ସହରକୁ ବିପଦମୁକ୍ତ କରିବାକୁ ଦାବି, ୧୨ ଘଣ୍ଟିଆ ବନ୍ଦ ଡାକରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 18, 2018

ସହରକୁ ବିପଦମୁକ୍ତ କରିବାକୁ ଦାବି, ୧୨ ଘଣ୍ଟିଆ ବନ୍ଦ ଡାକରା

talcher

ଅନୁଗୋଳ (ଓଡ଼ିଶା ରିପୋର୍ଟର): ୪ ଦଫା ଦାବିରେ ଆଜି ତାଳଚେର ସୁରକ୍ଷା ସମିତି ପକ୍ଷରୁ ୧୨ ଘଣ୍ଟିଆ ତାଳଚେର ବନ୍ଦ ଡାକରା ଦିଆଯାଇଛି।

ଆନ୍ଦୋଳନକାରୀମାନେ କୋଇଲା ଖଣି ବନ୍ଦ କରିବା ସହିତ ରେଳ ରୋକ କରିଛନ୍ତି। ଏହା ସହିତ ସହରରେ ଦୋକାନ-ବଜାର ବନ୍ଦ ରହିଛି। ଗାଡ଼ି ଚଳାଚଳ ବି ବନ୍ଦ ରହିଛି।

ଭୂଗର୍ଭ କୋଇଲା ଖଣି ଦ୍ୱାରା ତାଳଚେର ବିପଦ ସଂକୁଳ ହୋଇ ପଡ଼ିଥିବାରୁ ସହରକୁ ବିପଦମୁକ୍ତ କରିବାକୁ ସୁରକ୍ଷା ସମିତି ଦାବି କରିଛି। ଏହା ସହିତ ତାଳଚେରକୁ ପ୍ରଦୂଷଣ ମୁକ୍ତ ରଖିବା ପାଇଁ ପଦକ୍ଷେପ ନିଆଯାଉ ବୋଲି ଦାବି କରାଯାଇଛି।

ତାଳଚେର ସ୍ଥିତ ସରକାରୀ ଡାକ୍ତରଖାନାରେ ଆବଶ୍ୟକ ଡାକ୍ତର ନିଯୁକ୍ତ କରିବା ଓ ବାହ୍ମଣୀ ନଦୀରେ ନର୍ଦ୍ଦମା ପାଣି ମିଶୁଥିବାରୁ ଜଳ ପ୍ରଦୂଷଣକୁ ବନ୍ଦ କରିବା ସହିତ ତାଳଚେରବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରିବାକୁ ମଧ୍ୟ ଦାବି କରାଯାଇଛି।



from Odisha Reporter https://ift.tt/2rJs66P

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages