ପୂର୍ବତନ କେନ୍ଦ୍ରମନ୍ତ୍ରୀ କୁଶୱାହା ‘ମହାଗଠବନ୍ଧନ’ରେ ସାମିଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 20, 2018

ପୂର୍ବତନ କେନ୍ଦ୍ରମନ୍ତ୍ରୀ କୁଶୱାହା ‘ମହାଗଠବନ୍ଧନ’ରେ ସାମିଲ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ପୂର୍ବତନ ସହଯୋଗୀ ଓ ରାଷ୍ଟ୍ରୀୟ ଲୋକ ସମତା ପାର୍ଟି(ଆର୍‌ଏଲ୍‌ଏସ୍‌ପି) ମୁଖ୍ୟ ଉପେନ୍ଦ୍ର କୁଶୱାହା ଆଜି ମୋଦି ସରକାରଙ୍କ ବିରୋଧରେ ପ୍ରସ୍ତାବିତ ମହାଗଠବନ୍ଧନରେ ସାମିଲ ହୋଇଛନ୍ତି। ଯେଉଁ ମୋଦି ସରକାରରେ ମନ୍ତ୍ରୀ ଭାବେ ଚାରିବର୍ଷରୁ ଅଧିକ କାଳ କାର୍ଯ୍ୟ କରୁଥିଲେ ଏବେ ସେହି ସରକାରଙ୍କ ବିରୋଧରେ କୁଶୱାହା ରଣହୁଙ୍କାର ଦେବେ।

ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟସଭା ସାଂସଦ ଅହମ୍ମଦ ପଟେଲ କହିଛନ୍ତି, “ ବିହାରରେ ଏବେ ଏକ ଗଠବନ୍ଧନ ହେଉଛି। ଉପେନ୍ଦ୍ର କୁଶୱାହା ଆଜି ମହାଗଠବନ୍ଧନରେ ଯୋଗଦେବା ଏକ ଆନନ୍ଦର ବିଷୟ।”

କଂଗ୍ରେସ ନେତା ସଦାନନ୍ଦ ସିଂହ କହିଛନ୍ତି, “ ବିହାରର ମହାଗଠବନ୍ଧନରେ ସାମିଲ ଥିବା ନେତା ଆଜି ସନ୍ଧ୍ୟାରେ ବୈଠକ କରିବେ। ଏଥିରେ ସିଟ୍‌ ଶେୟାରିଂ କଥା ଆଲୋଚନା କରାଯିବ। ରାହୁଲ ଗାନ୍ଧି ମଧ୍ୟ ସେମାନଙ୍କ ସହ ସିଟ୍‌ ଶେୟାରିଂ କଥା ଆଲୋଚନା କରିବେ ବୋଲି ମୁଁ ଆଶା କରୁଛି।”

ମହାଗଠବନ୍ଧନରେ ସାମିଲ ହୋଇଥିବା କୁଶୱାହା ବିହାରରେ ସିଟ୍‌ ଶେୟାରିଂକୁ ନେଇ ବିଜେପି ଉପରେ ଖପ୍ପା ଥିଲେ। ଏଥିଯୋଗୁ ସେ ଏନଡିଏରୁ ବାହାରି ଯାଇଥିଲେ। ସେ କହିଛନ୍ତି,

“ଏନ୍‌ଡିଏରେ ଥିବା ଲୋକମାନେ ଏବେ ଅହଂକାରୀ ହୋଇଯାଇଛନ୍ତି। ବିଶେଷ କରି ବିହାରରେ ନୀତୀଶ କୁମାର ନିଜ ଇଚ୍ଛାରେ କାର୍ଯ୍ୟ କରୁଛନ୍ତି। ଏଥିପାଇଁ ଏନ୍‌ଡିଏ ଭାଗଭାଗ ହେବାକୁ ବସିଛି।”



from Odisha Reporter https://ift.tt/2CoW6uV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages