
ଆଡେଲେଡ୍: ଅଷ୍ଟ୍ରେଲିଆକୁ ୩୧ ରନ୍ରେ ହରାଇ ଆଡେଲେଡ୍ ଟେଷ୍ଟ୍ ଜିତି ଯାଇଛି ଭାରତ। ଏହା ସହିତ ୪ଟି ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ରେ ଭାରତ ୧-୦ରେ ଆଗୁଆ ରହିଛି।
ଏହି ବିଜୟ ସହିତ ଭାରତୀୟ ଟିମ୍ ସହିତ ଅନେକଗୁଡ଼ିଏ କଥା ଯୋଡ଼ି ହୋଇଯାଇଛି। ଦଶ ବର୍ଷ ପରେ ଅଷ୍ଟ୍ରେଲିଆ ମାଟିରେ ଅଷ୍ଟ୍ରେଲିଆକୁ ହରାଇଛି ଟିମ୍ ଇଣ୍ଡିଆ। ଏହା ପୂର୍ବରୁ ୨୦୦୮ରେ ପର୍ଥରେ ଦଳକୁ ଶେଷ ଥର ପାଇଁ ଏହି ସଫଳତା ମିଳିଥିଲା। ସେହିପରି ଆଡେଲେଡ୍ରେ ୧୫ ବର୍ଷ ପରେ ଭାରତ ଟେଷ୍ଟ୍ ମ୍ୟାଚ୍ ଜିତିଛି। ୨୦୦୩ରେ ଭାରତକୁ ଏହି ସଫଳତା ମିଳିଥିଲା।
ଏହି ମ୍ୟାଚ୍ ଜିତିବା ପରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ନାଁରେ ଏକ ବିରଳ ରେକର୍ଡ ଯୋଡ଼ି ହୋଇଯାଇଛି। ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆରେ ଟେଷ୍ଟ୍ ମ୍ୟାଚ୍ ଜିତିବାରେ ସେ ହୋଇଯାଇଛନ୍ତି ଏସିଆର ପ୍ରଥମ ଅଧିନାୟକ। ଅର୍ଥାତ୍ କ୍ରିକେଟ୍ ଖେଳୁଥିବା ଏସିଆର କୌଣସି ଦେଶର ଅଧିନାୟକଙ୍କ ଟିମ୍ ଏହି ତିନୋଟି ଦେଶରେ ଟେଷ୍ଟ୍ ମ୍ୟାଚ୍ ଜିତି ନାହିଁ।
ରାହୁଲ ଦ୍ରାବିଡ଼ ଓ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱାଧୀନ ଟିମ୍ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକାରେ ଟେଷ୍ଟ୍ ମ୍ୟାଚ୍ ଜିତିଥିଲା। କିନ୍ତୁ ଅଷ୍ଟ୍ରେଲିଆରେ ଏ ଦୁହିଁଙ୍କୁ ସଫଳତା ମିଳି ନଥିଲା।
from Odisha Reporter https://ift.tt/2zS43Hw
No comments:
Post a Comment