
ବାଲେଶ୍ୱର(ରଣଜିତ୍ ପାକଳ): ମାନବିକତା ଏତେ ତଳକୁ ଖସି ଗଲାଣି ଯେ, ମୃତ ବ୍ୟକ୍ତିଙ୍କୁ ବି ଛାଡୁନାହାନ୍ତି। ବ୍ୟକ୍ତି ଜଣଙ୍କ ଆରପାରିକୁ ଚାଲିଗଲେଣି। ହେଲେ ତାଙ୍କ ନାଁରେ ଚାଲିଛି ଲୁଟ୍। ଶହେ ନୁହେଁ କି ଦୁଇଶହ ନୁହେଁ କୋଟିଏରୁ ଅଧିକ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଏପରି ଘଟଣା ଘଟିଛି ବାଲେଶ୍ୱର ବ୍ୟାଙ୍କ ଅଫ୍ ଇଣ୍ଡିଆ ରେମୁଣା ଶାଖା ବ୍ୟାଙ୍କରେ। ମୃତ ପେନ୍ସନ୍ ହିତାଧିକାରୀଙ୍କ ଏକାଉଣ୍ଟକୁ ସଚଳ ରଖି ଜଣେ ବ୍ୟାଙ୍କ କର୍ମଚାରୀ ଏକ କୋଟି ୩୨ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଏହି ଅଭିଯୋଗ ଆସିବା ପରେ କ୍ରାଇମବ୍ରାଞ୍ଚ ରାତି ଅଧିଆ ଜଣେ ବ୍ୟାଙ୍କ କର୍ମଚାରୀଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣଙ୍କ ହେଲେ ପ୍ରଭାତ ଦାସ। କ୍ରାଇମବ୍ରାଞ୍ଚ ଅଧିକାରୀମାନେ ପ୍ରଭାତ ନିକଟରୁ ଏଟିଏମ୍ କାର୍ଡ ଜବତ କରିଛନ୍ତି।
ସୂଚନାଯୋଗ୍ୟ, ୨୦୧୧ ମସିହାରେ ପ୍ରଭାତ ବିଜନେସ୍ କରସପଣ୍ଡେନନେସ୍ ଭାବେ ବ୍ୟାଙ୍କରେ ନିଯୁକ୍ତି ପାଇଥିଲେ। ହେଲେ ସେ ଧୀରେ ଧୀରେ ସମସ୍ତଙ୍କ ନିକଟରେ ବିଶ୍ୱସ୍ତ ହୋଇ ବ୍ୟାଙ୍କର ଗୁରୁତ୍ୱପୂର୍ଣ୍ଣ ଫାଇଲ୍ କାମ କରୁଥିଲେ। ଆଉ ସେହି ଭିତରେ ଯେଉଁ ପେନ୍ସନ୍ ହିତାଧିକାରୀମାନେ ମୃତ୍ୟୁ ଘଟିଥିଲା ତାଙ୍କ ଆକାଉଣ୍ଟକୁ ଚତୁରତାର ସହ ସଚଳ ରଖିବା ସହ ଏଟିଏମ୍ ସଂଗ୍ରହ କରି ଟଙ୍କା ଉଠାଇ ଚାଲିଥିଲେ।
କ୍ରାଇମ୍ବ୍ରାଞ୍ଚ ସୂଚନା ଅନୁସାରେ, ୨୦୧୪ ମସିହାରେ ରେମୁଣା ଅଞ୍ଚଳରେ ଦୁଇ ଜଣ ହିତାଧିକାରୀଙ୍କର ମୃତ୍ୟୁ ହୋଇଥିଲା। ହେଲେ ଟ୍ରେଜେରିକୁ ବ୍ୟାଙ୍କ ଆନୁଆଲ ଲାଇଫ୍ ସାର୍ଟିଫିକେଟ୍ ଦେଇ ଆକାଉଣ୍ଟ ବନ୍ଦ ନକରି ତାଙ୍କ ଆକାଉଣ୍ଟରୁ ଟଙ୍କା ଉଠିଥିବା ଅଭିଯୋଗ ଘଟଣାର ତଦନ୍ତ ହୋଇଥିଲା। ଏଟିଏମ୍ରେ ଲାଗିଥିବା ସିସିଟିଭି କ୍ୟାମେରା ଫୁଟେଜ୍ ସହ ଅନ୍ୟାନ୍ୟ ତଦନ୍ତ ପରେ ଜଣାପଡ଼ିଥିଲା ଯେ ୧କୋଟି ୩୨ ଲକ୍ଷ ଟଙ୍କା ଉଠାଯାଇଛି। ଏହି ଘଟଣାରେ ପ୍ରଭାତଙ୍କୁ ତାଙ୍କ ଘର ରେମୁଣା ମାଧପୁରରୁ ଗିରଫ କରାଯାଇଛି।
from Odisha Reporter https://ift.tt/2CdUJPV
No comments:
Post a Comment