୨୭ ଦିନ ପରେ ବି ଉଦ୍ଧାର ହୋଇପାରିଲେନି ନାବାଳିକା: ଚୁପ ବସିଛନ୍ତି ପୁଲିସ୍‌ ବାବୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 6, 2018

୨୭ ଦିନ ପରେ ବି ଉଦ୍ଧାର ହୋଇପାରିଲେନି ନାବାଳିକା: ଚୁପ ବସିଛନ୍ତି ପୁଲିସ୍‌ ବାବୁ

kidnap

ବାଙ୍କି (ସଞ୍ଜିପ କୁମାର ନାୟକ): କଟକ ଜିଲ୍ଲା ବାଙ୍କି ଥାନା ଅନ୍ତର୍ଗତ କରବର ଗାଁରୁ ଜଣେ ନାବାଳିକା ଅପହରଣର ୨୭ ଦିନ ବିତି ଯାଇଥିଲେ ବି ପୁଲିସ୍‌ ତାଙ୍କୁ ଉଦ୍ଧାର କରିପାରିନାହିଁ। ଏନେଇ ବାରମ୍ବାର ବାଙ୍କି ଥାନାର ଦ୍ୱାରସ୍ଥ ହେବା ପରେ ପୀଡ଼ିତାଙ୍କ ପରିବାର ଡିଜିପିଙ୍କୁ ଟ୍ୱିଟ୍‌ କରି ଝିଅକୁ ଉଦ୍ଧାର କରିବାକୁ ଆକୁଳ ନିବେଦନ କରିଛନ୍ତି।

ଅନ୍ୟପକ୍ଷରେ ଉପରିସ୍ଥ ଅଧିକାରୀ ସହଯୋଗ କରୁ ନଥିବା କହି ସ୍ଥାନୀୟ ପୁଲିସ୍‌ ନିଜ ଉପରୁ ଦୋଷ ଛଡ଼ାଇ ଦେବାକୁ ଉଦ୍ୟମ କରୁଥିବା ପୀଡ଼ିତାଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ଅଭିଯୁକ୍ତଙ୍କ ପରିବାର ସହ ସ୍ଥାନୀୟ ପୁଲିସ୍‌ ଭିତିରିଆ ସମ୍ପର୍କ ରଖି ଝିଅକୁ ଉଦ୍ଧାର କରୁ ନଥିବା ଓ ଅଭିଯୁକ୍ତକୁ ଗିରଫ କରୁ ନଥିବା ପୀଡ଼ିତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏନେଇ ସ୍ଥାନୀୟ ପୁଲିସ୍‌ର ମତାମତ ମିଳିପାରିନାହିଁ।

ଅଭିଯୋଗ ଅନୁସାରେ, ଅକ୍ଟୋବର ୩୧ ତାରିଖ ରାତିରେ ଝିଅକୁ ଘରେ ନପାଇ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ଏହି ସମୟରେ ସେମାନେ ଜାଣିବାକୁ ପାଇଥିଲେ, ଗାଁର ସଞ୍ଜୟ ବେହେରା ତାଙ୍କ ବାପା ଓ ବଡ଼ ଭାଇଙ୍କ ସହାୟତାରେ ଝିଅକୁ ଏକ ଅଟୋ (OD 05 AH 8347)ରେ ଅପହରଣ କରିନେଇଛନ୍ତି। ଏନେଇ ଗତ ୯ ତାରିଖରେ ପୀଡ଼ିତାଙ୍କ ପରିବାର ପକ୍ଷରୁ ବାଙ୍କି ଥାନାରେ ଏତଲା ଦିଆଯାଇଥିଲା।

ଅଭିଯୋଗ ପାଇବା ପରେ ପୁଲିସ୍‌ ଦଫା ୩୬୩/୩୬୬ (କ), ୨୯୪, ୫୦୬ ଏବଂ ୩୪ ଆଇପିସିରେ ଏକ ମାମଲା (୨୯୮/୧୮) ରୁଜୁ କରିଥିଲା।

ହେଲେ ଘଟଣାକୁ ୨୭ ଦିନି ବିତି ଯାଇଥିଲେ ମଧ୍ୟ ପୁଲିସ୍‌ ନାବାଳିକା ଝିଅକୁ ଉଦ୍ଧାର କରିପାରିନାହିଁ କି ଅଭିଯୁକ୍ତଙ୍କୁ ଗିରଫ କରିନାହିଁ। ଏପରିକି ଅଭିଯୁକ୍ତଙ୍କ ପରିବାର ଲୋକେ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ମାଡ ମାରିବାକୁ ଓ ଝିଅକୁ ହତ୍ୟା କରିଦେବାକୁ ଧମକ ଦେଉଥିବା ନାବାଳିକାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ସ୍ଥାନୀୟ ପୁଲିସ୍‌ ପାଖରୁ ନିରାଶ ହେବା ପରେ ପୀଡ଼ିତାଙ୍କ ଭାଇ ଟ୍ୱିଟ୍‌ କରି ଡିଜିପିଙ୍କୁ ଘଟଣାରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି।



from Odisha Reporter https://ift.tt/2zMvFOb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages