୨୦୧୯ରେ ଏମିତି ରହିବ ଭାରତ ଓ ବିଶ୍ୱର ଭାଗ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 31, 2018

୨୦୧୯ରେ ଏମିତି ରହିବ ଭାରତ ଓ ବିଶ୍ୱର ଭାଗ୍ୟ

୨୦୧୯ରେ ଏମିତି ରହିବ ଭାରତର ଭାଗ୍ୟ

  • ଜ୍ୟୋତିଷ ପାଠ କହୁଛି, ୨୦୧୯ରେ ଆମ ଦେଶ ଭାରତବର୍ଷ ଅନେକ ପ୍ରକାର ସମସ୍ୟା ମଧ୍ୟ ଦେଇ ଗତି କରିପାରେ।
  • ରାଜ୍ୟ-ରାଜ୍ୟ ମଧ୍ୟରେ ବିଭିନ୍ନ ସମସ୍ୟା ଏକ ନୂତନ ରୂପରେଖ ନେଇପାରେ। ରାଜ୍ୟ-କେନ୍ଦ୍ର ବିବାଦ ମଧ୍ୟ ଲାଗିରହିବ।
  • ଭାରତର ବିରୋଧରେ ବିଦେଶୀ ଶକ୍ତିଙ୍କ ଷଡ଼ଯନ୍ତ୍ର ଜାରି ରହିବ। ତେବେ ବିଭିନ୍ନ ଭାଗରେ ଦେଖାଦେଇଥିବା ଆନ୍ଦୋଳନ, ବର୍ଷର ମଧ୍ୟ ଭାଗରେ କିଛିକାଂଶରେ ଶାନ୍ତ ପଡ଼ିଯିବ।
  • କେନ୍ଦ୍ର ମନ୍ତ୍ରିମଣ୍ଡଳ ପାଇଁ ଚଳିତବର୍ଷ ନିର୍ବାଚନ ହେବ। ଆବଶ୍ୟକ ସ୍ଥଳେ ଜରୁରୀକାଳୀନ ପରିସ୍ଥିତି ଜାରି ହୋଇ ପାରେ।
  • ଦେଶ ଶାସନରେ ମୁଖ୍ୟ ସଚିବମାନେ ନିଜ ନିଜର ପ୍ରତିପତ୍ତି ବୃଦ୍ଧି ନିମନ୍ତେ ଶାସନ କାର୍ଯ୍ୟରେ ସମ୍ମାନିତ ହେବେ।
  • କେନ୍ଦ୍ର ଶାସନରେ ଥିବା ଦଳ ସହିତ ବିରୋଧୀ ଦଳ ମଧ୍ୟରେ ଅସ୍ଵାଭାବିକ ଗୋଷ୍ଠୀକନ୍ଦଳ ସୃଷ୍ଟି ହୋଇ ଦେଶପାଇଁ ବିପର୍ଯ୍ୟୟର କାରଣ ହେବ।
  • ବାରମ୍ୱାର ଭୂମିକମ୍ପ ଓ ସାମୁଦ୍ରିକ ଝଡ଼ ଦେଶବାସୀଙ୍କୁ ବ୍ୟଥିତ କରିବ।
  • ଭାରତୀୟ ବୈଜ୍ଞାନିକମାନେ ନୂତନ ଆବିଷ୍କାର ପାଇଁ ବିଶ୍ୱ ସ୍ତରରେ ପ୍ରଶଂସିତ ହେବେ। କମ୍ପ୍ୟୁଟର ବିଜ୍ଞାନରେ ଦେଶ ସାଫଲ୍ୟ ଅର୍ଜନ କରିବ।
  • ଦେଶର ସୁରକ୍ଷା ବିଭାଗ ଓ ଗୁପ୍ତଚର ବିଭାଗରେ କେତେକ ଉଲ୍ଲେଖନୀୟ ପରିବର୍ତ୍ତନ ଓ ତତ୍‌ସଂକ୍ରାନ୍ତରେ ନୂତନ ନୀତି ପ୍ରଣୟନ ହୋଇପାରେ।
  • ଆଭ୍ୟନ୍ତରୀଣ ଅସନ୍ତୋଷ ପାଇଁ ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କ ପାଖରେ ବିଶ୍ୱାସ ହରାଇ ପାରନ୍ତି।

୨୦୧୯ରେ ଏମିତି ରହିବ ବିଶ୍ୱର ଭାଗ୍ୟ

  • ଚଳିତ ବର୍ଷ ରାଷ୍ଟ୍ର ନାୟକ ମାନଙ୍କର ଶକ୍ତି ପରୀକ୍ଷା କ୍ଷେତ୍ରରେ ପରମାଣୁ ଅସ୍ତ୍ର ଝଙ୍କାରକୁ ସାମନାକୁ ଆଣିବା ଦ୍ୱାରା ପୃଥିବୀବାସୀ ଚକିତ ହୋଇ ପଡ଼ିବେ।
  • ବହୁଳ ବର୍ଷା ଫଳରେ ପୃଥିବୀର ବିଭିନ୍ନ ଭାଗରେ ବନ୍ୟାା ବିପତ୍ତି ଦେଖାଦେବାର ଆଶଙ୍କା ରହିଛି।
  • ତେବେ ୨୦୧୯ରେ ପୃଥିବୀବାସୀ ଧର୍ମ ପ୍ରତି ଆକୃଷ୍ଟ ହେବାର ଲକ୍ଷ୍ୟ କରାଯିବ।
  • ଉପସାଗରୀୟ ଅଂଚଳରେ ଯୁଦ୍ଧ ପାଇଁ ସଜବାଜ ହୋଇପାରେ। ତେବେ ଗୋଷ୍ଠୀ ନିରପେକ୍ଷ ଗୋଷ୍ଠୀ ଉପଯୁକ୍ତ ପଦକ୍ଷେପ ନେବା କାରଣରୁ ଶାନ୍ତି ପ୍ରତିଷ୍ଠା ହେବ। ରାଷ୍ଟ୍ର ଓ ରାଷ୍ଟ୍ର ମଧ୍ୟରେ ସମ୍ପର୍କ ତିକ୍ତ ହେବାର ସୂଚନା ମିଳେ।
  • ଜୁନ୍‌ ମାସରୁ ଅଗଷ୍ଟ ଓ ଅକ୍ଟୋବରରୁ ଡିସେମ୍ୱର ମଧ୍ୟରେ ଅନେକ ପ୍ରକାର ବିପଦପୂର୍ଣ୍ଣ ଘଟଣା ଘଟିବାର ଆଶଙ୍କା ରହିଛି। ବିଶେଷକରି ଆମେରିକା, ଉତ୍ତର କୋରିଆ, ପାକିସ୍ତାନ ଓ ବାଲାଂଦେଶ ଏହାଦ୍ୱାରା ପ୍ରଭାବିତ ହୋଇପାରନ୍ତି।
  • ବିଶ୍ୱର କିଛି ପ୍ରତିଷ୍ଠିତ ନେତାଙ୍କର ଦେହାନ୍ତ ହୋଇପାରେ, ଯାହାକି ବିଶ୍ୱବାସୀଙ୍କ ପାଇଁ ଦୁଃଖର କାରଣ ହେବ।
  • ଧନୀ ରାଷ୍ଟ୍ରମାନଙ୍କରେ ଦଙ୍ଗା ଓ ଅରାଜକତା ଦେଖାଦେବ। ଆର୍ଥିକ କ୍ଷେତ୍ରରେ ବିଶ୍ୱବ୍ୟାପୀ ଦରବୃଦ୍ଧି ଜନିତ ସମସ୍ୟା ଉତ୍କଟ ହେବ।
  • ବିଶ୍ୱବ୍ୟାପୀ ବାର୍ଷିକ ପଞ୍ଚ-ଗ୍ରହକୂଟ, ଷଡ଼ଗ୍ରହକୂଟ ଓ ଗ୍ରହମାନଙ୍କର କୃଦୃଷ୍ଟି କାରଣରୁ ବାରମ୍ୱାର ଭୂମିକମ୍ପ, ବିମାନ ଦୁର୍ଘଟଣା, ବନ୍ୟା ବିତ୍ପାତ ଓ ପ୍ରାକୃତିକ ବିପର୍ଯ୍ୟୟ ସଂଘଟିତ ହେବ।
  • ମହାକାଶ ବିଜ୍ଞାନ ଓ ଚିକିତ୍ସା ବିଜ୍ଞାନରେ ଯଥେଷ୍ଟ ଉନ୍ନତି ପରିଲକ୍ଷିତ ହେବ। ବିଭିନ୍ନ କାରଣରୁ କିନ୍ତୁ ଯୁଦ୍ଧ ଭଳି ବିଭୀଷିକା ଦେଖାଦେବ। ଯାହାଦ୍ୱାରା ସ୍ୱଳ୍ପ ଗଚ୍ଛିତ ପେଟ୍ରୋଲିୟମ ପ୍ରଦାର୍ଥ ଓ ଖଣି ଧ୍ୱଂସ ହେବାର ଆଶଙ୍କା ରହିଛି।
  • ବିତର୍କିତ ବିଶ୍ୱରେ ଶାନ୍ତି ସଦ୍ଭାବନା ପ୍ରତିଷ୍ଠା ପାଇଁ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ପ୍ରତ୍ୟେକ ଦେଶବାସୀ ସାମୁହିକ ପ୍ରାର୍ଥନା କରିବା ସହ ନିଜ ନିଜ ଐଶ୍ୱରୀୟ ଚିନ୍ତା ଚେତନା ବୃଦ୍ଧି କରିବା ପାଇଁ ପ୍ରଯତ୍ନ ହେବା ଉଚିତ। ସମସ୍ତେ ପରିବେଶ ସୁରକ୍ଷା କ୍ଷେତ୍ରରେ ଅଧିକ ସଚେତନ ହେବା ଦରକାର।


from Odisha Reporter http://bit.ly/2VlgZ1J

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages