
ଚଣ୍ଡୀଗଡ଼: କ୍ରୀଡ଼ାବିତ୍ ବ୍ୟକ୍ତିତ୍ୱ ରାଜନୀତିକୁ ଆସିଥିବା କଥା ହୁଏତ ନୂଆ ନୁହେଁ ଏବଂ ଏବେ ସେଥିରେ ଯୋଡ଼ି ହୋଇଯାଇଛି ଏକ ନୂତନ ନାମ। ଦେଶର ଅନ୍ୟତମ ଶ୍ରେଷ୍ଠ ଆଥଲେଟ୍, ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ୱର୍ଣ୍ଣ ବିଜେତା, ଅଏମ୍ପିଆନ୍ କ୍ରିଷ୍ଣା ପୁନିଆ ରାଜସ୍ଥାନର ସଦୁଲ୍ପୁର ଆସନରୁ ନିର୍ବାଚିତ ହୋଇଛନ୍ତି। ତା’ପୁଣି ଏଠାରେ ସରକାର କରିବାକୁ ଥିବା କଂଗ୍ରେସ ଦଳରୁ।
ହରିଆନାର ହିସାର୍ ଜିଲ୍ଲାରେ ସେ ଜନ୍ମ ନେଇଥିଲେ ଏବଂ ରାଜସ୍ଥାନର ଚୁରୁ ଜିଲ୍ଲାରେ ସେ ବିବାହ କରିଛନ୍ତି। ସଦୁଲ୍ପୁରୁ ଆସନରେ ସେ ୧୮ ହଜାର ଭୋଟ୍ ବ୍ୟବଧାନରେ ଜିତିଛନ୍ତି।
ତାଙ୍କଠାରୁ ପରାଜିତ ହୋଇଥିବା ରାମ୍ ସିଂହ କସ୍ୱାନ୍ ଚୁରୁ ଲୋକସଭାରୁ ୪ଥର ସାଂସଦଭାବେ ନିର୍ବାଚିତ ହୋଇଛନ୍ତି। ଏବେ ତାଙ୍କ ପୁଅ ଲୋକସଭା ଆସନରୁ ଲଢ଼ୁଥିବାରୁ ସେ ବିଧାନସଭା ଆସନରେ ଲଢ଼ିଥିଲେ, କିନ୍ତୁ ତାଙ୍କପାଇଁ ଏହା ମହଙ୍ଗା ସାବ୍ୟସ୍ତ ହୋଇଛି।
୨୦୧୩ ମସିହାରେ ମଧ୍ୟ ସେ କଂଗ୍ରେସ ଟିକେଟ୍ରୁ ନିର୍ବାଚନ ଲଢ଼ିଥିଲେ ଏବଂ ମାତ୍ର ୩୦ ହଜାର ଭୋଟ୍ ପାଇ ତୃତୀୟ ସ୍ଥାନରେ ଥିଲେ। କିନ୍ତୁ ଏଥର ସେ ୭୦,୦୨୦ ଭୋଟ୍ ପାଇଥିବାବେଳେ ବିଏସ୍ପିର ମନୋଜ ନ୍ୟାଙ୍ଗାଲି ୫୧,୯୩୬ଟି ସହିତ ଦ୍ୱତୀୟ ସ୍ଥାନରେ ଏବଂ କସ୍ୱାନ୍ ୫୦ ହଜାରଟି ଭୋଟ୍ ପାଇ ତୃତୀୟ ସ୍ଥାନରେ ଅଛନ୍ତି।
from Odisha Reporter https://ift.tt/2SJow8b
No comments:
Post a Comment