ବଡ଼ ପଦ, ହେଲେ ମିଳୁନି ମର୍ଯ୍ୟାଦା: କମଳା ପୂଜାରୀଙ୍କୁ ସରକାରଙ୍କ ଚରମ ଅବହେଳା! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 29, 2018

ବଡ଼ ପଦ, ହେଲେ ମିଳୁନି ମର୍ଯ୍ୟାଦା: କମଳା ପୂଜାରୀଙ୍କୁ ସରକାରଙ୍କ ଚରମ ଅବହେଳା!

ଜୟପୁର (ଟି.ଗୌରୀ ଶଙ୍କର): ଜୈବିକ ପଦ୍ଧତିରେ ବିଭିନ୍ନ ଦେଶୀ କିସମ ଧାନ ସଂରକ୍ଷଣ କରି ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲେ ଆଦିବାସୀ ମହିଳା କମଳା ପୂଜାରୀ। ସେଥିପାଇଁ ସେ ଦେଶ ଓ ବିଦେଶରେ ପୁରସ୍କୃତ ହୋଇଛନ୍ତି। ଏପରିକି ରାଜ୍ୟ ସରକାର ମଧ୍ୟ ସମ୍ମାନିତ କରିଛନ୍ତି। ତାଙ୍କ ନାଁରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ ଛାତ୍ରୀ ନିବାସ ନାମିତ କରିଥିବା ବେଳେ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଭାବେ ମନୋନୀତ କରାଯାଇଥିଲା। ଏହା ପରେ କମଳାଙ୍କ ଭାଗ୍ୟ ବଦଳିଯିବ ବୋଲି ଆଶା କରାଯାଉଥିଲା। ହେଲେ ତାଙ୍କ ପ୍ରତି ଚରମ ଅବହେଳା କରାଯାଉଛି। ଏହାର ଜ୍ୱଳନ୍ତ ଉଦାହରଣ ଗତକାଲି ଦେଖିବାକୁ ମିଳିଛି।

ଜୟପୁରରେ ଅୟୋଜିତ ସରକାରୀ ଉତ୍ସବରେ କମଳାଙ୍କୁ ଡକାଯାଇ ନାହିଁ। ଏପରିକି କାର୍ଯ୍ୟକ୍ରମ ସମ୍ପର୍କରେ କମଳା ଜାଣିନାହାନ୍ତି କି ତାଙ୍କୁ କେହି ଡାକିନାହାନ୍ତି ବୋଲି କହିଛନ୍ତି। ପ୍ରଶାସନିକ ଅଧିକାରୀ ହେଉ ବା ରାଜନେତା ତାଙ୍କୁ ସମସ୍ତେ ଭୁଲି ଯାଇଛନ୍ତି। ତେଣୁ କେମିତି ବା ଅତିଥି ହୋଇ ଆସିଥାନ୍ତେ ରାଜ୍ୟ ଯୋଜନାବୋର୍ଡ ସଦସ୍ୟ କମଳା ପୂଜାରୀ?

ଜୟପୁର ପୌର ପରିଷଦ ପ୍ରାଙ୍ଗଣରେ ଗତକାଲି ଏକ ସରକାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିଥିଭାବେ ଜିଲ୍ଲାର ଅନ୍ୟତମ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଈଶ୍ୱରଚନ୍ଦ୍ର ପାଣିଗ୍ରାହୀ ଯୋଗଦେଇଥିଲେ। ହେଲେ କମଳାଙ୍କୁ ଦେଖିବାକୁ ମିଳି ନଥିଲା। ନିମନ୍ତ୍ରଣ ପତ୍ରରେ ମଧ୍ୟ ତାଙ୍କ ନାଁ ନଥିଲା। ତେଣୁ ସେ କେମିତି ବା ସଭାକୁ ଆସିଥାଆନ୍ତେ?

ଏହା ପ୍ରୋଟୋକଲ୍ ବିରୋଧୀ ହୋଇଥିଲେ ମଧ୍ୟ ଦୋଷ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଉପରକୁ ଠେଲି ଦୁଃଖ ପ୍ରକାଶ କରି କାମ ସାରିଦେଇଛନ୍ତି ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା (ଡୁଡା) ପ୍ରକଳ୍ପ ମୁଖ୍ୟ। ଆଉ ବିରୋଧୀଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି କହିଛନ୍ତି କମଳାଙ୍କୁ ଡାକିବାକୁ ସେ କୁଆଡ଼େ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ।

ତେବେ କେବଳ ଏହି ଘଟଣା ନୁହେଁ, କୌଣସି ସରକାରୀ କାର୍ଯ୍ୟକ୍ରମକୁ କମଳାଙ୍କୁ ଡକାଯାଉନି। ବିଭିନ୍ନ କିସମର ପାରମ୍ପରିକ ଧାନ ବିହନର ସଂଗ୍ରାହକ ସାଜି ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିବା ଆଦିବାସୀ ମହିଳା କମଳା ପୂଜାରୀଙ୍କୁ ଗତ ମାର୍ଚ୍ଚ ମାସରେ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଭାବେ ନିଯୁକ୍ତି ଦେଇଥିଲେ ରାଜ୍ୟ ସରକାର। ପ୍ରୋଟୋକଲ୍ ଅନୁସାରେ ତାଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ସୁବିଧା ମିଳିବା କଥା। ହେଲେ ଏଯାଏ ତାଙ୍କୁ ନିଯୁକ୍ତିପତ୍ର ବି ମିଳିନି। ସେ ଭଙ୍ଗା ଦଦରା ଘରେ ରହୁଥିବା ବେଳର ଦୁର୍ଦ୍ଦଶା ସମ୍ପର୍କରେ ଓଟିଭିରେ ଖବର ପ୍ରସାରଣ ପରେ ତାଙ୍କ ଘରର ଚିତ୍ର ଅବଶ୍ୟ ବଦଳିଛି। ହେଲେ ଯୋଜନା ବୋର୍ଡ ସଦସ୍ୟଭାବେ କାଣିଚାଏ ବି ସମ୍ମାନ କି ସୁବିଧା ଏଯାଏ ମିଳି ପାରିଲାନି।



from Odisha Reporter http://bit.ly/2ESH7es

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages