
ଆମ୍ରୋହା: ଭଗବାନ ହନୁମାନଙ୍କ ଜାତିକୁ ନେଇ ଆରମ୍ଭ ହୋଇଥିବା ବୟାନବାଜିରେ ଏବେ ନୂତନ ମୋଡ଼ ଆସିଛି। କିନ୍ତୁ ଏଥର ଜାତି ନୁହେଁ, ପ୍ରସଙ୍ଗ ରହିଛି ଟିକେ ଭିନ୍ନ। ପୂର୍ବତନ କ୍ରିକେଟର୍ ଚେତନ୍ ଚୌହାନ୍ କହିଛନ୍ତି, ହନୁମାନ ଜଣେ କ୍ରୀଡ଼ାବିତ୍ ଥିଲେ ଏବଂ ତାଙ୍କ ଜାତିକୁ ନେଇ ଆଲୋଚନା ବନ୍ଦହେଉ।
ସେ କହିଥିଲେ, “ମୁଁ ବିଶ୍ୱାସ କରେ ଯେ ହନୁମାନ ଜଣେ କ୍ରୀଡ଼ାବିତ୍ ଥିଲେ, ଯିଏକି ତାଙ୍କ ଶତ୍ରୁମାନଙ୍କ ସହିତ ଲଢ଼େଇ କରୁଥିଲେ। ଆମେ ଦେଶର ସମସ୍ତ କ୍ରୀଡ଼ାବିତ୍ ତାଙ୍କ ଭଳି ଶକ୍ତି ଏବଂ ଦକ୍ଷତା ପାଇ ବିଜୟ ଲାଭ କରିବାପାଇଁ ତାଙ୍କୁ ପୂଜା କରନ୍ତି। ଜଣେ ସାଧୁର ଜାତି ନଥାଏ, ରହସ୍ୟର ଜାତି ନଥାଏ ଏବଂ ସେହିଭଳି ହନୁମାନଙ୍କ ଜାତିକୁ ନେଇ ଆଲୋଚନା ହେବା ଅନୁଚିତ। ମୁଁ ତାଙ୍କୁ ଭଗବାନ ଭାବେ ବିଶ୍ୱାସ କରେ, ତେଣୁ ଜାତିବାଦ ସହିତ ମୁଁ ତାଙ୍କୁ ଯୋଡ଼ିବାକୁ ଚାହେଁନି।”
ପୂର୍ବରୁ ହନୁମାନଙ୍କୁ ନେଇ ଯୋଗୀ ଆଦିତ୍ୟନାଥଙ୍କ ମତ ବେଶ୍ ଚର୍ଚ୍ଚାର କାରଣ ପାଲଟିଥିଲା। ସେ କହିଥିଲେ ବଜରଙ୍ଗବାଲି ଏମିତି ଜଣେ ଭଗବାନ ଯିଏ ବନବାସୀ, ପାହାଡ଼ରେ ରୁହନ୍ତି ଏବଂ ଦଳିତ ଓ ନିଷ୍ପେସିତ। ସେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ସମସ୍ତଙ୍କୁ ଏକାଠି କରନ୍ତି। ତାଙ୍କ ପରେ ଅନ୍ୟ ବିଜେପି ନେତାମାନେ ହନୁମାନଙ୍କ ବିଷୟରେ ଅଦ୍ଭୁତ ମତ ରଖିଥିଲେ। ଜଣେ ନେତା ତାଙ୍କୁ ମୁସଲିମ ବୋଲି କହିବାକୁ ପଛାଇ ନଥିଲେ।
from Odisha Reporter http://bit.ly/2Sk3Io8
No comments:
Post a Comment