ପ୍ରେମିକାର ମୁଣ୍ଡଗଣ୍ଡି ଅଲଗା କରିଦେଲା ପ୍ରେମିକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 20, 2018

ପ୍ରେମିକାର ମୁଣ୍ଡଗଣ୍ଡି ଅଲଗା କରିଦେଲା ପ୍ରେମିକ

murder

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିବାହ ପାଇଁ ଜିଦ୍ ଧରିବାରୁ ପ୍ରେମିକାକୁ ଅତି ନିର୍ମମ ଭାବେ ହତ୍ୟା କରିଛି ଧୋକାବାଜ୍ ପ୍ରେମିକ। ତଣ୍ଟି ଚିପି ହତ୍ୟା କରିବା ପରେ ଗଣ୍ଡିରୁ ମୁଣ୍ଡକୁ କାଟି ଅଲଗା କରି ଜଙ୍ଗଲରେ ଫିଙ୍ଗି ଦେଇଛି। ଚନ୍ଦକା-ମଳିପଡା ଜଙ୍ଗଲରୁ ଆଜି ଯୁବତୀଙ୍କ ମୃତଦେହ ଉଦ୍ଧାର ହେବା ପରେ ସତ ପଦାକୁ ଆସିଛି। ମୃତ ଯୁବତୀ ପୁରୀ ସତ୍ୟବାଦୀ ଅଞ୍ଚଳର ହୋଇଥିବାବେଳେ ହତ୍ୟାକାରୀ ପ୍ରେମିକ ଡେଲାଙ୍ଗ ଅଞ୍ଚଳର। ଅଭିଯୁକ୍ତକୁ ଗିରଫ କରି ଖୋଳତାଡ଼ ଜାରି ରଖିଛି କମିଶନରେଟ୍ ପୋଲିସ୍।

ବିବାହ ପାଇଁ ଜିଦ୍ ଧରିବାରୁ ଏଭଳି ଜଘନ୍ୟ କାଣ୍ଡ କରି ବସିଥିଲେ ଧୋକାବାଜ ପ୍ରେମିକ। ଭୁବନେଶ୍ୱର ଉପକଣ୍ଠ ମଳିପଡ଼ା ଜଙ୍ଗଲରୁ ବୀଭତ୍ସ ଢଙ୍ଗରେ ହତ୍ୟା କରାଯାଇଥିବା ଯୁବତୀଙ୍କ ମୃତଦେହ ମିଳିବା ପରେ ଗତ ୧୩ ତାରିଖରେ ପୁରୀ ସତ୍ୟବାଦୀ ଅଞ୍ଚଳରୁ ଯୁବତୀ ନିଖୋଜ ଘଟଣାର ପର୍ଦ୍ଦାଫାସ ହୋଇଛି। ସତ୍ୟବାଦୀ ପୁଲିସ୍‌ ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଛି। ଅଭିଯୁକ୍ତ ଜଣଙ୍କ ହେଲେ ଯୁଧିଷ୍ଠିର ସାହୁ।

murderଗିରଫ ହେବା ପରେ ଯୁଧିଷ୍ଠର ତା’ କଳା କାରନାମାର ପୃଷ୍ଠା ଖୋଲିଛି। ପୁଲିସକୁ ଦେଇଥିବା ବୟାନ ଅନୁସାରେ, ପ୍ରେମିକା ବିବାହ ପାଇଁ ଜିଦ୍ କରିବାରୁ ଯୋଜନା ମୁତାବକ ତାଙ୍କୁ ସେ ପ୍ରଥମେ ଅପହରଣ କରିଥିଲା। ପ୍ରେମିକାକୁ ମଳିପଡ଼ା ଜଙ୍ଗଲକୁ ଆଣି ତଣ୍ଟି ଚିପି ହତ୍ୟା କରିଥିଲା। ଏହାପରେ ଏକ ଧାରୁଆ ଅସ୍ତ୍ରରେ ମୁଣ୍ଡ ଗଣ୍ଡି କାଟି ଅଲଗା କରିଦେବା ପରେ ତାକୁ ଫିଙ୍ଗି ଫେରାର ହୋଇଯାଇଥିଲା।

ସେପଟେ ଝିଅକୁ ଖୋଜାଖୋଜି କରି ନପାଇବାରୁ ପରିବାର ଲୋକେ ସତ୍ୟବାଦୀ ଥାନାରେ ଅଭିଯୋଗ କରିଥିଲେ। ପରେ ଘର ଲୋକେ ଖୋଜାଖୋଜି କରିବା ବେଳେ ଝିଅର  ରେଜିଷ୍ଟ୍ରି ମ୍ୟାରେଜ କାଗଜପତ୍ର ପାଇବାରୁ ଯୁଧିଷ୍ଠିର ଉପରେ ସନ୍ଦେହ ବଢ଼ିଥିଲା। ଥାନାରେ ପଚରାଉଚରା ପରେ ପୁଲିସ ଆଗରେ ସବୁ ସତ ମାନିଯାଇଥିଲା ଯୁଧିଷ୍ଠିର। ତା’ ବୟାନ ଅନୁସାରେ ପୁଲିସ ଆଜି ମଳିପଡ଼ା ଜଙ୍ଗଲକୁ ଆସି ମୃଦଦେହ ଉଦ୍ଧାର କରିଥିଲା।

ଯୁବତୀଙ୍କ ମୃତଦେହ ବିବସ୍ତ୍ର ଅବସ୍ଥାରେ ଉଦ୍ଧାର ହୋଇଥିବାରୁ ପ୍ରଥମେ ଦୁଷ୍କର୍ମ ପରେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ଏପଟେ ହତ୍ୟା ପଛରେ କେବଳ ପ୍ରେମିକ ନାଁ ଆଉ କାହାର ସଂପୃକ୍ତି ରହିଛି, ସେ ନେଇ ବି ପୁଲିସ୍‌ ତଦନ୍ତ ଚଳାଇଛି।



from Odisha Reporter https://ift.tt/2LrbrhF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages