ଇସ୍ତଫା ଦେଲେ ଶିବରାଜ, ୧୨୧ ବିଧାୟକଙ୍କ ସମର୍ଥନ ଦାବି କଲା କଂଗ୍ରେସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 12, 2018

ଇସ୍ତଫା ଦେଲେ ଶିବରାଜ, ୧୨୧ ବିଧାୟକଙ୍କ ସମର୍ଥନ ଦାବି କଲା କଂଗ୍ରେସ

shivraj56

ଭୋପାଲ: ମଧ୍ୟ ପ୍ରଦେଶରେ ଚିତ୍ର ସ୍ପଷ୍ଟ ହୋଇଯିବା ପରେ ଶିବରାଜ ସିଂହ ଚୌହାନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ ରାଜ୍ୟପାଳ ଆନନ୍ଦୀ ବେନ୍ ପଟେଲ୍‌ଙ୍କୁ ଭେଟି ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି।

ଅନ୍ୟପକ୍ଷରେ କମଲ୍‌ନାଥ୍, ଦିଗ୍‌ବିଜୟ ସିଂହ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆ ପ୍ରମୁଖ ରାଜ୍ୟପାଳଙ୍କୁ ଭେଟି କଂଗ୍ରେସ ସରକାର ଗଠନ କରିବ ବୋଲି ଦାବି ଉପସ୍ଥାପନ କରିଛନ୍ତି। କଂଗ୍ରେସ ସହିତ ୧୨୧ ବିଧାୟକଙ୍କ ସମର୍ଥନ ଥିବା ସେମାନେ ରାଜ୍ୟପାଳଙ୍କୁ ଦେଇଥିବା ଦାବିପତ୍ରରେ ଉଲ୍ଲେଖ କରିଛନ୍ତି। ୧୨୧ ବିଧାୟକଙ୍କ ମଧ୍ୟରୁ ୧୧୪ ଜଣ ହେଉଛନ୍ତି କଂଗ୍ରେସର, ୨ ଜଣ ବିଏସ୍‌ପିର, ଜଣେ ଏସ୍‌ପିର ଓ ଆଉ ୪ ଜଣ ସ୍ୱାଧୀନ ବିଧାୟକ।

ବିଏସ୍‌ପି କଂଗ୍ରେସକୁ ସମର୍ଥନ କରିବ ବୋଲି ଘୋଷଣା କରିସାରିଛି। ବିଏସ୍‌ପି ମୁଖ୍ୟ ମାୟାବତୀ ଏହି ଘୋଷଣା କରିଛନ୍ତି।

ମଧ୍ୟପ୍ରଦେଶ ବିଧାନସଭାରେ ୨୩୦ ଆସନ ଥିବା ବେଳେ ସରକାର ଗଠନ କରିବାକୁ ମ୍ୟାଜିକ୍ ନମ୍ବର ହେଉଛି ୧୧୬। ଏଥିରୁ ଦୁଇଟି ଆସନ ପଛରେ ରହିଛି କଂଗ୍ରେସ। ଅନ୍ୟପକ୍ଷରେ ବିଜେପି ୧୦୯ଟି ଆସନରେ ବିଜୟ ଲାଭ କରିଛି।

ମଧ୍ୟପ୍ରଦେଶରେ କଂଗ୍ରେସ ଶାସନ କରିବ ବୋଲି ସ୍ପଷ୍ଟ ହୋଇଥିଲେ ସୁଦ୍ଧା କିଏ ମୁଖ୍ୟମନ୍ତ୍ରୀ ହେବେ, ତାହା ସ୍ପଷ୍ଟ ହୋଇନି। ମୁଖ୍ୟମନ୍ତ୍ରୀ ପାଇଁ କମଲ୍‌ନାଥ୍ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆ ଦାବିଦାର ଅଛନ୍ତି। ଦଳ ପକ୍ଷରୁ ବି ଏନେଇ କିଛି ସୂଚନା ଦିଆଯାଇ ନାହିଁ। ଯାହା ସୂଚନା ମିଳୁଛି, ଏନେଇ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ମତ ନିଆଯାଉଛି।



from Odisha Reporter https://ift.tt/2QKyPfc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages