
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶର ଅର୍ଥନୀତିରେ ଖରାପ ପ୍ରଦର୍ଶନ ସତ୍ତ୍ୱେ ଓଡ଼ିଶାରେ ଜିଡିପି ଅଭିବୃଦ୍ଧି ହାର ବଢ଼ିଛି। ଏମିତି ଦାବି କରିଛି ବିଜେଡି।
ଚଳିତ ତ୍ରୈମାସିକ ଜିଡିପି ଅଭିବୃଦ୍ଧି ହାର ଜାତୀୟ ସ୍ତରରେ ମନ୍ଥର ହୋଇଥିବା ନଜର ଆସିଛି। ପୂର୍ବ ଥରରୁ ଅପେକ୍ଷା ଏଥର ଏହି ଅଭିବୃଦ୍ଧି ହାର ୧.୧ ପ୍ରତିଶତ କମ୍ ରହିଥିବା ବିଜେଡି କହିଛି।
ତେବେ ଦଳ ଦାବି କରିଛି ଯେ ଓଡ଼ିଶାରେ ଏହାର ପ୍ରଭାବ ଦେଖିବାକୁ ମିଳିନି। ରାଜ୍ୟରେ ୨୦୧୩ ମସିହାରୁ ଜିଡିପି ହାର ବଢ଼ିବାରେ ଲାଗିଛି, ଯାହା ଜାତୀୟ ସ୍ତର ଅପେକ୍ଷା ଅଧିକ ରହିଛି।
୨୦୧୫ ରୁ ୨୦୧୮ ଭିତରେ ଜାତୀୟ ଅଭିବୃଦ୍ଧି ହାର ୫.୩ ପ୍ରତିଶତ ରହିଥିବା ବେଳେ ରାଜ୍ୟରେ ଏହା ୭.୫% ରହିଛି। ବିଜେଡିର ଏହି ଦାବିକୁ ନେଇ ବିଜେପିର ପ୍ରତିକ୍ରିୟା ମିଳିପାରିନି।
from Odisha Reporter https://ift.tt/2Ryrtsd
No comments:
Post a Comment