ସୁପ୍ରିମକୋର୍ଟରେ ପୋଲାଭରମର ଭୁଲ୍ ତଥ୍ୟ ପାଇଁ କ୍ଷମା ମାଗନ୍ତୁ ମୁଖ୍ୟମନ୍ତ୍ରୀ : କଂଗ୍ରେସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 4, 2018

ସୁପ୍ରିମକୋର୍ଟରେ ପୋଲାଭରମର ଭୁଲ୍ ତଥ୍ୟ ପାଇଁ କ୍ଷମା ମାଗନ୍ତୁ ମୁଖ୍ୟମନ୍ତ୍ରୀ : କଂଗ୍ରେସ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ବିବାଦୀୟ ପୋଲାଭରମ୍ ପ୍ରକଳ୍ପ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ରାଜ୍ୟ ସରକାରଙ୍କ ପାଇଁ ଏକ ଶକ୍ତ ଚାପୁଡ଼ା ସଦୃଶ ହୋଇଛି। କୋର୍ଟକୁ ଭୁଲ ତଥ୍ୟ ଦେଇଥିବାରୁ ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ ବୋଲି ରାଜ୍ୟ କଂଗ୍ରେସ ଦାବି କରିଛି।

ପିସିସି କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ବିଭୁ ପ୍ରସାଦ ତରାଇ ଓ ମନୋଜ ମହାପାତ୍ର କହିଛନ୍ତି ଯେ, ଆରମ୍ଭରୁ ପୋଲାଭରମ୍ ପ୍ରକଳ୍ପର ନୀତି ନିୟମ ପ୍ରତି ବେଫିକର ଥିବା ରାଜ୍ୟ ସରକାର ନେଡ଼ି ଗୁଡ଼ କହୁଣୀକୁ ବୋହିଗଲା ପରେ ରାଜ୍ୟର ସ୍ୱାର୍ଥକୁ ନେଇ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ଏବଂ ଯାହାର ପରିଣତି ସ୍ୱରୂପ ସୁପ୍ରିମକୋର୍ଟ ପୋଲାଭରମ୍ ମାମଲାରେ ସ୍ଥଗିତାଦେଶ ଦେବା ପାଇଁ ମନାକରି ଦେଇଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ପାଖରେ କ୍ଷମା ପ୍ରାର୍ଥନା କରିବା ଉଚିତ୍।

ଗତ ସୋମବାର ଏହି ମାମଲାର ଶୁଣାଣି ପାଇଁ ସ୍ୱତନ୍ତ୍ର ଭାଵେ ଦିନ ଧାର୍ଯ୍ୟ ହୋଇଥିଲା ଏବଂ ଜଷ୍ଟିସ ମଦନ ବି. ଲୋକୁରଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଶୁଣାଣି କରି ବୁଡ଼ି ଅଞ୍ଚଳରେ ସ୍ୱତନ୍ତ୍ର ଭାବରେ ଜନଶୁଣାଣି କରିବା ପାଇଁ ନିର୍ଦ୍ଦେଶ ଦେବା ସଙ୍ଗେ ସଙ୍ଗେ ଚାଲିଥିବା କାର୍ଯ୍ୟ ଉପରେ ସ୍ଥଗିତାଦେଶ ଜାରି କରିବାକୁ ମନା କରି ଦେବା ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଅପାରଗତାକୁ ପଦାରେ ପକାଇ ଦେଇଛି ବୋଲି କଂଗ୍ରେସ କହିଛି।

ଦଳର ଦୁଇ ମୁଖପାତ୍ର କହିଛନ୍ତି, ଆରମ୍ଭରୁ ପୋଲାଭରମ୍ ପ୍ରକଳ୍ପ ଦ୍ୱାରା ପ୍ରଭାବିତ ଅଞ୍ଚଳରେ ଜନଶୁଣାଣି ଠାରୁ ଦୂରରେ ରହିଥିବା ରାଜ୍ୟ ସରକାର ବର୍ତ୍ତମାନ ନିଜ ପାଇଁ ନିଜେ ଗାତ ଖୋଳି ରାଜ୍ୟବାସୀଙ୍କର ସ୍ୱାର୍ଥକୁ ଜଳାଞ୍ଜଳି ଦେଇଥିବା ସ୍ପଷ୍ଟ ଜଣାପଡୁଛି। ମୁଖ୍ୟମନ୍ତ୍ରୀ ନିଜର ଦଳୀୟ ସଂକୀର୍ଣ୍ଣ ରାଜନୈତିକ ସ୍ୱାର୍ଥ ସାଧନ ପାଇଁ ବିରୋଧୀ ଦଳକୁ ବିଶ୍ୱାସକୁ ନନେଇ, ଯେଉଁ ନିଷ୍ପତ୍ତି ନେଲେ ତା’ର ପରିଣାମ ଏହି ବିବାଦକୁ ଚରମ ସୀମାରେ ପହଞ୍ଚାଇଛି। ରାଜ୍ୟ ସରକାରଙ୍କ ରାଜନୀତିକ ଅଭିସନ୍ଧି ଯୋଗୁ ଜଳସମାଧି ନେବାକୁ ଥିବା ବୁଡ଼ି ଅଞ୍ଚଳବାସୀଙ୍କ ଭାଗ୍ୟ ଏବଂ ଭବିଷ୍ୟତ ଆଜି ଅନ୍ଧାର ଘେରରେ, ଯାହାକୁ ରାଜ୍ୟ କଂଗ୍ରେସ ତରଫରୁ ଦୃଢ଼ ବିରୋଧ କରାଯାଇଛି।

ବହୁ ପୂର୍ବରୁ ଜନଶୁଣାଣି ପାଇଁ ନିର୍ଦ୍ଦେଶ ଥିଲେ ମଧ୍ୟ ନିର୍ଦ୍ଦିଷ୍ଟ ଭାବରେ କେଉଁ ତଥ୍ୟ ଆବଶ୍ୟକ ତାହା ଏପର୍ଯ୍ୟନ୍ତ କୋର୍ଟଙ୍କୁ ସରକାର ଦେଇପାରି ନଥିବା ସ୍ଥଳେ ଲୋକଦେଖାଣିଆ ଭାବରେ ମାମଲା ପରିଚାଳନାକୁ ନେଇ ରାଜ୍ୟ କଂଗ୍ରେସ ଅଭିଯୋଗ କରିଛି। ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ନିଶିକାନ୍ତ ମିଶ୍ର, ସୁଦର୍ଶନ ଦାସ, ପ୍ରଶାନ୍ତ ଶତପଥି, ସୋନାଲି ସାହୁ ପ୍ରମୁଖ ଉପସ୍ଥିତ ଥିଲେ।



from Odisha Reporter https://ift.tt/2RtwAK1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages