ଦାରିଙ୍ଗବାଡ଼ି ତାପମାତ୍ରା ୩ ଡିଗ୍ରୀ ତଳକୁ ଖସିଲା; ଅନେକ ସ୍ଥାନରେ ତୁଷାରପାତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 30, 2018

ଦାରିଙ୍ଗବାଡ଼ି ତାପମାତ୍ରା ୩ ଡିଗ୍ରୀ ତଳକୁ ଖସିଲା; ଅନେକ ସ୍ଥାନରେ ତୁଷାରପାତ

coldwave

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ ଜାରି ରହିଛି। ଆଜି ରାଜ୍ୟର ୯ଟି ସ୍ଥାନର ସର୍ବନିମ୍ନ ତାପମାତ୍ର ୮ ଡିଗ୍ରୀ ତଳେ ରହିଛି। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି।

ଗତକାଲି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିର ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଆଜି ଏହା ୨.୮ ଡିଗ୍ରୀକୁ ଖସି ଆସିଛି।

ଫୁଲବାଣୀରେ ଆଜି ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ କୋରାପୁଟରେ ୪.୮, ଟିଟିଲାଗଡ଼ରେ ୫, ସୋନପୁରରେ ୫.୮, ଅନୁଗୋଳରେ ୫.୬, ଭବାନୀପାଟଣାରେ ୬, କେନ୍ଦୁଝରରେ ୬.୬ ଓ ଝାରସୁଗୁଡ଼ାରେ ୬.୮ ଡିଗ୍ରୀ ରହିଛି।

ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳ ପରି ଭୁବନେଶ୍ୱର ଓ କଟକରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଏହି ଦୁଇ ସହରର ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ ୯.୫ ଓ ୮.୮ ଡିଗ୍ରୀ ରେକର୍ଡ କରାଯାଇଛି। ଗତକାଲି ଏ ଦୁଇ ସହରରେ ସର୍ବନିମ୍ନ ତାପମାତ୍ରା ୮.୨ ଡିଗ୍ରୀ ରହିଥିଲା।

ପ୍ରବଳ ଶୀତ ସାଙ୍ଗକୁ ରାଜ୍ୟର ବିଭିନ୍ନ ସ୍ଥାନରେ ତୁଷାରପାତ ହେଉଛି। ଗତକାଲି ଦାରିଙ୍ଗବାଡ଼ି ଅଞ୍ଚଳରେ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଥିବା ବେଳେ ଆଜି  ସୁନ୍ଦରଗଡ଼ ଜିଲ୍ଲା ବଣାଇର କୋଇଡ଼ା ଓ ଟେନ୍‌ସାରେ ତୁଷାରପାତ ହୋଇଛି। ଆଜି ବି କନ୍ଧମାଳ ଜିଲ୍ଲାର କିଛି ସ୍ଥାନରେ ତୁଷାରପାତ ହୋଇଛି।



from Odisha Reporter http://bit.ly/2Syqnxi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages