‘ହ୍ୟାଣ୍ଡସମ୍‌’ ଦେଖା ଯିବାକୁ ଚାହୁଁଛନ୍ତି କି? ଆପଣାନ୍ତୁ, ଏହି ସବୁ ଟିପ୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 4, 2018

‘ହ୍ୟାଣ୍ଡସମ୍‌’ ଦେଖା ଯିବାକୁ ଚାହୁଁଛନ୍ତି କି? ଆପଣାନ୍ତୁ, ଏହି ସବୁ ଟିପ୍ସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ସାଧାରଣତଃ ମହିଳାମାନଙ୍କ ପାଇଁ ବିଭିନ୍ନ ବିୟୁଟି ଟିପ୍ସ ଦିଆଯାଇଥାଏ। କାରଣ ପ୍ରାୟ ମହିଳାମାନେ ହିଁ ସବୁବେଳେ ଆକର୍ଷଣୀୟ ଦେଖାଯିବାକୁ ଭଲ ପାଆନ୍ତି। ଅନ୍ୟପକ୍ଷରେ ପୁରୁଷମାନେ ବିଭିନ୍ନ କାରଣରୁ ନିଜ ତ୍ୱଚାର ଆବଶ୍ୟକ ଯତ୍ନ ନେଇପାରନ୍ତି ନାହିଁ। କେବଳ ଆବଶ୍ୟକ ପଡ଼ିଲେ, ବଜାରରେ ମିଳୁଥିବା ବିଭିନ୍ନ ପ୍ରକାରର ସାମଗ୍ରୀ ମନଇଚ୍ଛା ବ୍ୟବହାର କରିଥା’ନ୍ତି। ଫଳରେ ସେମାନଙ୍କ ଚେହେରା ବିଗିଡ଼ିଯାଇଥାଏ। ତେବେ ପୁରୁଷମାନେ ହ୍ୟାଣ୍ଡସମ୍‌ ଦେଖାଯିବା ଲାଗି ନିଜ ତ୍ୱଚାର କିପରି ଯତ୍ନ ନେବେ,  ସେ ବିଷୟରେ ଆମେ ବତାଇବୁ।

ନିଜ ସ୍କିନ୍‌ ଟାଇପ୍‌ ଜାଣନ୍ତୁ

ଆପଣ ଯଦି ହ୍ୟାଣ୍ଡସମ୍‌ ଦେଖାଯିବାକୁ ଚାହୁଁଛନ୍ତି, ତେବେ ତ୍ୱଚାରେ କୌଣସି ବି ପ୍ରଡକ୍ଟ ଲଗାଇବା ପୂର୍ବରୁ ପ୍ରଥମେ ନିଜ ତ୍ୱଚାକୁ ଚିହ୍ନନ୍ତୁ। ଆପଣଙ୍କ ତ୍ୱଚା ଅଏଲି, ଡ୍ରାଏ କିମ୍ବା ନର୍ମାଲ୍‌, ତାହା ପ୍ରଥମେ ଜାଣନ୍ତୁ। ଏହାପରେ ନିଜ ସ୍କିନ୍‌ ଟାଇପ୍‌ ଅନୁଯାୟୀ କ୍ରିମ୍‌ ଓ ଫେସ୍‌ୱାଶ୍‌ ବ୍ୟବହାର କରନ୍ତୁ।

ଫେସ୍‌ କ୍ଲିନ୍‌ଜିଂ କରନ୍ତୁ 

ପୁରୁଷମାନେ ମଧ୍ୟ କ୍ଲିନ୍‌ଜିଂ କରି ନିଜ ଚେହେରାକୁ ସତେଜ ରଖିପାରିବେ। ଏଥିପାଇଁ ନିଜ ତ୍ୱଚାକୁ ସୁହାଇବା ଭଳି କ୍ଲିନ୍‌ଜର୍‌ ବ୍ୟବହାର କରନ୍ତୁ। ଏହା ବ୍ୟତୀତ ଫେସ୍‌ୱାଶ୍‌ରେ ଦିନରେ ୩ରୁ ୪ଥର ମୁହଁ ଧୋଇ ପାରିବେ। ଏହାଦ୍ୱାରା ତ୍ୱଚା ସଫା ଓ ସତେଜ ରହିବ।

ନିୟମିତ ସେଭିଂ କରନ୍ତୁ
ପୁରୁଷମାନେ ତ୍ୱଚାକୁ ସତେଜ ରଖିବା ଲାଗି ସପ୍ତାହରେ ୩ ଥର ସେଭିଂ କରିପାରିବେ। ଏହାଦ୍ୱାରା ମଇଳା ସଫା ହୋଇଯିବ। ହେଲେ ମନେରଖନ୍ତୁ, ସେଭିଂରେ ହାର୍ଡ ବ୍ଲେଡ୍‌ ବ୍ୟବହାର କରିବେ ନାହିଁ।

ମଶ୍ଚରାଇଜର୍‌ ବ୍ୟବହାର କରନ୍ତୁ
ଚେହେରାରେ ମଶ୍ଚର ରହିବା ଆବଶ୍ୟକ। ନଚେତ୍‌ ତ୍ୱଚା ଶୁଷ୍କ ହୋଇଯିବ। ଫଳରେ ତ୍ୱଚା ଫାଟିବା ସହ ଚମଡ଼ା ଛାଡ଼ିବା ଭଳି ସ୍ଥିତି ମଧ୍ୟ ଉପୁଜିପାରେ। ତେଣୁ ବ୍ରାଣ୍ଡେଡ୍ ମଶ୍ଚରାଇଜର୍‌ ବ୍ୟବହାର କରି ତ୍ୱଚାକୁ କୋମଳ ଓ ନମନୀୟ ରଖନ୍ତୁ।

ସ୍କ୍ରବ୍‌ କରନ୍ତୁ
ସପ୍ତାହରେ ଅନ୍ତତଃ ଥରେ ସ୍କ୍ରବ୍‌ କରିବା ନିହାତି ଆବଶ୍ୟକ। ଏହା ମୁହଁରୁ ମୃତ କୋଷିକାଗୁଡ଼ିକ ହଟାଇବା ସହ ତ୍ୱଚାକୁ ହାଇଡ୍ରେଟ୍‌ ରଖେ। ଏହା ମୁହଁରେ ହୋଇଥିବା ବ୍ଲାକ୍‌ହେଡ୍‌ସ ଏବଂ ହ୍ୱାଇଟ୍‌ହେଡ୍‌ସକୁ ବି ସଫା କରି ଦେଇଥାଏ। ମନେ ରଖନ୍ତୁ, ସ୍କ୍ରବ୍‌ କିଣିଲା ବେଳେ ସବୁବେଳେ ନିଜ ସ୍କିନ୍‌ କୁ ଚାହିଁ ଚୟନ କରିବେ।



from Odisha Reporter https://ift.tt/2zHeyx0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages