
ମୁମ୍ବାଇ: ଅଭିନେତା ରଣବୀର୍ ସିଂହଙ୍କ ପାଇଁ ତାଙ୍କ ଅଭିନେତ୍ରୀ ପତ୍ନୀ ଦୀପିକା ପାଦୁକୋନ୍ ‘ଲକି’ ସାବ୍ୟସ୍ତ ହୋଇଛନ୍ତି। କାରଣ ବିବାହର ମାତ୍ର କେଇ ଦିନ ପରେ ରଣବୀର୍ଙ୍କୁ ମିଳିଛି ଶ୍ରେଷ୍ଠ ଅଭିନେତାର ସମ୍ମାନ ମିଳିଛି।
ଚଳିତ ବର୍ଷର ଅନ୍ୟତମ ମେଗା ହିଟ୍ ଫିଲ୍ମ ‘ପଦ୍ମାବତ୍’ରେ ଦିଲ୍ଲୀ ସୁଲ୍ତାନ୍ ଆଲ୍ଲାଉଦ୍ଦିନ୍ ଖିଲ୍ଜୀ ଚରିତ୍ରରେ ଚମତ୍କାର ଅଭିନୟ ପାଇଁ ରଣବୀର୍ ରବିବାର ମୁମ୍ବାଇରେ ଆୟୋଜିତ ଷ୍ଟାର୍ ସ୍କ୍ରିନ୍ ଆୱାର୍ଡ-୨୦୧୮ରେ ଶ୍ରେଷ୍ଠ ଅଭିନେତା ପୁରସ୍କାର ଜିତିଛନ୍ତି। ସେହିଭଳି ମେଘ୍ନା ଗୁଲ୍ଜାର୍ଙ୍କ ଫିଲ୍ମ ‘ରାଜି’ ପାଇଁ ଆଲିଆ ଭଟ୍ଟଙ୍କୁ ୨୦୧୮ର ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ମିଳିଛି।
‘ଅନ୍ଧାଧୁନ୍’ର ନିର୍ଦ୍ଦେଶକ ଶ୍ରୀରାମ୍ ରାଘବନ୍ ଶ୍ରେଷ୍ଠ ନିର୍ଦ୍ଦେଶକ ଓ ହରର୍ କମେଡି ଫିଲ୍ମ ‘ସ୍ତ୍ରୀ’ ଚଳିତ ବର୍ଷର ଶ୍ରେଷ୍ଠ ଫିଲ୍ମ ବିବେଚିତ ହୋଇଛି। ତେବେ ଫିଲ୍ମ ‘ମୁଲ୍କ୍’ କ୍ରିଟିକ୍ସ୍ଙ୍କ ପସନ୍ଦର ବେଷ୍ଟ୍ ଫିଲ୍ମ ପୁରସ୍କାର ଜିତିଛି। ଏହି ଅବସରରେ ବର୍ଷୀଆନ୍ ଅଭିନେତ୍ରୀ ଶବାନା ଆଜ୍ମିଙ୍କୁ ‘ଲାଇଫ୍ ଟାଇଫ୍ ଆଚିଭ୍ମେଣ୍ଟ୍’ ସମ୍ମାନରେ ସମ୍ମାନିତ କରାଯାଇଥିଲା।
from Odisha Reporter https://ift.tt/2UQ3s1P
No comments:
Post a Comment