
ନୂଆଦିଲ୍ଲୀ: ଏନ୍ଆଇଏ ବୁଧବାର ଉତ୍ତରପ୍ରଦେଶର ୧୭ଟି ଠିକଣାରେ ଚଢ଼ଉ କରି ୧୦ ଜଣଙ୍କୁ ଗିରଫ କରିବାପରେ ସାଂଘାତିକ ଘଟଣା ସାମ୍ନାକୁ ଆସିଛି। ସେମାନଙ୍କର ଇସ୍ଲାମିକ୍ ଷ୍ଟେଟ୍ ଗୋଷ୍ଠୀ ସହିତ ଲିଙ୍କ୍ ଥିଲା ଏବଂ ବିଭିନ୍ନ ରାଜନୀତି ବ୍ୟକ୍ତିଙ୍କୁ ଟାର୍ଗେଟ୍ କରି ଷଡ଼ଯନ୍ତ୍ର କରାଯାଇଥିଲା ବୋଲି ଜଣାଯାଇଛି।
ତଦନ୍ତକାରୀ ସଂସ୍ଥା ଏନ୍ଆଇଏ ଏହି ଚଢ଼ଉରେ ୭.୫ ଲକ୍ଷର ନଗଦ ଟଙ୍କା, ୧୦୦ଟି ମୋବାଇଲ୍ ଫୋନ୍, ୧୩୫ ସିମ୍କାର୍ଡ, ଲ୍ୟାପ୍ଟପ୍ ଏବଂ ମେମୋରୀ କାର୍ଡ ଜବତ କରାଯାଇଛି।
ଏକ ଖବରଦାତା ସମ୍ମିଳନୀରେ ଏନ୍ଆଇଏ ଆଇଜି ଆଲୋକ ମିତ୍ତଲ କହିଛନ୍ତି, “ସେମାନଙ୍କ ଟାର୍ଗେଟ୍ରେ ରାଜନୀତିକ ବ୍ୟକ୍ତି, ପ୍ରସିଦ୍ଧ ବ୍ୟକ୍ତିତ୍ୱ ଏବଂ ସୁରକ୍ଷା ସହିତ ଜଡ଼ିତ ଅନୁଷ୍ଠାନ ଆଦି ଥିଲେ। ଏପରି ପ୍ରସ୍ତୁତିରୁ ଜଣାପଡ଼ୁଛି ସେମାନେ ରିମୋଟ୍ କଣ୍ଟ୍ରୋଲ୍ ଏବଂ ଫିଦାୟୀନ୍ ଆଟାକ୍ ବା ଆତ୍ମଘାତୀ ଆକ୍ରମଣ ପାଇଁ ଯୋଜନା ଆରମ୍ଭ କରିସାରିଥଲେ। ଏହା ନୂଆ ଆଇଏସ୍ ମଡେଲ୍ ଏବଂ ସେମାନେ ବିଦେଶୀ ଏଜେଣ୍ଟଙ୍କ ଦ୍ୱାରା ପରିଚାଳିତ ହେଉଥିଲେ। ସେମାନଙ୍କ ପରିଚୟ ବର୍ତ୍ତମାନ ଯାଏ ସ୍ଥାପିତ ହୋଇପାରିନାହିଁ।”
ମିତ୍ତଲ ଆହୁରି ମଧ୍ୟ କହିଥିଲେ ଯେ, ଦିଲ୍ଲୀର ସୀଲାମପୁର ଏବଂ ଉତ୍ତରପ୍ରଦେଶର ଅମ୍ରୋହା, ହାପୁର, ମିରଟ୍ ଏବଂ ଲକ୍ଷ୍ନୌଠାରେ ଚଢ଼ଉ କରାଯାଇଥିଲା। ‘ହରକତ୍ ଉଲ୍ ହର୍ବ ଇ ଇସ୍ଲାମ୍’ ଏହି ମୋଡ୍ୟୁଲ୍ର ମୁଖିଆ ମୁଫ୍ତି ସୋହେଲ ବୋଲି ଜଣାଯାଇଛି।
from Odisha Reporter http://bit.ly/2CALLwb
No comments:
Post a Comment