୨୦୧୯ରେ ଏମିତି ରହିବ ଓଡ଼ିଶାର ଭାଗ୍ୟ; ସରକାରରେ ସୃଷ୍ଟି ହେବ କନ୍ଦଳ, ଫାଇଦା ନେବେ ବିରୋଧୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 30, 2018

୨୦୧୯ରେ ଏମିତି ରହିବ ଓଡ଼ିଶାର ଭାଗ୍ୟ; ସରକାରରେ ସୃଷ୍ଟି ହେବ କନ୍ଦଳ, ଫାଇଦା ନେବେ ବିରୋଧୀ

ମଣିଷର ଯେମିତି ରାଶି ଓ ଭାଗ୍ୟ ଥାଏ, ଜ୍ୟୋତିର୍ବିତ୍ ମାନଙ୍କ କହିବା କଥା, ସବୁ ଉପଖଣ୍ଡର ମଧ୍ୟ ନିଜର ଭାଗ୍ୟ ଓ ରାଶି ଥାଏ। ଗ୍ରହଚଳନ ଓ ରାଶିଚକ୍ର ଅନୁଯାୟୀ, ସେଠି ବସବାସ କରୁଥିବା ଲୋକଙ୍କର ସାମଗ୍ରିକ ଭାଗ୍ୟ ନିର୍ଦ୍ଧାରଣ ହୋଇଥାଏ। ସେଠି ଘଟୁଥିବା ଘଟଣା ମଧ୍ୟ ତାହା ଦ୍ୱାରା ନିୟନ୍ତ୍ରିତ ହୁଏ। ସେହି ଅନୁଯାୟୀ ସେହି ଅନୁଯାୟୀ ଓଡ଼ିଶାର ଭାଗ୍ୟ ଗଣନା କରିଛନ୍ତି ଜ୍ୟୋର୍ତିବିଦ୍ ଡ. ମନୋଜ କୁମାର ଲେଙ୍କା। ତାଙ୍କ କହିବା ଅନୁଯାୟୀ ଓଡ଼ିଶା ପାଇଁ ୨୦୧୯ ବର୍ଷଟି ବିଶେଷ ଶୁଭପ୍ରଦ ହେବନାହିଁ। ବିସ୍ତୃତ ଭାବରେ ପଢ଼ନ୍ତୁ ସେ କ’ଣ ଗଣନା କରିଛନ୍ତି।

  1. କୃଷି କ୍ଷେତ୍ରରେ ଓଡ଼ିଶା ଏବର୍ଷ ସମସ୍ୟାରେ ପଡ଼ିପାରେ। ମାତ୍ରାଧିକ ପ୍ରାକୃତିକ ବିପର୍ଯ୍ୟୟ କାରଣରୁ କୃଷି‍କ୍ଷେତ୍ରରେ ନିରୁତ୍ସାହଜନକ ପରିସ୍ଥିତି ସୃଷ୍ଟି ହେବ।
  2. ସରକାରଙ୍କର କୌଣସି ଯୋଜନା ଠିକ୍‌ ଭାବରେ ସଫଳତା ପାଇବ ନାହିଁ। ବିଭିନ୍ନ କାରଣରୁ ଏ ସବୁ ସଫଳତାର ସହ କାର୍ଯ୍ୟକାରୀ ହେବାରେ ସମସ୍ୟା ସୃଷ୍ଟି କରିବ।
  3. ରାଜ୍ୟରେ ବେକାରୀ ସମସ୍ୟା ଗୁରୁତର ଭାବରେ ବୃଦ୍ଧି ପାଇବ, ଯାହା କି ଜନଅସନ୍ତୋଷର କାରଣ ହେବ।
  4. ସରକାରଙ୍କର ବ୍ୟୟସାପେକ୍ଷ ସୁବିଧାଜନକ ଯୋଜନା ସବୁ ସମସ୍ୟା ସୃଷ୍ଟି କରିପାରେ। ଏସବୁ ଅପାତ୍ରରେ ଦାନ ପରି ହେବ ଏବଂ ରାଜ୍ୟର ଆର୍ଥିକ ମାନଦଣ୍ଡକୁ ଗୁରୁତର ଭାବରେ ପ୍ରଭାବିତ କରିବ।
  5. ୨୦୧୯ ରାଜ୍ୟର ଶିଳ୍ପ କ୍ଷେତ୍ର ପାଇଁ ଶୁଭପ୍ରଦ ରହିବ ନାହିଁ। ଶିଳ୍ପକ୍ଷେତ୍ରରେ ଶ୍ରମିକମାନଙ୍କର ଆନ୍ଦୋଳନ ତେଜି ଉଠିବ। ଏହାଦ୍ୱାରା ଅନେକ ଶିଳ୍ପସଂସ୍ଥା ବନ୍ଦ ହୋଇଯିବାର ଆଶଙ୍କା ରହିଛି।
  6. ରାଜ୍ୟରେ ନିତ୍ୟବ୍ୟବହାର୍ଯ୍ୟ ପଦାର୍ଥର ମୂଲ୍ୟ ବୃଦ୍ଧି ଅସନ୍ତୋଷ ସୃଷ୍ଟି କରିବ। ବିଭିନ୍ନ ଅଂଚଳରେ ସରକାରଙ୍କର ବିରୋଧୀ ସ୍ୱର ତୀବ୍ର ହେବ।
  7. ରାଜ୍ୟ ନେତୃତ୍ୱ ପ୍ରତି ଶିକ୍ଷିତ ଜନସମାଜ ଆସ୍ଥା ହରାଇ ପାରନ୍ତି। ରାଜ୍ୟ ସରକାରରେ ଆଭ୍ୟନ୍ତରୀଣ କଳହ ସୃଷ୍ଟି ହେବାର ଆଶଙ୍କା ରହିଛି। ବିବାଦ ସମାଧାନ ହେବାରେ ବିଳମ୍ୱ ହୋଇପାରେ। ବିରୋଧୀଦଳ ଉପଯୁକ୍ତ ପଦକ୍ଷେପ ନେଇ ପାରନ୍ତି।
  8. ମେ ମାସରୁ ବର୍ଷ ଶେଷ ମଧ୍ୟରେ କେତେକ ଅଂଚଳରେ ରକ୍ତାକ୍ତ ସଂଘର୍ଷ ସୃଷ୍ଟି ହେବାର ଆଶଙ୍କା ରହିଛି।
  9. ଶାସକ ଓ ବିଚାର ବିଭାଗ ଏକ ହୋଇ, ରୁଦ୍ଧଦ୍ୱାର ଭିତରେ ନୂତନ ଶାସନ ପ୍ରଣାଳୀ ପ୍ରସ୍ତୁତ କରିବେ।
  10. ମାଦକ ଦ୍ରବ୍ୟର ଚୋରା ବ୍ୟବସାୟ ଅଧିକମାତ୍ରାରେ ବୃଦ୍ଧି ପାଇବାର ଆଶଙ୍କା ରହିଛି।
  11. ନିବାର୍ଚନ ପାଇଁ କୃଷକମାନଙ୍କର ଦୁର୍ଦ୍ଦଶା ବୃଦ୍ଧି ହେବ। ପାଣିପାଗର ଅନିୟମିତତା ପାଇଁ ବିଭିନ୍ନ ସମୟରେ ବନ୍ୟା ଓ ବାତ୍ୟାଜନିତ ବିପର୍ଯ୍ୟୟ ସୃଷ୍ଟି ହୋଇ ଜନଜୀବନ ବିପର୍ଯ୍ୟସ୍ତ ହେବାର ଆଶଙ୍କା ରହିଛି।
  12. ସୀମାନ୍ତରେ ଉତ୍ତେଜନା ଓ ଉଗ୍ରବାଦୀମାନଙ୍କର କାର୍ଯ୍ୟକଳାପ ରାଜ୍ୟ ପାଇଁ ବିପଦ ସୃଷ୍ଟି କରିବ।
  13. ତେବେ ୨୦୧୯ ଓଡ଼ିଶା ଖେଳ ଜଗତ ପାଇଁ ଶୁଭ ଫଳ ଆଣିଦେବ। କ୍ରୀଡ଼ା କ୍ଷେତ୍ରରେ ଅନ୍ତର୍ଜାତୀୟ ରାଜ୍ୟର ଖେଳାଳିମାନେ ସଫଳତା ଲାଭ କରିପାରନ୍ତି।
  14. ଝୁଲା ସରକାର କାରଣରୁ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ଶିକ୍ଷିତ ଲୋକମାନଙ୍କ ମହଲରେ ଜନମତ ସୃଷ୍ଟି ହୋଇପାରେ। ଏପରି ସ୍ଥିତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ନିମନ୍ତେ ଏକ ପ୍ରକାର ମୁଣ୍ଡବିନ୍ଧା ସୃଷ୍ଟି କରିବ।
  15. ଧର୍ମୀୟ ଚିନ୍ତାଧାରାରେ ଥିବା ତୃଟି ବିଚ୍ୟୁତି ଜନସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିବ।
  16. ରାଜ୍ୟବାସୀଙ୍କୁ ଦୁଇ ବିଶିଷ୍ଟ ଜନନେତାଙ୍କ ବିୟୋଗ ବ୍ୟଥିତ କରିବ।

୨୦୧୯ରେ ଏମିତି ରହିବ କୃଷି କ୍ଷେତ୍ରର ଭାଗ୍ୟ

ଏ ବର୍ଷ ସବୁଜ ପନିପରିବା ଯଥେଷ୍ଟ ପରିମାଣର ଉତ୍ପାଦନ ହେଲେ ମଧ୍ୟ ସଂରକ୍ଷଣ ଦୃଷ୍ଟିରୁ ଅଭାବି ବିକ୍ରି ଲାଗି ରହିବ। ଧାନର ଅଭାବି ବିକ୍ରି କୃଷକଙ୍କ ମୁଣ୍ଡବ୍ୟଥାର କାରଣ ହେବ। ତଥାପି ଡାଲିଜାତୀୟ ଫସଲ ଯଥେଷ୍ଟ ଉତ୍ପାଦନ ହେବ। ମସଲା ଜାତୀୟ ଫସଲ ଚାଷ କଲେ କୃଷିରେ ଯଥେଷ୍ଟ ଉନ୍ନତି ହେବ।

କେଉଁ ରାଶି ପାଇଁ କେମିତି ଫଳ ଏବଂ କେମିତି କରିବେ ପ୍ରତିକାର

ଏ ବର୍ଷ ମେଷ, କର୍କଟ, ସିଂହ, ମକର ଓ ମୀନ ରାଶିର ଲୋକଙ୍କ ପାଇଁ ଶୁଭଫଳ ରହିବ। ସେହିପରି ବୃଷ, କନ୍ୟା, ତୁଳା ଓ କୁମ୍ଭ ରାଶିର ବ୍ୟକ୍ତିଙ୍କ ପାଇଁ ମଧ୍ୟମ ଫଳ ରହିଛି। ତେବେ ମିଥୁନ‌, ସିଂହ ଓ ମକର ରାଶିର ବ୍ୟକ୍ତିଙ୍କ ପାଇଁ ରାଜଯୋଗ ସୃଷ୍ଟି ହୋଇଅଛି। କିନ୍ତୁ ବିଛା ଓ ଧନୁ ରାଶି ପାଇଁ କିଛିଟା କଷ୍ଟ ବୋଧହେବ। ଏଣୁ ଅଶୁଭ ଗ୍ରହର ପ୍ରତିକାର ନିମନ୍ତେ ଯଥାବିଧି ଉପାୟ, ଉପଚାର ଓ ପ୍ରତିକାର କରିବା ସହିତ ପକ୍ଷୀମାନଙ୍କୁ ଖାଦ୍ୟ ଦେବା, ମୋତି ଶଙ୍ଖ, ଶ୍ରୀଗଣେଶ ଶଙ୍ଖ ଜଳରେ ସ୍ନାନ କରିବା, ବଜରଙ୍ଗବାଣ, ବିଷ୍ଣୁ ସହସ୍ର ନାମ ଆଦି ଜପ କରିବା ସହ ଗ୍ରହସ୍ନାନ କରିବା ଦ୍ୱାରା ସମସ୍ତ ଗ୍ରହର ରିଷ୍ଟ ଖଣ୍ଡନ ହେବ।

ହାପି ଲିଭିଂ ଆଷ୍ଟ୍ରୋ ରିସର୍ଚ୍ଚ ସେଣ୍ଟର, ଭୁବନେଶ୍ୱର
ମୋ ନଂ-୯୪୩୮୦୮୨୭୧୬



from Odisha Reporter http://bit.ly/2VniNHg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages