ଚାଷୀଙ୍କ ପାଇଁ ୫ରେ ରାଜଭବନ ଘେରାଉ କରିବ ସିପିଏମ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 31, 2018

ଚାଷୀଙ୍କ ପାଇଁ ୫ରେ ରାଜଭବନ ଘେରାଉ କରିବ ସିପିଏମ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାଷୀମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଆସନ୍ତା ୫ତାରିଖରେ ସିପିଆଇଏମ୍ ପକ୍ଷରୁ ରାଜଭବନ ସମ୍ମୁଖରେ ଧାରଣା ଦିଆଯିବ।

ସିପିଆଇଏମ୍ ରାଜ୍ୟ ସମ୍ପାଦକ ଜନାର୍ଦ୍ଦନ ପତି ଆଜି ଏନେଇ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ,ରାଜ୍ୟରେ ବିଜେଡି ଓ କେନ୍ଦ୍ରରେ ବିଜେପିର ସରକାର ଚାଷୀ ବିରୋଧୀ। ଚାଷୀଙ୍କୁ ଋଣମୁକ୍ତ କରିବା ପାଇଁ ପ୍ରତିଶ୍ରୁତି ଦେଇ ମଧ୍ୟ କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ନରେନ୍ଦ୍ର ମୋଦି ସରକାର ପଛଘୁଞ୍ଚା ଦେଇଛି।

ରାଜ୍ୟରେ ମଧ୍ୟ ନବୀନ ପଟ୍ଟନାୟକ ସରକାର ଅନୁରୂପ ନୀତି ଆପଣାଇ ଚାଷୀବିରୋଧୀ କାର୍ଯ୍ୟ କରୁଛନ୍ତି। କେନ୍ଦ୍ରରେ ମୋଦି ସରକାର ବଡ଼ବଡ଼ କୋଟିପତିଙ୍କ ବ୍ୟାଙ୍କ ଋଣ ଛାଡ଼ କରୁଛନ୍ତି। ଏଠି ନବୀନବାବୁ ଶିଳ୍ପପତିଙ୍କୁ ନିମନ୍ତ୍ରଣ କରି ଜମି,ପାଣି,ବିଦ୍ୟୁତ ଓ ଖଣିଜ ସମ୍ପଦ ଯୋଗାଣର ପ୍ରତିଶ୍ରୁତି ଦେଉଛନ୍ତି। ଅଥଚ ଚାଷୀମାନଙ୍କୁ ଋଣମୁକ୍ତ କରିବାକୁ ରୋକଠୋକ୍ ମନା କରିଦେଇଛନ୍ତି। ରାଜ୍ୟର ଚାଷୀ କିଭଳି ଋଣମୁକ୍ତ ହେବ ତା’ର ସମାଧାନ ଉଭୟ କେନ୍ଦ୍ର କିମ୍ବା ରାଜ୍ୟ ସରକାର କରୁନାହାନ୍ତି।

ଚାଷୀଙ୍କୁ ଫସଲର ଅଧିକ ଦାମ ପାଇଁ ପାର୍ଲାମେଣ୍ଟ ଘେରିବାକୁ ବିଜେଡି ପ୍ରଥମେ ଘୋଷଣା କରିଥିଲା। ତା’ପରେ ଏହି କାର୍ଯ୍ୟକ୍ରମ ବାତିଲ ହୋଇ ଦିଲ୍ଲୀର ଯନ୍ତରମନ୍ତରଠାରେ ଧାରଣା ଦେବେ ବୋଲି କହିଲେ। ଏବେ ସେ କାର୍ଯ୍ୟକ୍ରମ ବାତିଲ ହୋଇ ଦିଲ୍ଲୀରେ ଚାଷୀ ସମାବେଶ କରାଯିବ ବୋଲି କହିଛନ୍ତି। ବିଜେଡି ସଦସ୍ୟମାନେ ସଂସଦ ଭିତରେ ଏହି ପ୍ରସଙ୍ଗ ନଉଠାଇ, ବିଜେପି ସରକାରର ନୀତିକୁ ବିରୋଧ ନକରି ଏପ୍ରକାରର ପ୍ରହସନ କାହିଁକି କରୁଛନ୍ତି ବୋଲି ଶ୍ରୀ ପତି ପ୍ରଶ୍ନ କରିଛନ୍ତି।

ତେଲଗୁ ଦେଶମ ପାର୍ଟି କେନ୍ଦ୍ର ସରକାର ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିବାବେଳେ ବିଜେଡି ସଦସ୍ୟମାନେ ଲୋକସଭା ଛାଡ଼ି ପଳାଇ ଆସି ପରୋକ୍ଷ ଭାବେ ବିଜେପି ସରକାରକୁ ସମର୍ଥନ ଦେଲେ। ଏବେ ରାଜ୍ୟର ଚାଷୀମାନଙ୍କୁ ଭଣ୍ଡେଇବା ପାଇଁ ଏ ପ୍ରହସନ କରୁଛନ୍ତି। ତେଣୁ ଚାଷୀଙ୍କୁ ଋଣମୁକ୍ତ, ଚାଷୀଙ୍କୁ ଉପଯୁକ୍ତ ଫସଲ ଦାମ ଦାବି କରି ସିପିଆଇଏମ୍ ପକ୍ଷରୁ ଆସନ୍ତା ୫ତାରିଖରେ ରାଜଭବନ ସମ୍ମୁଖରେ ଧାରଣା ଦିଆଯିବ ବୋଲି ଶ୍ରୀ ପତି ଘୋଷଣା କରିଛନ୍ତି।



from Odisha Reporter http://bit.ly/2AmQEYg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages