ମେଘାଳୟ ହାଇକୋର୍ଟ ବିଚାରପତିଙ୍କ ଅଜବ ମନ୍ତବ୍ୟ, ଭାରତ ହିନ୍ଦୁ ରାଷ୍ଟ୍ର ହେବା ଦରକାର ଥିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 13, 2018

ମେଘାଳୟ ହାଇକୋର୍ଟ ବିଚାରପତିଙ୍କ ଅଜବ ମନ୍ତବ୍ୟ, ଭାରତ ହିନ୍ଦୁ ରାଷ୍ଟ୍ର ହେବା ଦରକାର ଥିଲା

ନୂଆଦିଲ୍ଲୀ: ମେଘାଳୟ ହାଇକୋର୍ଟ ବିଚାରପତିଙ୍କ ଏକ ମନ୍ତବ୍ୟକୁ ନେଇ ରାଜନୀତିକ ହଟଚମଟ ଆରମ୍ଭ ହୋଇଛି। ଗୋଟିଏ ମାମଲାର ଶୁଣାଣି ବେଳେ ବିଚାରପତି ଜଷ୍ଟିସ ଏସ୍‌ଆର୍ ସେନ ଭାରତ ୧୯୪୭ ବିଭାଜନ ସମୟରେ ହିନ୍ଦୁ ରାଷ୍ଟ୍ର ଭାବେ ପରିଗଣିତ ହେବା ଦରକାର ଥିଲା ବୋଲି କହିଛନ୍ତି।

ତେବେ କୋର୍ଟଙ୍କ ଏହି ରାୟକୁ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ଏବଂ ଶିବ ସେନା ସମର୍ଥନ କରିଥିବା ବେଳେ ନ୍ୟାଶନାଲ କନଫରେନ୍ସ ନେତା ଫାରୁକ ଅବଦୁଲ୍ଲା ଓ ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଅସାଉଦ୍ଦିନ ଓୱେସୀ ବିରୋଧ କରିଛନ୍ତି।

ହାଇକୋର୍ଟ ବିଚାରପତିଙ୍କ ଏହି ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ ଫାରୁକ କହିଛନ୍ତି, “ ଭାରତ ହେଉଛି ଏକ ଧର୍ମନିରପେକ୍ଷ ରାଷ୍ଟ୍ର। ଆମେ ଧର୍ମନିରେପକ୍ଷ ରହିବା ଉଚିତ। ଏହା ବ୍ୟତୀତ ଆଉ କିଛି ଚିନ୍ତା କରିବା ଅନୁଚିତ।”

ମେଘାଳୟ ହାଇକୋର୍ଟ ବିଚାରପତି ଜଷ୍ଟିସ ଏସ୍‌ଆର୍ ସେନ ଜଣେ ଆର୍ମି ଯବାନଙ୍କୁ ସ୍ଥାୟୀ ଆବାସିକ ପ୍ରମାଣପତ୍ର ଦେବା ମାମଲାର ଶୁଣାଣି ଚାଲିଥିବା ବେଳେ କହିଛନ୍ତି, “ ପାକିସ୍ତାନ ନିଜକୁ ଏକ ଇସଲାମିକ ଷ୍ଟେଟ ଭାବେ ଘୋଷଣା କରିଛି।

ଭାରତ ଧର୍ମକୁ ନେଇ ବିଭାଜନ ହୋଇଥିଲା। ତେଣୁ ଭାରତକୁ ଏକ ହିନ୍ଦୁ ରାଷ୍ଟ୍ର ଭାବେ ଘୋଷଣା କରିବାର ଥିଲା। ହେଲେ ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ଭାବେ ଗଣନା ହେଉଛି। ମୁଁ ସ୍ପଷ୍ଟ ଭାବେ କହିବାକୁ ଚାହୁଁଛି ଯେ, କେହି ବି ଭାରତକୁ ଆଉ ଏକ ଇସ୍‌ଲାମିକ ରାଷ୍ଟ୍ରରେ ପରିଣତ କରିବା ଠିକ୍‌ ନୁହେଁ। ନଚେତ ଏହା ବିଶ୍ୱ ଏବଂ ଭାରତ ପାଇଁ ଏକ ଡୁମ୍‌ସ ଡେ’ ହେବ।”

“ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେବେ ହେଲେ ଭାରତକୁ ଇସଲାମିକ ଷ୍ଟେଟରେ ପରିଣତ ହେବାକୁ ଦେବେ ନାହିଁ ଏବଂ ଏହାକୁ ସୁରକ୍ଷା ଯୋଗାଇବେ” ବୋଲି ଜଷ୍ଟିସ ସେନ କହିଛନ୍ତି। ଏଥିସହ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରେ ରହୁଥିବା ଅଣ ମୁସଲିମ ନାଗରିକଙ୍କୁ ମୋଦି ଭାରତ ଫେରାଇ ଆଣିବାକୁ ଏକ ସ୍ୱତନ୍ତ୍ର ଆଇନ୍‌ ପ୍ରଣୟନ କରିବା ଦରକାର ବୋଲି ସେ କହିଛନ୍ତି।



from Odisha Reporter https://ift.tt/2GeQqb2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages