କାହିଁକି ଫୁସ୍ ହେଲା ପିପିଲି ପୀଡ଼ିତାଙ୍କ ମାମଲା: ଗୁମର ଖୋଲିଲା ଜଜ୍‌ମେଣ୍ଟ ରିପୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 26, 2018

କାହିଁକି ଫୁସ୍ ହେଲା ପିପିଲି ପୀଡ଼ିତାଙ୍କ ମାମଲା: ଗୁମର ଖୋଲିଲା ଜଜ୍‌ମେଣ୍ଟ ରିପୋର୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁଚର୍ଚ୍ଚିତ ପିପିଲି ଗଣଦୁଷ୍କର୍ମ ଓ ମୃତ୍ୟୁ ମାମଲାର ଅଭିଯୁକ୍ତ କାହିଁକି ଖଲାସ ହେଲେ? କେଉଁ ତଥ୍ୟ ପ୍ରମାଣ ଆଧାରରେ କୋର୍ଟ ଅଭିଯୁକ୍ତଙ୍କୁ କଲେ ଦୋଷମୁକ୍ତ? ଅଦାଲତଙ୍କ ଜଜ୍‌ମେଣ୍ଟ କପି ଓଡ଼ିଶା ରିପୋର୍ଟରର ହସ୍ତଗତ ହୋଇଛି। ଯାହା କ୍ରାଇମ୍‌ବ୍ରାଞ୍ଚର ବିଫଳତାର ଗୁମର ଖୋଲିଛି।

ପ୍ରଥମ ଅତିରିକ୍ତ ଏଡିଜେ କୋର୍ଟ ଶୁଣାଇଥିବା ମାମଲାର ଚୂଡାନ୍ତ ରାୟରେ ଦର୍ଶାଯାଇଛି ଯେ, ଏହି ଘଟଣାରେ କେହି ପ୍ରତ୍ୟକ୍ଷଦର୍ଶୀ ନଥିବା ବେଳେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ ପାଇଁ ସରକାରୀ ପକ୍ଷ ଯେଉଁ ପାରିପାର୍ଶ୍ଵିକ ପ୍ରମାଣ କୋର୍ଟରେ ଉପସ୍ଥାପନ କରିଛନ୍ତି, ତାହା ଗ୍ରହଣୀୟ ନଥିଲା। ପୂରା ଘଟଣାବଳୀକୁ ଦର୍ଶାଇବା ପାଇଁ ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିବା ପ୍ରମାଣ ପର୍ଯ୍ୟାପ୍ତ ନୁହେଁ। ଅଭିଯୁକ୍ତ ପ୍ରଶାନ୍ତ ପ୍ରଧାନ ଓ ସୁକାନ୍ତ ପ୍ରଧାନଙ୍କ ବିରୋଧରେ ଲାଗିଥିବା ଦଫାକୁ ପ୍ରମାଣିତ କରିବାରେ ସରକାରୀ ପକ୍ଷ ବିଫଳ ହୋଇଛନ୍ତି। ଦୁଇ ଅଭିଯୁକ୍ତଙ୍କ କରାଯାଇଥିବା ଲାଇ ଡିଟେକସନ୍‌ ଟେଷ୍ଟ ବଳିଷ୍ଠ ପ୍ରମାଣ ନୁହେଁ। ଏକ୍ସଟ୍ରା ଜୁଡିସିଆଲ୍‌ କନ୍‌ଫେସନରେ ୫ ସାକ୍ଷୀ କିଛି ଜାଣିନଥିବା କହିଥିଲେ।

କଲ୍‌ ଡିଟେକସନ୍‌ ରିପୋର୍ଟ ଗୁଡିକକୁ ପ୍ରଚଳିତ ଆଇନ ଅନୁସାରେ ଉପଯୁକ୍ତ ଭାବେ ପ୍ରମାଣିତ କରାଯାଇପାରି ନାହିଁ। ଯାହା ସରକାରୀ ପକ୍ଷକୁ ସହାୟକ ହୋଇପାରିନଥିଲା। ପୀଡ଼ିତା ଉଦ୍ଧାର ବେଳେ ତାଙ୍କ ନିଜ ଦାଦାଙ୍କୁ ଅଭିଯୁକ୍ତଙ୍କ ନାଁ କହିଥିଲେ। ଯାହାକୁ ମୃତ୍ୟୁକାଳୀନ ଜମାନବନ୍ଦୀ ଭାବେ ଶୁଣାଣି ବେଳେ ସରକାରୀ ପକ୍ଷ ଦର୍ଶାଇଥିଲେ। ତାହା ବି ଗ୍ରହଣୀୟ ହୋଇନଥିଲା। ତେଣୁ ଏସବୁକୁ ଆଧାର କରି କୋର୍ଟ ପିପିଲି ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଥିବା ଦୁଇ ଭାଇଙ୍କୁ ନିର୍ଦୋଷରେ ଖଲାସ କରିଛନ୍ତି।

ସିବିଆଇ ତଦନ୍ତ କରାଯିବାକୁ ଦାବି

ସେପଟେ ମୃତ ପୀଡ଼ିତାଙ୍କୁ ନ୍ୟାୟ ମିଳିଥିବା ନେଇ ଶାସକ ଦଳର ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ମନ୍ତବ୍ୟକୁ କଡ଼ା ସମାଲୋଚନା କରିବା ସହ ଝିଅକୁ ନ୍ୟାୟ ମିଳିନଥିବା କହିଛନ୍ତି ପୀଡ଼ିତାଙ୍କ ମାଆ। ତା’ସହ ସମସ୍ତ ଘଟଣାର ସିବିଆଇ ତଦନ୍ତ କରାଯାଉ ବୋଲି ସେ ଦାବି କରିଛନ୍ତି। ପୀଡ଼ିତାଙ୍କ ମାଆ କହିଛନ୍ତି-“ଜେଲ୍‌ ଯିବା ପୂର୍ବରୁ ଆମ ପରିବାରକୁ ଧ୍ୱଂସ କରିଦେବେ ବୋଲି ଅଭିଯୁକ୍ତମାନେ ଧମକ ଦେଇଥିଲେ। ଏବେ ସେମାନେ ଜେଲ୍‌ରୁ ବାହାରିଛନ୍ତି। ଏହା ପରେ ଯାହା ଘଟିବ, ସେଥିପାଇଁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଓ ସରକାର ଦାୟୀ ରହିବେ। କେଉଁ ଆଧାରରେ ଅଭିଯୁକ୍ତଙ୍କୁ ଛଡ଼ାଗଲା?”

ତେବେ ପିପିଲି ପୀଡ଼ିତାଙ୍କୁ ମାରିଲା କିଏ ? କାହିଁକି ପୀଡ଼ିତାର ଏଭଳି ଅସ୍ୱାଭାବିକ ମୃତ୍ୟୁ ହେଲା? ଏବେ ଏମିତି ପ୍ରଶ୍ନ ଉଠୁଥିବା ବେଳେ ରାଜ୍ୟ ସରକାର ପୀଡ଼ିତାଙ୍କ ପରିବାର ଲୋକଙ୍କ ଗୁହାରିକୁ ଶୁଣିବେ ନା ମନ୍ତ୍ରୀଙ୍କ ବୟାନଙ୍କୁ ନିରବ ସମର୍ଥନ କରି ଚୁପ୍ ବସିବେ, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।



from Odisha Reporter http://bit.ly/2T9KKRa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages