଂ ରାକେଶ ଅସ୍ଥାନା ପରସ୍ପର ବିରୋଧରେ ଦୁର୍ନୀତି ଓ ଲାଞ୍ଚ ଅଭିଯୋଗ ଆଣିବା ପରେ ଏଭଳି ସ୍ଥିତି ଉପୁଜିଛି।
from Odisha Reporter https://ift.tt/2EeGXhX
No comments:
Post a Comment