
ନୂଆଦିଲ୍ଲୀ: ରାଫେଲ ଯୁଦ୍ଧ ବିମାନ ଡିଲ୍କୁ ନେଇ ପୂର୍ବରୁ ମୋଦି ସରକାରଙ୍କୁ ମନଇଚ୍ଛା ଗାଳି କରୁଥିବା କଂଗ୍ରେସ ଏବେ ଦେଶର ସୁରକ୍ଷା କରୁଥିବା ବାୟୁସେନାର ମୁଖ୍ୟଙ୍କୁ ମିଛୁଆ ବୋଲି କହିବାକୁ ପଛାଇ ନାହିଁ।
ରାଫେଲ ଯୁଦ୍ଧ ବିମାନ ଡିଲ୍ରେ ସୁପ୍ରିମକୋର୍ଟ ଉପଯୁକ୍ତ ରାୟ ଦେଇଥିବା ବାୟୁସେନା ମୁଖ୍ୟ ବିଏସ୍ ଧନୱା କହିବା ପରେ ଆଜି କଂଗ୍ରେସ ନେତା ବିରାପ୍ପା ମୋଇଲି ତାଙ୍କୁ ଟାର୍ଗେଟ କରିଛନ୍ତି। ମୋଇଲି କହିଛନ୍ତି, ବାୟୁସେନା ମିଛ କହିବା ସହ ସତ୍ୟକୁ ଚାପି ଦେବାକୁ ଅପପ୍ରୟାସ କରୁଛନ୍ତି।
ଜାତୀୟ ନ୍ୟୁଜ ଏଜେନ୍ସି ଏଏନ୍ଆଇକୁ ମୋଇଲି କହିଛନ୍ତି, “ସରକାରୀ ଦସ୍ତାବିଜ ଅନୁଯାୟୀ ଦେଶର ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ବାୟୁସେନା ମୁଖ୍ୟ ରାଫେଲ ଯୁଦ୍ଧ ବିମାନ ନିର୍ମାଣରେ ଏଚ୍ଏଏଲ୍ ସାମିଲ ହେବ ବୋଲି କୁହାଯାଇଥିଲା। ସେ ସମୟରେ ବାୟୁସେନା ମୁଖ୍ୟ ଓ ଫ୍ରାନ୍ସର ବିମାନ ନିର୍ମାଣକାରୀ ସଂସ୍ଥା ଡାସଲ୍ଟ ଏଚ୍ଏଏଲ୍ ଯାଇଥିଲେ। ଏହି ସମୟରେ ଏଚ୍ଏଏଲ୍ ରାଫେଲ ଯୁଦ୍ଧ ବିମାନ ନିର୍ମାଣ କରିବ ବୋଲି କୁହାଯାଇଥିଲା। ତେଣୁ ମୁଁ ଭାବୁଛି ଏବେକାର ବାୟୁସେନା ମୁଖ୍ୟ(ଧନୱା) ଠିକ୍ ନାହାନ୍ତି ଏବଂ ସେ ମିଛ କହୁଛନ୍ତି। ସେ ସତକୁ ଚାପି ଦେବାକୁ ଚେଷ୍ଟା କରୁଛନ୍ତି।”
ଗତକାଲି ଧନୱା କହିଥିଲେ, “ ମୁଁ ସୁପ୍ରିମକୋର୍ଟଙ୍କ ରାୟ ଉପରେ କୌଣସି କଥା କହିବାକୁ ଚାହୁଁନାହିଁ। କିନ୍ତୁ ସୁପ୍ରିମକୋର୍ଟ ଠିକ୍ ରାୟ ଦେଇଛନ୍ତି। ବାୟୁସେନା ରାଫେଲ ଯୁଦ୍ଧ ବିମାନ ଚାହୁଁଛି। ରାଫେଲ ଡିଲ୍କୁ ନେଇ ରାଜନୀତି କରାଯିବା ଠିକ୍ ନୁହେଁ। କାରଣ ଏପରି ହେଲେ ସ୍ଥଳସେନା ବୋର୍ଫସ ତୋପ ପାଇବା ଭଳି ଏଥିରେ ମଧ୍ୟ ବିଳମ୍ବ ହେବ।”
ମୋଦି ସରକାର ଫ୍ରାନ୍ସଠାରୁ ୩୬ଟି ଯୁଦ୍ଧ ବିମାନ କିଣିବାକୁ କରିଥିବା ଡିଲ୍ରେ ବ୍ୟାପକ ଅନିୟମିତତା ହୋଇଥିବା କଂଗ୍ରେସ ବାରମ୍ବାର ଅଭିଯୋଗ କରିବା ସଙ୍ଗେସଙ୍ଗେ ସୁପ୍ରିମକୋର୍ଟଙ୍କ କ୍ଲିନଚିଟ ସତ୍ତ୍ୱେ ଏହାକୁ ନେଇ ମୋଦି ଓ ଏନଡିଏ ସରକାରଙ୍କୁ ଆକ୍ଷେପ କରୁଛି।
from Odisha Reporter https://ift.tt/2V0fllJ
No comments:
Post a Comment