
ଆସିକା(ମନୋଜ ମୁନି): ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଖଇରାପଲ୍ଲି ଗାଁରେ ସାମାନ୍ୟ ବଚସାରୁ ଜଣଙ୍କ ଜୀବନ ଯାଇଛି। ଗାଁର ସୁରିଆ ନାହାକ ନାମକ ଜଣେ ବ୍ୟକ୍ତିଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି। ଖବର ପାଇ ପୁଲିସ ଗାଁରେ ପହଞ୍ଚି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି।
ଅଭିଯୋଗ ଅନୁସାରେ ମୃତକ ଓ ଦୁଇ ଅଭିଯୁକ୍ତଙ୍କ ସହ ଅନ୍ୟ କିଛି ମଦ ପିଉଥିଲେ। ମଦ ପିଇବା ପରେ କୌଣସି କଥାକୁ ନେଇ ସୁରିଆଙ୍କର ଅନ୍ୟମାନଙ୍କ ସହ ବଚସା ହୋଇଥିଲା। ଏହାକୁ କେନ୍ଦ୍ର କରି ସମସ୍ତେ ମିଶି ସୁରିଆଙ୍କୁ ଆକ୍ରମଣ କରିବା ସହ ଟାଙ୍ଗିଆରେ ହାଣି ପକାଇ ଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିଲା।
ହତ୍ୟାରେ ସମ୍ପୃକ୍ତ ଦୁଇ ଜଣ ଗିରଫ ହୋଇଥିବା ବେଳେ ଅନ୍ୟମାନେ ଶୀଘ୍ର ଧରାପଡ଼ିବେ ବୋଲି ପୁରୁଷୋତ୍ତମପୁର ଏସଡିପିଓ ଅଶ୍ଵିନୀ ସାହୁ କହିଛନ୍ତି।
from Odisha Reporter https://ift.tt/2S7K3YF
No comments:
Post a Comment