ଦେଶର ସବୁଠାରୁ ଓଜନିଆ ସ୍ୟାଟେଲାଇଟ୍‌ ଜିସ୍ୟାଟ୍‌-୧୧ର ସଫଳ ଉତ୍‌କ୍ଷେପଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 4, 2018

ଦେଶର ସବୁଠାରୁ ଓଜନିଆ ସ୍ୟାଟେଲାଇଟ୍‌ ଜିସ୍ୟାଟ୍‌-୧୧ର ସଫଳ ଉତ୍‌କ୍ଷେପଣ

ନୂଆଦିଲ୍ଲୀ: କିଛି ମାସର ଅପେକ୍ଷା ପରେ ଦେଶର ସବୁଠାରୁ ଓଜନର ସ୍ୟାଟେଲାଇଟ୍‌ ଜିସ୍ୟାଟ୍‌-୧୧ର ସଫଳ ଉନ୍ମୋଚନ ସମ୍ଭବ ହୋଇପାରିଛି। ଫ୍ରେଞ୍ଚ ଗୁଏନାରେ ଥିବା ୟୁରୋପୀୟ ସ୍ପେଶ୍‌ପୋର୍ଟରୁ ସକାଳ ୨.୦୭ ସମୟରେ ଏହି ଇସ୍ରୋ ପ୍ରସ୍ତୁତ ସ୍ୟାଟେଲାଇଟ୍‌ର ଉତ୍‌କ୍ଷେପଣ କରାଯାଇଛି। ଏହାର ଓଜନ ୫,୮୫୪ କିଲୋଗ୍ରାମ୍‌ ରହିଛି।

ଏରିଆନ୍‌ସ୍ପେଶ୍‌ର ଏରିଆନ୍‌-୫ ରକେଟ୍‌ ସହାୟତାରେ ଏହାର ଉତ୍‌କ୍ଷେପଣ କରାଯାଇଛି ଏବଂ ଏହାର ବୈଶିଷ୍ଟ୍ୟ ରହିଛି ଯୋଗାଯୋଗ। ଏହା ସହିତ ଦକ୍ଷିଣ କୋରିଆର ଏକ ଜିଓ ସ୍ୟାଟେଲାଇଟ୍ ମଧ୍ୟ ମହାକାଶରେ ଅବସ୍ଥାପିତ ହେବା ପାଇଁ ପଠାଯାଇଛି।

ଉଡ଼ାଣ ଭରିବାର ୨୯ ମିନିଟ୍‌ ପରେ ଜିସ୍ୟାଟ୍‌-୧୧ ରକେଟ୍‌ଠାରୁ ଅଲଗା ହୋଇ ଜିଓ-ଟ୍ରାନ୍ସଫର କକ୍ଷପଥରେ ସ୍ଥାନ ପାଇଥିଲେ। ମହାକାଶରେ କୌଣସି ସାମ୍ଭାବ୍ୟ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ଏହାର ୪ ମିନିଟ୍‌ ପରେ ଯାଇ କୋରିଆ ସ୍ୟାଟେଲାଇଟ୍‌ ରକେଟ୍‌ରୁ ଅଲଗା ହୋଇଥିଲା।

ଜିସ୍ୟାଟ୍‌-୧୧ରେ ୪୦ଟି ଟ୍ରାନ୍ସପଣ୍ଡର ବା ବେତାର ବର୍ତ୍ତା ପ୍ରେରଣକାରୀ ଯନ୍ତ୍ର ରହିଛି। ଏହା ସେକେଣ୍ଡ ପ୍ରତି ୧୪ ଜିବି ପର୍ଯ୍ୟନ୍ତ ସ୍ପିଡ୍‌ରେ ‘ହାଇ ବ୍ୟାଣ୍ଡୱିଥ୍ କନେକ୍ଟିଭିଟି’ ପ୍ରଦାନ କରିବ। ଏହି ସ୍ୟାଟେଲାଇଟ୍‌ର ଆୟୁ ୧୫ ବର୍ଷଠାରୁ ଅଧିକ ବୋଲି ଜଣାଯାଇଛି।



from Odisha Reporter https://ift.tt/2PmCfjz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages