ପ୍ରବାସୀ ଓଡ଼ିଆଙ୍କ ଭୋଟ ହାତେଇବାକୁ ୧୭ରେ ନବୀନ ଯିବେ ସୁରଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 14, 2018

ପ୍ରବାସୀ ଓଡ଼ିଆଙ୍କ ଭୋଟ ହାତେଇବାକୁ ୧୭ରେ ନବୀନ ଯିବେ ସୁରଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ପାଇଁ ବିଭିନ୍ନ ରାଜନୀତିକ ଦଳର ସମର୍ଥନ ଲୋଡ଼ିବା ଚାଲ୍ ଖେଳି ଜାତୀୟ ରାଜନୀତିରେ ନିଜର ମହତ୍ୱାକାଂକ୍ଷା ପ୍ରତିପାଦନ କରିଥିବା ନବୀନ ପଟ୍ଟନାୟକ ଏବେ ପୁଣିଥରେ ବିଜେପିର ଗଡ଼ ଗୁଜରାଟ ଗସ୍ତରେ ଯିବାକୁ ସଜବାଜ ହେଉଛନ୍ତି। ରାଜ୍ୟ ବାହାରେ ଓଡ଼ିଶା ମହୋତ୍ସବରେ ସାମିଲ ହେବା ଆଳରେ ନବୀନ ସୁରଟରେ ଥିବା ପ୍ରାୟ ୭ଲକ୍ଷ ଓଡ଼ିଆ ଭୋଟରଙ୍କୁ ବିଜେଡି ପ୍ରତି ଆକୃଷ୍ଟ କରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି। ସୁରଟ ପ୍ରବାସୀ ଓଡ଼ିଆ ସମାଜ ପକ୍ଷରୁ ଡିସେମ୍ବର ୧୭ ତାରିଖରେ ହେବାକୁ ଥିବା ‘ଓଡ଼ିଶା ମହୋତ୍ସବ’ ନିମନ୍ତେ ପ୍ରସ୍ତୁତି ଜୋରଦାର ଚାଲିଥିବାବେଳେ ବିଜେଡିର ଗୋଟିଏ ଟିମ୍ ସେଠାରେ ଡେରା ପକାଇ ନବୀନ ଓ ବିଜେଡି ସପକ୍ଷରେ ପରିବେଶ ସୃଷ୍ଟି କରୁଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ମାସ ୧୭ତାରିଖରେ ହେବାକୁ ଥିବା ଓଡ଼ିଆ ମହୋତ୍ସବରେ ଯୋଗ ଦେବା ପାଇଁ ସୁରଟ ଯିବେ। ଏହି ମହୋତ୍ସବ ସୁରଟର ଆମ୍ରେଲିସ୍ଥିତ ରାଜୱାଡି ପଟ୍ରି ପଡ଼ିଆରେ ହେବ। ନବୀନ ଏହି ଉତ୍ସବରେ ଯୋଗ ଦେବା ଆଳରେ ଆଗାମୀ ନିର୍ବାଚନରେ ବିଜେଡି ନିମନ୍ତେ ପ୍ରବାସୀ ଓଡ଼ିଆ ଭୋଟରଙ୍କୁ ଆକୃଷ୍ଟ କରିବେ ବୋଲି ବିଜେଡି ରଣନୀତି ପ୍ରସ୍ତୁତ କରିଛି।

ସୂତ୍ର ଅନୁସାରେ ଏହି ମହୋତ୍ସବ ପାଇଁ ବିଜେଡି ଏବେ ସବୁପ୍ରକାରର ସହାୟତା ଯୋଗାଇ ଦେଇଛି। ନବୀନ ଚାର୍ଟାର୍ଡ ଫ୍ଲାଇଟରେ ସୁରଟ ଯାଇ ସେଠାରେ ପ୍ରବାସୀ ଓଡ଼ିଆମାନଙ୍କୁ ଭେଟିବେ।ସୁରଟରେ ଥିବା ପ୍ରବାସୀ ଓଡ଼ିଆଙ୍କ ମଧ୍ୟରେ ପ୍ରାୟ ୩ଲକ୍ଷ ଗଞ୍ଜାମ ଜିଲ୍ଲାର ହୋଇଥିବାବେଳେ ସେମାନଙ୍କୁ ଖୁସି କରିବା ନିମନ୍ତେ ନବୀନ ଆଖିଦୃଶିଆ ଘୋଷଣା କରିବାର ସମ୍ଭାବନା ରହିଛି। ସୁରଟରେ ଥିବା ପ୍ରବାସୀ ଓଡ଼ିଆଙ୍କ ବିଭିନ୍ନ ଦାବି ସମ୍ପର୍କରେ ମଧ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗୁଜରାଟ ସରକାରଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କରିପାରନ୍ତି।

ପ୍ରାୟ ୧ଲକ୍ଷ ପ୍ରବାସୀ ଓଡ଼ିଆଙ୍କ ସମାଗମ ପାଇଁ ବିଜେଡି ପକ୍ଷରୁ ଉଦ୍ୟମ ଚାଲିଛି। ସୁରଟରେ ଓଡ଼ିଆମାନେ ବହୁ ସଂଖ୍ୟାରେ କାମ କରିବାକୁ ଯାଉଥିବା ଘଟଣା ବିଜେପି ଓ ବିଶେଷକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ପ୍ରମୁଖ ପ୍ରସଙ୍ଗ କରିଥିବାରୁ ନବୀନ ନିଜ ଗସ୍ତବେଳେ ଓଡ଼ିଆଙ୍କୁ ନିଜ ଘରକୁ ବାହୁଡ଼ିବା ପାଇଁ ଆକର୍ଷଣୀୟ ପ୍ୟାକେଜ୍ ଘୋଷଣା କରିବାର ସମ୍ଭାବନା ରହିଛି।ଅବଶ୍ୟ ସୁରଟ ସର୍ବଦା ବିଜେପିର ଗଡ଼ ହୋଇ ରହିଛି ଓ ପୂର୍ବରୁ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ସୁରଟ ଗସ୍ତରେ ଯାଇଥିବାବେଳେ କଡ଼ା ବିରୋଧର ସମ୍ମୁଖୀନ ହୋଇଥିଲେ। ଏଥର ନବୀନଙ୍କ ସହ ବିଜେଡିର ଏକ ଟିମ୍ ସେଠାକୁ ଯାଉଥିବା ଜଣାପଡ଼ିଛି।

ଏବେ ସୁରଟକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ମାଧ୍ୟମରେ ବିଜେଡି ଗୁଜରାଟରେ ନିଜର ପ୍ରଭାବ ବିସ୍ତାର କରିବାକୁ ରଣନୀତି ପ୍ରସ୍ତୁତ କରିଛି। ନବୀନଙ୍କ ଗସ୍ତ ମାଧ୍ୟମରେ ସେଠାରେ ବିଜେଡିର କ୍ୟାଡ଼ର ଓ କର୍ମକର୍ତ୍ତାଙ୍କୁ ନିଯୁକ୍ତି ଦେବା ପାଇଁ ପ୍ରୟାସ ଚାଲିଛି । ଏବେ ବିଜେଡିର ଏକ ଟିମ୍ ସେଠାରେ ଡେରା ପକାଇ ପ୍ରବାସୀ ଓଡ଼ିଆଙ୍କ ସହ ଯୋଗସୂତ୍ରରେ ରହିଛନ୍ତି ତଥା ବିଜେଡି ପ୍ରବାସୀ ଓଡ଼ିଆ ପ୍ରକୋଷ୍ଠ ନାଁରେ ଏକ ସେଲ୍ ଖୋଲାଯାଇ ଓଡ଼ିଆଙ୍କ ଭୋଟକୁ ଆକୃଷ୍ଟ କରିବା ନିମନ୍ତେ ଉଦ୍ୟମ ହେଉଥିବା ସୂଚନା ମିଳିଛି।



from Odisha Reporter https://ift.tt/2UK0oEn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages