ସରକାରୀ ହସ୍ପିଟାଲ୍‌ରେ ଭୟଙ୍କର ନିଆଁ, ଜଣେ ମୃତ, ଏକାଧିକ ଫସି ରହିଥିବା ଆଶଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 17, 2018

ସରକାରୀ ହସ୍ପିଟାଲ୍‌ରେ ଭୟଙ୍କର ନିଆଁ, ଜଣେ ମୃତ, ଏକାଧିକ ଫସି ରହିଥିବା ଆଶଙ୍କା

ମୁମ୍ବାଇ: ପୂର୍ବ ଅନ୍ଧେରୀର ମାରଲୋରେ ଥିବା ଏକ ୫ ମହଲା ବିଶିଷ୍ଟ ସରକାରୀ ହସ୍ପିଟାଲ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ବର୍ତ୍ତମାନ ସୁଦ୍ଧା ଏହି ଅଗ୍ନିକାଣ୍ଡରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ୪୭ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ସେହିପରି ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା ଏକାଧିକ ରୋଗୀ ନିଆଁରେ ପୋଡ଼ି ହୋଇ ଗୁରୁତର ଆହତ ହୋଇଛନ୍ତି। ଏବେ ବି ୧୦ରୁ ୧୫ ଜଣ ରୋଗୀ ହସ୍ପିଟାଲ୍‌ ଭିତରେ ଫସି ରହିଥିବା ଜଣାପଡ଼ିଛି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି। ନିଆଁର ପ୍ରକୋପ ଅଧିକ ଥିବାରୁ ଉଦ୍ଧାର କାର୍ଯ୍ୟରେ ସମସ୍ୟା ଉପୁଜୁଥିବା କୁହାଯାଉଛି।

ନିଆଁଲିଭା କାର୍ଯ୍ୟରେ ୭ଟି ଦମକଳ ବାହିନୀ ନିୟୋଜିତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ସରକାରଙ୍କ ଦ୍ୱାରା ପରିଚାଳିତ ଇଏସ୍‌ଆଇସି କାମଗର ହସ୍ପିଟାଲ୍‌ରେ ନିଆଁ ଲାଗିଥିବା ବିଷୟରେ ସୋମବାର ଅପରାହ୍ନ ୪ଟାରେ ଅଗ୍ନିଶମ ବିଭାଗ ନିକଟରେ ଏକ ଫୋନ୍‌ କଲ ପହଞ୍ଚିଥିଲା। ଖବର ପାଇ ୭ଟି ଦମକଳ ବାହିନୀ ଏବଂ ୫ଟି ଜୁମ୍ବୋ ୱାଟର ଟ୍ୟାଙ୍କର୍ସ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ହସ୍ପିଟାଲ୍‌ରେ ନିଆଁ ଲାଗିଯିବାରୁ କିଛି ଲୋକ ଏଥିରୁ ରକ୍ଷା ପାଇବା ପାଇଁ ଛାତରୁ ଡିଆଁ ମାରି ଗୁରୁତର ଆହତ ହୋଇଛନ୍ତି।

ଏହି ହସ୍ପିଟାଲ୍‌ରୁ ୧୦ ଜଣ ରୋଗୀଙ୍କୁ କୁପର ହସ୍ପିଟାଲକୁ ନିଆ ଯାଇଥିବା ବେଳେ ୩ ଜଣଙ୍କୁ ଟ୍ରମା କେୟାର ହସ୍ପିଟାଲ ଓ ୧୫ ଜଣଙ୍କୁ ସେଭେନ୍‌ ହିଲ୍ସ ହସ୍ପିଟାଲକୁ ନିଆ ଯାଇଥିବା ଜଣାପଡ଼ିଛି।



from Odisha Reporter https://ift.tt/2R1ajGD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages