ମୁହଁ ଖୋଲିଲେ ଯୁବରାଜ, କହିଲେ କାହିଁକି ଗତଥର କରିଥିଲେ ଖରାପ ପ୍ରଦର୍ଶନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 20, 2018

ମୁହଁ ଖୋଲିଲେ ଯୁବରାଜ, କହିଲେ କାହିଁକି ଗତଥର କରିଥିଲେ ଖରାପ ପ୍ରଦର୍ଶନ

ନୂଆଦିଲ୍ଲୀ: ଫଟାଫଟ୍‌ କ୍ରିକେଟ୍‌ର ସଫଳତମ ତାରକା ଯୁବରାଜ ସିଂହଙ୍କୁ ଆଇପିଏଲ୍‌ର ୧୨ତମ ସଂସ୍କରଣ ପାଇଁ ଶେଷ ହୋଇଥିବା ନିଲାମ ସମୟରେ କୌଣସି ଟିମ୍‌ କିଣିବାକୁ ଆଗ୍ରହ ପ୍ରକାଶ କରି ନଥିଲେ। ଏପରି କି ପ୍ରଥମ ରାଉଣ୍ଡରେ ସେ କିଣା ହୋଇପାରି ନଥିଲେ।

ତେବେ ଦ୍ୱିତୀୟ ରାଉଣ୍ଡରେ ଯୁବରାଜଙ୍କୁ ମୂଳଦର ୧ କୋଟିରେ ମୁମ୍ବାଇ ଇଣ୍ଡିଆନ୍ସ କିଣିଛି। ଏହା ପରେ ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି ଯୁବରାଜ। ଏଥିସହ ଆଇପିଏଲ୍‌ର ୧୧ତମ ସଂସ୍କରଣରେ ସେ କାହିଁକି ଖରାପ ପ୍ରଦର୍ଶନ କରିଥିଲେ, ସେକଥା ମଧ୍ୟ କହିଛନ୍ତି।

ଯୁବରାଜ କହିଛନ୍ତି, “ ମୋତେ ପ୍ରଥମ ରାଉଣ୍ଡରେ କେହି କିଣି ନଥିବାରୁ ମୁଁ ଆଦୌ ଚିନ୍ତିତ ହୋଇ ନଥିଲି। କାରଣ ଗତବର୍ଷର ପ୍ରଦର୍ଶନ ଯାହା ଥିଲା, ମୁଁ ଜାଣିଥିଲି ମୋତେ କେହି କିଣିବେ ନାହିଁ। ଆଇପିଏଲ୍‌ରେ ସମସ୍ତେ ଯୁବ ଖେଳାଳିଙ୍କୁ ଅଧିକ ଗୁରୁତ୍ୱ ଦେଇଥାଆନ୍ତି।

ଏଇଟା ମଧ୍ୟ ସ୍ୱାଭାବିକ କଥା। ଏବେ ଯେଉଁ ସ୍ଥିତିରେ ମୁଁ ରହିଛି, ଲାଗୁଛି ମୋ କ୍ୟାରିୟର ଶେଷ ହେବା ଅବସ୍ଥାକୁ ଆସିଗଲାଣି। ତଥାପି ଦ୍ୱିତୀୟ ରାଉଣ୍ଡରେ ମୋତେ କେହି ଜଣେ ଫ୍ରାଞ୍ଚାଇଜି କିଣିବେ ବୋଲି ଆଶା ରଖିଥିଲି।”

ମୁମ୍ବାଇ ଇଣ୍ଡିଆନ୍ସକୁ ପ୍ରଶଂସା କରି ସେ କହିଛନ୍ତି, “ ଆପଣମାନେ ବିଶ୍ୱାସ କରିନ ପାରନ୍ତି, ହେଲେ ମୁଁ ନିଲାମ ପୂର୍ବରୁ ଭାବିଥିଲି ଯେ ମୁଁ ମୁମ୍ବାଇ ପକ୍ଷରୁ ଏଥର ଖେଳିବାକୁ ସୁଯୋଗ ପାଇପାରେ। ଏବେ ସେହି ସୁଯୋଗ ମିଳିଥିବାରୁ ବହୁତ ଖୁସି ଲାଗୁଛି। ଏଥିସହ ଟିମ୍‌ର ମାଲିକ ଆକାଶ ଅମ୍ବାନି ମୋ ସମ୍ପର୍କରେ ଯେଉଁ ମତ ଦେଇଛନ୍ତି, ତାହା ନିଶ୍ଚିତ ଭାବେ ମୋତେ ଭଲ ପ୍ରଦର୍ଶନ କରିବାକୁ ମନୋବଳ ଯୋଗାଇବ।”

ଗତ ଆଇପିଏଲ୍‌ରେ ଯୁବରାଜ କିଙ୍ଗ ଏକାଦଶ ପଞ୍ଜାବ ପକ୍ଷରୁ ଖେଳୁଥିଲେ। ସେ ୮ଟି ମ୍ୟାଚ୍‌ରେ ମାତ୍ର ୬୫ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ଏଥିପାଇଁ ପଞ୍ଜାବ ତାଙ୍କୁ ଏଥର ଦଳରୁ ରିଲିଜ୍‌ କରିଦେଇଥିଲା। ଏସମ୍ପର୍କରେ ମତ ରଖି ଯୁବରାଜ କହିଛନ୍ତି, “ ହଁ ମୁଁ ମାନୁଛି ଗତବର୍ଷ ମୋ ପ୍ରଦର୍ଶନ ଭଲ ନଥିଲା। କିନ୍ତୁ ୪ରୁ ୫ଟି ମ୍ୟାଚ୍‌ରେ ଭିନ୍ନ ଭିନ୍ନ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିଲି।

ମୋତେ କୌଣସି ନିର୍ଦ୍ଦିଷ୍ଟ ସ୍ଥାନରେ ବ୍ୟାଟିଂ କରିବାର ସୁଯୋଗ ମିଳୁନଥିଲା। ତେଣୁ ମୋ ପ୍ରଦର୍ଶନ ଆଖିଦୃଶିଆ ନ ହେବା ସ୍ୱାଭାବିକ କଥା। ତେବେ ଏବର୍ଷ ମୁଁ ଭଲ ପ୍ରଦର୍ଶନ କରିବି ଆଶା ରଖିଛି। ମୁମ୍ବାଇ ଇଣ୍ଡିଆନ୍ସରେ ଜାହିର ଖାନ୍‌, ସଚିନ୍‌ ତେନ୍ଦୁଲକର ଓ ରୋହିତ ଶର୍ମା ଥିବାରୁ ସେମାନଙ୍କ ସହ ଖେଳିବାକୁ ନିଶ୍ଚିତ ପ୍ରେରଣା ଦେବ।”



from Odisha Reporter https://ift.tt/2Gvcpup

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages