ମନ୍ଦିର ପ୍ରସାଦ ସେବନ କରି ୧୧ ମୃତ, ୮୨ ଗୁରୁତର ଅସୁସ୍ଥ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 14, 2018

ମନ୍ଦିର ପ୍ରସାଦ ସେବନ କରି ୧୧ ମୃତ, ୮୨ ଗୁରୁତର ଅସୁସ୍ଥ

ବେଙ୍ଗାଲୁରୁ (ଓଡ଼ିଶା ରିପୋର୍ଟର): କର୍ଣ୍ଣାଟକାର ଚମାରାଜପୁର ଜିଲ୍ଲା ସୁଲିବାଡ଼ି ଗାଁରେ ଥିବା ଏକ ମନ୍ଦିରରେ ‘ବିଷାକ୍ତ’ ପ୍ରସାଦ ସେବନ କରିବା ପରେ ୧୧ ଜଣଙ୍କର ମୃତ୍ୟୁ ହେବା ସଙ୍ଗେସଙ୍ଗେ ୮୨ ଜଣ ଲୋକ ଗୁରୁତର ଅସୁସ୍ଥ ହୋଇ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ସୂଚନା ଅନୁଯାୟୀ, ସବୁଦିନ ଭଳି ଆଜି ଶତାଧିକ ଲୋକ ସୁଲିବାଡ଼ି ଗାଁ ସ୍ଥିତ କିଚୁ ମରଣ୍ଡା ମନ୍ଦିରରେ ଅନ୍ନ ପ୍ରସାଦ ପାଇବାକୁ ଆସିଥିଲେ। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଅନ୍ନ ପ୍ରସାଦ ସେବନ କରିବା ବେଳେ ସେଥିରୁ କେରୋସିନର ଗନ୍ଧ ବାହାରୁଥିଲା। ତେବେ ଠାକୁରଙ୍କ ପ୍ରସାଦ ହୋଇଥିବାରୁ ଭକ୍ତମାନେ ବିନା ଦ୍ଵିଧାରେ ତାକୁ ଗ୍ରହଣ କରିଥିଲେ। ତେବେ ଏହାର କିଛି ସମୟ ପରେ ସେମାନେ ଅସୁସ୍ଷ୍ଠ ଅନୁଭବ କରିବା ସଙ୍ଗେ ସଙ୍ଗେ ବାନ୍ତି କରିଥିଲେ। ସେମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଜଣ ଜଣ କରି ୧୧ ଜଣଙ୍କ ମୃତ୍ୟୁ ହୋଇଥିଲା। ଏବେ ମଧ୍ୟ ୧୦ରୁ ଅଧିକ ଲୋକଙ୍କ ଅବସ୍ଥା ସଂକଟାପନ୍ନ ରହିଛି।

କୁହାଯାଉଛି ଯେ କେହି ଜାଣିଶୁଣି ପ୍ରସାଦରେ କୀଟନାଶକ ମିଶାଇ ଦେଇଥିଲା। ମନ୍ଦିରକୁ ନେଇ ବିବାଦ ଥିବାରୁ କେହି ଏଭଳି କରିଥାଇ ପାରେ ବୋଲି ସନ୍ଦେହ କରାଯାଉଥିବା ଖୋଦ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ଵାମୀ କହିଛନ୍ତି। ଆକ୍ରାନ୍ତ ଲୋକଙ୍କ ସାମ୍ପଲ ଲ୍ୟାବକୁ ପରୀକ୍ଷା ନିମନ୍ତେ ପଠାଯିବ ଏବଂ ଘଟଣାର ଯାଞ୍ଚ କରାଯାଇ ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯିବ ବୋଲି ସେ କହିଛନ୍ତି। ଏହି ଅବସରରେ ସେ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ଘୋଷଣା କରିଛନ୍ତି।



from Odisha Reporter https://ift.tt/2UKfZDZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages