୫ ବର୍ଷର ରେକର୍ଡ ଭାଙ୍ଗିଲା ଶୀତ, ଆଗକୁ ଆହୁରି ବଢ଼ିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 25, 2018

୫ ବର୍ଷର ରେକର୍ଡ ଭାଙ୍ଗିଲା ଶୀତ, ଆଗକୁ ଆହୁରି ବଢ଼ିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏବେ ରାଜ୍ୟବ୍ୟାପୀ ଶୀତର ଲହରୀ ଜାରି ରହିଛି। ଜାଡ଼ ମାଡ଼ରେ ଜଡ଼ସଡ଼ ଉପାନ୍ତରୁ ଉପକୂଳ। ଅସ୍ତବ୍ୟସ୍ଥ ହୋଇପଡ଼ିଛି ଜନଜୀବନ। କେଉଁଠି ବରଫ ପାଲଟିଯାଉଛି କାକର ତ ଆଉ କେଉଁଠି ଘନକୁହୁଡ଼ିର ଆସ୍ତରଣ। ପାଣିପାଗ ବିଭାଗ କହିଛି, ଆଜିର ଶୀତଲହରୀ ଗତ ୫ ବର୍ଷର ରେକର୍ଡ ଭାଙ୍ଗିଛି। ରାଜ୍ୟର ଅଧିକାଂଶ ସ୍ଥାନରେ ଆଜି ୧୦ ଡିଗ୍ରୀରୁ କମ୍ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଆଗକୁ ଆହୁରି ଶୀତ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ଗତ ୩ରୁ ୪ ଦିନ ହେଲା ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ଶୀତ ଅନୁଭୁତି ହେଉଛି। ତା’ସାଙ୍ଗକୁ ବରଫ ପାଲଟିଯାଉଛି କାକର। କାକରରେ ବତୁରିଯାଊଛି ଗଛପତ୍ର। ଯାନବାହନ ଉପରେ ବରଫର ପତଳା ଆସ୍ତରଣ। ଆଉ ଥଣ୍ଡାରେ ଥରିଯାଉଛି ସାରା ଶରୀର। ଫଳରେ ଶୀତରୁ ରକ୍ଷା ପାଇଁ କିଏ ନିଆଁ ପୋଇଁ ହେଉଛନ୍ତି ତ ଆଉ କିଏ ପଡ଼ିଆରେ ଖେଳକୁଦ କରୁଛନ୍ତି। କେବଳ କୋଇଡ଼ା ନୁହେଁ, ଜିଲ୍ଲାର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ପ୍ରବଳ ଶୀତ ଅନୁଭୁତ ହେବା ସହ ୧୦ ଡିଗ୍ରୀ ତଳକୁ ଖସିଛି ପାରଦ।

ସୁନ୍ଦରଗଡ଼ ଭଳି ଆଭ୍ୟନ୍ତରୀଣ ଓଡ଼ିଶା ତଥା କନ୍ଧମାଳ, କେଉଁଝର ଓ ବାଲେଶ୍ୱର ଜିଲ୍ଲାରେ ମଧ୍ୟ ୧୦ ଡିଗ୍ରୀ ତଳେ ରହୁଛି ତାପମାତ୍ରା। ଆଜି ସକାଳେ ଫୁଲବାଣୀରେ ସର୍ବନିମ୍ନ ୫ ଡିଗ୍ରୀ ସେଲ୍‌ସିୟସ୍ ରେକର୍ଡ଼ କରାଯାଇଥିବା ବେଳେ ଦାରିଙ୍ଗବାଡ଼ିରେ ୬ ଓ କେନ୍ଦୁଝରରେ ୭.୨ ଡିଗ୍ରୀ ରେକର୍ଡ କରାଯାଇଥିଲା। ଭୁବନେଶ୍ଵର ଓ କଟକରେ ଆଜି ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ ୧୧.୨ ଓ ୧୧.୪ ଡିଗ୍ରୀ ରହିଥିଲା।

ସେହିଭଳି ଅଧିକାଂଶ ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳେ ରହିଛି। ଆସନ୍ତା ୨/୩ ଦିନ ପର୍ଯ୍ୟନ୍ତ ଏଭଳି ଶୀତ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ କହିଛି।



from Odisha Reporter http://bit.ly/2RlLuoS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages