ଦାନା ପାଇଁ ଦାଦନ: ବନ୍ଧା ପଡ଼ିଛନ୍ତି ୧୮ ଯୁବତୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 27, 2018

ଦାନା ପାଇଁ ଦାଦନ: ବନ୍ଧା ପଡ଼ିଛନ୍ତି ୧୮ ଯୁବତୀ

ନରାୟଣପାଟଣା (ପି.ଗୋବିନ୍ଦରାଜୁ ସୁବୁଦ୍ଧି): ଦାନା ପାଇଁ ଦାଦନ ଖଟିବାକୁ ଯାଇ ରାଜ୍ୟ ବାହାରେ ନିର୍ଯାତିତ ହେଉଛନ୍ତି ଶ୍ରମିକ। ବାରମ୍ୱାର ଏମିତି ଘଟଣା ସମଗ୍ର ରାଜ୍ୟରେ ଘଟୁଥିଲେ ମଧ୍ୟ କାହାରି ଚେତା ପଶୁନି। ଶ୍ରମିକମାନେ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇ ନିର୍ଯାତନାର ଶିକାର ହେଉଛନ୍ତି। ଆଜି ପୁଣି ଏମିତି ଏକ ଘଟଣା କୋରାପୁଟ ଜିଲ୍ଲାରେ ଘଟିଛି। ୧୮ ଜଣ ଯୁବତୀ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇ ସେଠାରେ ବନ୍ଧା ପଡ଼ିଛନ୍ତି।

ବଣପାହାଡ଼ ଘେରା କୋରାପୁଟ ଜିଲ୍ଲା ପିପଲପଦର ପଞ୍ଚାୟତ ଅଞ୍ଚଳର ନିରୀହ ଆଦିବାସୀମାନଙ୍କ ମଧ୍ୟରେ ଭାଳେଣି ପଡ଼ିଛି। କାହା ମନକୁ ପାପ ଛୁଉଁଛି ତ ଆଉ କାହା ମନ ଭିତରେ ବସା ବାନ୍ଧିଛି ଭୟ। କାରଣ ଏମାନଙ୍କର ବଢ଼ିଲା ଝିଅ ହାଇଦ୍ରାବାଦକୁ ଯାଇ ସେଠାରେ ବନ୍ଧା ପଡ଼ିଛନ୍ତି। ସେମାନେ ଏବେ କେମିତି ଅଛନ୍ତି, କାହା ପାଖରେ କିଛି ଖବର ନାହିଁ। ଚୁଚୁକଣା ଓ ପିସ୍କାଡାଙ୍ଗ ଗାଁର ୧୮ ଯୁବତୀଙ୍କୁ ନେଇ ଅଜଣା ଆତଙ୍କରେ ରହିଛନ୍ତି ସମ୍ପର୍କୀୟ ଓ ପରିବାର ଲୋକେ।

ଆଜିକୁ ୩ ଦିନ ମାସ ତଳେ ରାୟଗଡ଼ା ଜିଲ୍ଲା କାରଲାକଣା ଗାଁର ଚାଚ୍ରୀ ପ୍ରାସ୍କା ଓ ଦାଣ୍ଡିପୁର ଗାଁର ଗୋପୀ ନାମକ ଦୁଇ ଶ୍ରମିକ ଦଲାଲ ଜେକେପୁରରେ କାମ ଦେବାକୁ କହି ଭୁଆଁବୁଲାଇ ଯୁବତୀମାନଙ୍କୁ ହାଇଦ୍ରାବାଦର ଏକ ଇଟାଭାଟିରେ ନେଇ ଛାଡ଼ି ଦେଇଥିଲେ। ତେବେ ୩ ମାସ ପରେ ସଂପୃକ୍ତ ଯୁବତୀମାନେ ନ ଫେରିବାରୁ ପରିବାର ଲୋକେ ଇଟାଭାଟି ମାଲିକଙ୍କୁ ଯୋଗାଯୋଗ କରିଥିଲେ। କିନ୍ତୁ ଶ୍ରମିକ ଦଲାଲ୍ ନଆସିବା ପର୍ଯ୍ୟନ୍ତ ଯୁବତୀମାନଙ୍କୁ ଛଡ଼ାଯିବ ନାହିଁ ବୋଲି ଇଟାଭାଟି ମାଲିକ କହିବା ପରେ ଆତଙ୍କିତ ହୋଇପଡ଼ିଛନ୍ତି ପରିବାର ଲୋକେ।

ସେପଟେ ପ୍ରଶାସନିକ ସ୍ତରରେ ସଂପୃକ୍ତ ଯୁବତୀମାନଙ୍କୁ ଉଦ୍ଧାର କରିବା ପାଇଁ ଜାରି ରହିଛି ପ୍ରକ୍ରିୟା। ଜିଲ୍ଲା ପ୍ରଶାସନ ଓ ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ଗାଁକୁ ଯାଇ ଖୋଳତାଡ଼ କରିବା ପରେ ଗାଁର ଜଣେ ବ୍ୟକ୍ତିଙ୍କୁ ଧରି ହାଇଦ୍ରାବାଦ ଯାଇଛନ୍ତି। ବନ୍ଧକ ଥିବା ଯୁବତୀ ଓ ଇଟାଭାଟି ମାଲିକଙ୍କ ସହ ଯୋଗସୂତ୍ର ରକ୍ଷାକରି ସମସ୍ତଙ୍କୁ ଉଦ୍ଧାର କରି ଅଣାଯିବ ବୋଲି କହିଛନ୍ତି ଡେପୁଟୀ ଲେବର କମିଶନର ଗୀତାଞ୍ଜଳି ପତି।



from Odisha Reporter http://bit.ly/2RhkUgU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages