ଚିଦାମ୍ବରମଙ୍କୁ ଇଡିର ମାରାଥନ ଜେରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 18, 2018

ଚିଦାମ୍ବରମଙ୍କୁ ଇଡିର ମାରାଥନ ଜେରା

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ୍‌ଙ୍କୁ ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ଘଟଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଆଜି ମାରାଥନ ଜେରା କରିଛି। ପୂର୍ବରୁ ଚିଦାମ୍ବରମଙ୍କ ବିରୋଧରେ ପ୍ରମାଣଯୋଗ୍ୟ ତଥ୍ୟ ମିଳିବାରୁ ତାଙ୍କୁ ଜେରା କରିବା ପାଇଁ ଇଡି ସମନ କରିଥିଲା।

ସମନ୍‌ ପାଇବା ପରେ ଆଜି ୧୧ଟା ବେଳକୁ ଚିଦାମ୍ବରମ୍‌ ଇଡିରେ ହାଜର ହୋଇଥିଲେ। ଏହାପରେ ତାଙ୍କୁ ବନ୍ଦ ଘରେ ଜେରା କରାଯାଉଛି। ଇଡି ତାଙ୍କୁ ଜେରା କରିଥୁଲେ ହେଁ ଜାନୁଆରୀ ୧୫ ଯାଏ ଗିରଫ କରିପାରିବ ନାହିଁ। କାରଣ ଦିଲ୍ଲୀ ହାଇକୋର୍ଟ ଚିଦାମ୍ବରମ୍‌ଙ୍କୁ ଜାନୁଆରୀ ୧୫ ତାରିଖ ଯାଏ ଗିରଫଦାରୀରୁ ସୁରକ୍ଷା ଦେଇଛନ୍ତି।

ଚିଦାମ୍ବରମ ଏବଂ ତାଙ୍କ ପୁଅ କାର୍ତ୍ତିଙ୍କ ନାଁରେ ଅଘୋଷିତ ୫୪ କୋଟିର ସମ୍ପତ୍ତି ଦେଶ ଓ ବିଦେଶରେ ରହିଥିବା ଜଣାପଡ଼ିବା ପରେ ଇଡି ଏହାର ଖୋଳତାଡ଼ ଆରମ୍ଭ କରିଛି।

ପ୍ରିଭେନସନ୍‌ ଅଫ୍‌ ମନି ଲଣ୍ଡରିଂ ଆଇନ୍‌ ଅନୁଯାୟୀ ଆଜି ଚିଦାମ୍ବରମଙ୍କ ବୟାନ ରେକର୍ଡ କରାଯାଇଛି। ଆଇଏନ୍‌ଏକ୍ସ ମିଡିଆରେ ୩୦୫ କୋଟିର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ଉଭୟ ସିବିଆଇ ଏବଂ ଇଡି ତଦନ୍ତ କରୁଛନ୍ତି।

ଆଇଏନ୍‌ଏକ୍ସ ମିଡିଆ ବ୍ୟତୀତ ୩୫୦୦ କୋଟିର ଏୟାରସେଲ ମ୍ୟାକ୍ସିସ ଦୁର୍ନୀତି ଘଟଣାରେ ମଧ୍ୟ ଚିଦାମ୍ବରମ ଏବଂ ତାଙ୍କ ପୁଅ କାର୍ତ୍ତିଙ୍କ ସଂପୃକ୍ତି ଥିବା ଅଭିଯୋଗ ହୋଇଛି। ଏହାର ତଦନ୍ତ ଏବେ ସିବିଆଇ କରୁଛି।



from Odisha Reporter https://ift.tt/2S9HYeG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages