
ମେଲବର୍ଣ୍ଣ: ଜଶପ୍ରୀତ ବୁମ୍ରା ନିଜ ଟେଷ୍ଟ କ୍ୟାରିଅର୍ର ପ୍ରଥମ ବର୍ଷରେ ହିଁ କମାଲ୍ କରିବା ସହିତ ବର୍ତ୍ତମାନ ଖେଳୁଥିବା ଆଗଧାଡ଼ିର ବୋଲରଙ୍କ ତାଲିକାରେ ନିଜକୁ ସାମିଲ କରିଛନ୍ତି। ସୀମିତ ଓଭରରେ ନିୟମିତ ସଦସ୍ୟ ହୋଇସାରିଥିବା ବୁମ୍ରା ଟେଷ୍ଟ କ୍ୟାରିଅର ଆରମ୍ଭ କରିବାରେ ଆସନ୍ତା ଜାନୁଆରୀକୁ ବର୍ଷେ ପୂରିବ।
ତେବେ ବୁମ୍ରାଙ୍କ କ୍ୟାରିଅର ବର୍ଷେ ନପୂରୁଣୁ ଏହି ୨୫ ବର୍ଷୀୟ ବୋଲରଙ୍କ କ୍ୟାରିଅରକୁ ନେଇ ଭବିଷ୍ୟବାଣୀ କରିଛନ୍ତି ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ମାଇକେଲ କ୍ଲାର୍କ।
କ୍ଲାର୍କ କହିଛନ୍ତି, “ଅଧିନାୟକ ଏବଂ ସାଥୀ ଖେଳାଳିଙ୍କର ସେ ନିଶ୍ଚୟ ମନ ପସନ୍ଦର ଖେଳାଳି ହୋଇଥିବେ। ସେ ଚାପରେ ନଥାନ୍ତି କିମ୍ବା ଆଶା ରଖନ୍ତିନି। ସେ ଶିଖିବାକୁ ଚାହାନ୍ତି ଏବଂ ସେ ବେଶ ପରିଶ୍ରମୀ ମଧ୍ୟ। ସେ ବିଶ୍ୱର ଶ୍ରେଷ୍ଠ ବୋଲର ହେବାକୁ ଆଉ ବେଶୀ ଦିନ ବାକି ନାହିଁ।”
ପୂର୍ବରୁ ମେଲବର୍ଣ୍ଣରେ ୬ ୱିକେଟ୍ ନେବାପରେ ବୁମ୍ରା କହିଥିଲେ, “ମୁଁ ଯେତେବେଳେ ବୋଲିଂ କରୁଥିଲି ୱିକେଟ୍ ଧିମା ଥିଲା। ମୁଁ ସ୍ଲୋ ବଲ୍ ପକାଇଲେ ଏହା ଆହୁରି ଧିମା ହେଉଥିଲା। ବଲ୍ ରିଭର୍ସ ସ୍ଵିଙ୍ଗ ନେବାକୁ ଆରମ୍ଭ କରିଥିଲା ତେଣୁ କାମରେ ଲାଗିଲା।”
୨୦୧୮ରେ ହିଁ ଆରମ୍ଭ ହୋଇଥିବା ବୁମରାଙ୍କ ଟେଷ୍ଟ କ୍ୟାରିଅର ଦକ୍ଷିଣଆଫ୍ରିକା, ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆରେ ବେଶ୍ ସଫଳ ହୋଇଛି। ଅଷ୍ଟ୍ରେଲିଆକୁ ପ୍ରଥମ ଇନିଂସରେ ୧୫୧ ରନ୍ରେ ସୀମିତ ରଖିବା କେବଳ ତାଙ୍କର ୩୩ ରନ୍ରେ ୬ ୱିକେଟ୍ ସ୍ପେଲ ଯୋଗୁ ସମ୍ଭବ ହୋଇପାରିଥିଲା।
from Odisha Reporter http://bit.ly/2EWnxis
No comments:
Post a Comment