ଡିଜିଟାଲ୍‌ ଇଣ୍ଡିଆ ବଦଳାଇଲା ଓଡ଼ିଆ ପୁଅ କାର୍ତ୍ତିକଙ୍କ ଜୀବନ, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 13, 2018

ଡିଜିଟାଲ୍‌ ଇଣ୍ଡିଆ ବଦଳାଇଲା ଓଡ଼ିଆ ପୁଅ କାର୍ତ୍ତିକଙ୍କ ଜୀବନ, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସେ ଆଗରୁ ଟ୍ୟାକ୍ସି ଡ୍ରାଇଭର ଥିଲେ। କିନ୍ତୁ ଏବେ ନିଜର ଗାଡ଼ି ସାଙ୍ଗକୁ ମାସିକ ଲକ୍ଷେ ଟଙ୍କା ରୋଜଗାର କରିପାରୁଛନ୍ତି ଓଡ଼ିଶାର ଭୁବନେଶ୍ୱର ବାସିନ୍ଦା କାର୍ତ୍ତିକ। କେନ୍ଦ୍ର ସରକାରଙ୍କ ‘ଡିଜିଟାଲ ଇଣ୍ଡିଆ’ ଦ୍ୱାରା ଏସବୁ ସମ୍ଭବ ହୋଇପାରିଛି ବୋଲି କାର୍ତ୍ତିକ କହୁଥିବା ଏକ ଭିଡିଓ ଶେୟାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋର।

‘କ୍ୟା ହୈ ରୋଜଗାର କା ସଚ୍‌’ ଶୀର୍ଷକରେ ଲିଖିତ ଏକ ପୋଷ୍ଟରେ ସେ ଲେଖିଛନ୍ତି, “ଦେଖୁଛନ୍ତି ତ, ଡିଜିଟାଲ ଇଣ୍ଡିଆ ପାଇଁ ଓଡ଼ିଶାର ଭୁବନେଶ୍ୱରରେ ରହୁଥିବା କାର୍ତ୍ତିକଙ୍କର ଆତ୍ମବିଶ୍ୱାସ କେମିତି ଚମକୁଛି। ସେ ଏବେ ଅନ୍ୟର ଗାଡ଼ିର ଷ୍ଟିୟରିଂ ନୁହେଁ, ନିଜ ଗାଡ଼ିର ଷ୍ଟିୟରିଂ ମୋଡ଼ୁଛନ୍ତି। ଅନ୍‌ଲାଇନ୍‌ ବୁକିଂ କାରଣରୁ ତାଙ୍କ ରୋଜଗାର ଗାଡ଼ି ଏବେ ଫୁଲ୍‌ ଗିୟର୍‌ରେ।”

ଭିଡିଓରେ କାର୍ତ୍ତିକ କହୁଛନ୍ତି, “ଡିଜିଟାଲ ଇଣ୍ଡିଆ ପାଇଁ ଆଜି ମାସକୁ ଲକ୍ଷେ ଟଙ୍କା ରୋଜଗାର କରିପାରୁଛି। ଅନ୍‌ଲାଇନ୍‌ ନଥିଲେ ଗ୍ରାହକମାନେ ନା ଗାଡ଼ି ବୁକିଂ କରିପାରିଥାନ୍ତେ ନା ରୋଜଗାର ହୋଇଥାନ୍ତା। ଅନ୍‌ଲାଇନ୍‌ ବୁକିଂ ମୋ ରୋଜଗାର ବଢ଼ାଇଦେଇଛି। ମୋ ପରିବାର ମଧ୍ୟ ବହୁତ ଖୁସି, କାରଣ ଡ୍ରାଇଭରରୁ ଆଜି ମୁଁ ମାଲିକ ହୋଇସାରିଛି।”



from Odisha Reporter https://ift.tt/2A6cDCL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages